ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଆସିଲା ପୂଜା ପାଇଁ ନୂଆ ଗାଇଡଲାଇନ

0
  • ପୁରୁଣା ନିୟମରେ ହେବ ପୂଜା
  • ୪ ଫୁଟରୁ ଅଧିକ ହେବନି ମୂର୍ତ୍ତିର ଉଚ୍ଚତା
  • ଏ ବର୍ଷ ନିରାଡମ୍ବର..ଆର ବର୍ଷ ଆଡମ୍ବର

ପୁରୁଣା ନିୟମରେ ହେବ ପୂଜା । ମାଆ ଦୁର୍ଗାଙ୍କ ମୂର୍ତ୍ତି ନେଇ ଯେଉଁ ବିବାଦ ଦେଖାଦେଇଥିଲା ସେ ନେଇ ସରକାରଙ୍କ ନିଷ୍ପତ୍ତି ଜଣାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର । ୪ଫୁଟରୁ ଅଧିକ ହେବନି ମୂର୍ତ୍ତିର ଉଚ୍ଚତା । କଟକ ପୂଜା କମିଟି ଓ ଶାନ୍ତି କମିଟି ପ୍ରସ୍ତାବକୁ ସରକାର ଅଗ୍ରାହ୍ୟ କରିଛନ୍ତି । ଅଗଷ୍ଟ ୯ରେ ଜାରି ହୋଇଥିବା ଗାଇଡଲାଇନ ଅପରିବତ୍ତିର୍ତ ରହିବ ବୋଲି ଆଜି ସ୍ୱତନ୍ତ୍ର ରିଲିଫ କମିସନର ସୂଚନା ଦେଇଛନ୍ତି ।

ମୂର୍ତ୍ତି ଉଚ୍ଚତାକୁ ନେଇ ମହାରାଷ୍ଟ୍ର ଓ ଦିଲ୍ଲୀର ଉଦାହରଣ ଦେଇଛନ୍ତି ଏସଆରସି । କହିଛନ୍ତି ,ସେଠାରେ ମଧ୍ୟ ସୀମିତ ଉଚ୍ଚତାର ପୂଜାର୍ଚ୍ଚନା ହେଉଛି । ମୂର୍ତ୍ତିର ଉଚ୍ଚତାକୁ ନେଇ କଟକରେ ଆସନ୍ତା ୧୩ରେ ଜିଲ୍ଳା ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇ ସରକାର ଗାଇଡଲାଇନରେ ପରିବର୍ତ୍ତନ ଆଣନ୍ତୁ ବୋଲି ଦାବି କରିଥିଲା । ସାରା ରାଜ୍ୟରେ କଟକଣା ହଟାଯାଇଥିବା ବେଳେ ପୂଜା ଉପରେ କଟକଣା ଲାଗୁ କରାଯିବାକୁ ନେଇ କଟକ ଦୁର୍ଗା ପୂଜା କମିଟି ପ୍ରଶ୍ନ ଉଠାଇଥିଲା । କଟକ ବନ୍ଦ ଡାକରା ଦିଆଯିବା ପରେ ସରକାର ବୁଧବାର ବୈଠକ ଡାକିଥିଲେ ।ବୈଠକରେ ପୂଜା ସମ୍ପର୍କରେ ଶୁକ୍ରବାର ନିଷ୍ପତି ନିଆଯି ବୋଲି ଜଣାଯାଇଥିଲା । ଆଜି ଏସଆରସି ମୂର୍ତ୍ତିର ଉଚ୍ଚତା ନେଇ ସରକାରଙ୍କ ନିଷ୍ପତି ଜଣାଇଛନ୍ତି ।
ସେହିପରି ଏସଆରସି କହିଛନ୍ତି , ଗଣେଶ ପୂଜାର ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ନୂଆଁଖାଇ ବି କୋଭିଡ ଗାଇଡଲାଇନରେ ପାଳିବା । ପରିବାର ସହ ନୂଆଁଖାଇ । ପୂଜାର୍ଚ୍ଚନା ପାଇଁ ମନ୍ଦିରକୁ ଯାଇ ଭିଡ ଜମାଇବାନି । ନୀତି ରକ୍ଷା ପାଇଁ ପୂଜାର୍ଚ୍ଚନା ଗତବର୍ଷ କରାଯାଇଥିଲା । ଲୋକ ଘର କବାଟ, ଝରକା ବନ୍ଦ କରି ରଥଯାତ୍ରା ଦେଖିଥିଲେ । ତେଣୁ ଆବଶ୍ୟକ ନଥିଲେ ଅଯଥା ବାହାରକୁ ଯାଇକି ଭିଡ ନଜମାଇବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

Leave A Reply

Your email address will not be published.