ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ମୋଦିଙ୍କୁ ଜନ୍ମଦିନର ଉପହାର

0

ଫଟୋ ଆଙ୍କି ଶୁଭେଚ୍ଛା ଜଣାଇଲେ ଓଡ଼ିଆ ଝିଅ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମଦିନ । ୭୧ ବର୍ଷରେ ପହ ିଛନ୍ତି ମୋଦି । ଏହି ଅବସରରେ ଓଡିଶାର ଝିଅ ମୋଦିଙ୍କୁ ଏକ ଭିନ୍ନ ଉପହାର ଦେଇଛନ୍ତି । ୮ ଫୁଟ ଉଚ୍ଚ ଓ ୪ ଫୁଟ ଚଉଡାରେ ମୋଦିଙ୍କ ଏକ ପ୍ରତିକୃତି ତିଆରି କରିଛନ୍ତି ପ୍ରିୟଙ୍କା । ମୁଖ୍ୟ କଥା ହେଉଛି ଭୁବନେଶ୍ୱର ରହୁଥିବା ପ୍ରିୟଙ୍କା ସାହାଣୀ ବିଭନ୍ନ ଶଷ୍ୟରେ ଏହି ଫଟୋଟି ତିଆରି କରିଛନ୍ତି । ଭାରତ ଏକ କୃଷି ପ୍ରଧାନ ଦେଶ । ଆମେ ଶସ୍ୟକୁ ପୂଜା କରୁ । ତେଣୁ ମୋଦିଙ୍କ ପ୍ରତିକୃତି ତିଆରି ପାଇଁ ସେ ଶସ୍ୟକୁ ବାଛିଥିବା କହିଛନ୍ତି ।

ଚୂଡା,ଚାଉଳ,ହରଡ଼, ମୁଗ,ମସୁରରେ ମୋଦିଙ୍କର ୮ ଫୁଟ ଉଚ୍ଚର ଫଟୋ ତିଆରି କରି ଓଡିଶାବାସୀଙ୍କ ତରଫରୁ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଚା ଜଣାଇଛନ୍ତି ପ୍ରିୟଙ୍କାା ଏହି ଚିତ୍ରରେ ଓଡିଶାର ସଂସ୍କୃତିକୁ ମଧ୍ୟ ଦର୍ଶାଇଛନ୍ତି ପ୍ରିୟଙ୍କା । ପ୍ରିୟଙ୍କା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ସାରା ବିଶ୍ୱର ଲୋକପ୍ରିୟ ନେତା । ଭାରତକୁ ବିଶ୍ୱର ଶକ୍ତିଶାଳୀ ଦେଶ ବନାଇବାକୁ ମୋଦିଙ୍କୁ ଜନ୍ମଦିନରେ ପ୍ରିୟଙ୍କା ନିବେଦନ କରିଥିବା କହିଛନ୍ତି ।ପ୍ଲାଏ ବୋର୍ଡ ଉପରେ ପ୍ରିୟଙ୍କା ତିଆରି କରିଥିବା ମୋଦିଙ୍କ ଏହି ଫଟୋରେ ଭାରତର ମାନଚିତ୍ର ମଧ୍ୟ କରାଯାଇଛି । ଏହାର ଅର୍ଥ ହେଉଛି, ମୋଦି ହେଉଛନ୍ତି ସମଗ୍ର ଭାରତବାସୀଙ୍କ ନେତା ଓ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ତାଙ୍କ ହୃଦୟ ସ୍ପନ୍ଦିତ ହେଉଛି ।

ପ୍ରିୟଙ୍କା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ହଟାଇଲେ । ମହିଳାଙ୍କୁ ତିନି ତଲାଗରୁ ମୁକ୍ତ କରାଇଲେ । ଏଭଳି ଅନେକ ପଦକ୍ଷେପ ନେଇ ସେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଏହି ପ୍ରତିକୃତି ତିଆରି କରିବାକୁ ମୋଦିଙ୍କୁ ଦୁଇ ଦିନ ସମୟ ଲାଗିଥିଲା ।

Leave A Reply

Your email address will not be published.