ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ସତର୍କ କଲା ଭାରତ: ତାଲିବାନ ଯାହା କହିଥିଲା, ପାଳନ କରୁ

0

‘ଆତଙ୍କବାଦୀଙ୍କ ପାଇଁ ବ୍ୟବହାର ନହେଉ ଆଫଗାନିସ୍ତାନ ମାଟି’

ଆଫଗାନିସ୍ତାନର ସ୍ଥି୍‌ତି ଉପରେ ପୁଣି ଥରେ ଚିନ୍ତା ପ୍ରକଟ କରିଛି ଭାରତ। ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ବର୍ତମାନର ସ୍ଥିତି ନେଇ ମିଳିତ
ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଜରୁରୀକାଳୀନ ବୈଠକ ବସିଥିଲା। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତ୍ରିମୂର୍ତ୍ତି କହିଛନ୍ତି ଯେ, ଆଫଗାନିସ୍ତାନର ସ୍ଥିତି ଏବେ ବି ଗମ୍ଭୀର ରହିଛି । ଏକ ପଡୋଶୀ ଭାବେ ଆଫଗାନିସ୍ତାରେ ଦେଖାଦେଇଥିବା ସ୍ଥିତିକୁ ନେଇ ଆମେ ଚିନ୍ତିତ।

ଟିଏସ ତ୍ରିମୂର୍ତ୍ତି କହିଛନ୍ତି , ଆଫଗାନିସ୍ତାନରେ ପୁରୁଷ, ମହିଳା ଓ ପିଲାଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ସେମାନେ ନିଜର ଭବିଷ୍ୟତକୁ ନେଇ ଅନିଶ୍ଚିତତାରେ ଅଛନ୍ତି। ଆଫଗାନ ନାଗରିକଙ୍କ ମନରେ ଏବେ ପ୍ରଶ୍ନ ରହିଛି , ସେମାନେ ସେଠାରେ ନିଜ ଅଧିକାର ଓ ସମ୍ମାନର ସହ ରହିପାରିବେ ତ? ଆଫଗାନରେ ସ୍ଥିତି ଖୁବଶ୍ରୀଘ୍ର ସୁଧାର ଆସିବା ସହ ସେଠାକାର ପୁରୁଷ, ମହିଳା ଓ ପିଲାଙ୍କୁ ସେମାନଙ୍କ ଅଧିକାର ମିଳୁ ବୋଲି ଟିଏସ କହିଛନ୍ତି।

ଟିଏସ ତ୍ରିମୂର୍ତ୍ତି ମିଳିତ ଜାତିସଂଘରେ ଆତଙ୍କବିରୋଧରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି, କାବୁଲ ବିମାନ ବନ୍ଦରରେ ଗତମାସରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରୁ ଜଣାପଡୁଛି, ଆତଙ୍କବାଦୀ ମାନେ ଆଫଗାନିସ୍ତାନ ପାଇଁ ବଡ଼ ବିପଦ ସାଜିଛନ୍ତି। ତେଣୁ ଆତଙ୍କବାଦ ବିରୋଧରେ ତାଲିବାନ ଯେଉଁ ପ୍ରତିଶ୍ରୁତି ଦେଇଛି, ତାର ସମ୍ମାନ ରଖୁ ଓ ପାଳନ କରୁ।

ଗତ ମାସକ ମଧ୍ୟରେ ଆଫଗାନିସ୍ତାନରେ ନାଟକୀୟ ପରିବର୍ତ୍ତନ ଦେଖାଦେଇଛି। ଅଗଷ୍ଟରେ ଆଫଗାନସ୍ତାନର ସ୍ଥିତି ନେଇ ତିନି ଥର ବୈଠକ ବସିଥିଲା।ସେଥିରେ ଆତଙ୍କବାଦ ବିରୋଧରେ ଭାରତ କିଛି ଚିନ୍ତା ପ୍ରକଟ କରିଥିଲା । ତାଲିବାନ ପ୍ରତିଶ୍ରୁତି ଦେଇଛି ଯେ, ଆତଙ୍କବାଦୀଙ୍କ ପାଇଁ ଆଫଗାନ ମାଟି ବ୍ୟବହାର ହେବାକୁ ଦେବନି।

ତାଲିବାନ ଏହା ବି କହିଛି ଯେ, ଅନ୍ୟ ଦେଶ ବିରୋଧରେ ଷଡଯନ୍ତ୍ର ରଚିବା, ଧମକାଇବା ଓ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେବା ନେଇ ଆଫଗାନିସ୍ତାନ ମାଟିରେ ପ୍ରଶୟ ଦିଆଯିବନି । ତେଣୁ ତାଲିବାନ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାକୁ ଟିଏସ ତ୍ରିମୂର୍ତ୍ତି ମିଳିତ ଜାତିସଂଘରେ କହିଥିଲେ। ଏହା ସହ ସେ କହିଛନ୍ତି, ଆଫଗାନ ନାଗରିକ ବିନା କୌଣସି ପ୍ରତିବନ୍ଧକରେ ବିଦେଶ ଯାତ୍ରା କରିପାରିବେ ବୋଲି ତାଲିବାନ କହିଥିଲା। ଆଫଗାନ ନାଗରିକଙ୍କ ସମେତ ଅନ୍ୟ ବିଦେଶୀ ନାଗରିକ ଯେପରି ସୁରକ୍ଷିତ ଯାତ୍ରା କରିପାରିବେ ସେନେଇ ତାଲିବାନ ଦେଇଥିବା ପ୍ରତିଶ୍ରୁତି ପାଳନ କରିବ ବୋଲି ଆଶା ରହିଛି।

Leave A Reply

Your email address will not be published.