ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ସହାୟତା କରି ଫସିଗଲେ ସୋନୁ ?

0

ବଲିଉଡ ଅଭିନେତା ସୋନୁ ସୁଦଙ୍କ ଘରେ ଆଜି ପୁଣି ପହଞ୍ଚିଛି ଆୟକର ବିଭାଗ । ଲଗାତର ୩ ଦିନ ହେବ ସୋନୁ ସୁଦଙ୍କ ଘରେ ଓ ଅନ୍ୟ ସ୍ଥାନରେ ଆୟକର ବିଭାଗ ଯାଞ୍ଚ କରୁଛି । ଆଜି ସୋନୁଙ୍କ ମୁମ୍ବାଇ ସ୍ଥିତ ବାସଭବନ ସମେତ ନାଗପୁର, ଜୟପୁରରେ ଆୟକର ବିଭାଗ ଟିମ ସର୍ଭେ ପାଇଁ ପହଞ୍ଚିଛନ୍ତି । କରୋନା କାଳରେ ରାତାରାତି ଷ୍ଟାର ପାଲଟିଥିବା ସୋନୁ ସୁଦଙ୍କ ବଢିପାରେ ଅଡୁଆ । ସୋନୁ ସୁଦଙ୍କ ଘରେ ଆୟକର ବିଭାଗ ପକ୍ଷରୁ କଣ ପାଇଁ ଯାଞ୍ଚ କରାଯାଉଛି ତାହା ସ୍ପଷ୍ଟ ହୋଇନାହିଁ । ବୁଧବାର ସୋନୁ ସୁଦଙ୍କ ସହ ଜଡିତ ୬ଟି ସ୍ଥାନରେ ସର୍ଚ୍ଚ ଅପରେସନ ହୋଇଥିଲା । ତେବେ ସୋନୁଙ୍କ ପକ୍ଷରୁ ଏଯାଏ ଏନେଇ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ସେପଟେ ଆମ ଆଦମୀ ପାର୍ଟି ଆୟକର ବିଭାଗର ଏହି ଯାଞ୍ଚକୁ ନିନ୍ଦା କରିବା ସହ ସୋନୁ ସୁଦଙ୍କୁ ସମର୍ଥନ କରିଛି ।
ସେହିପରି ଆୟକର ବିଭାଗ ଯେଉଁ କାରଣ ପାଇଁ ସୋନୁଙ୍କ ଘରେ ଯାଞ୍ଚ କରୁନା କାହିଁକି ସବୁବେଳେ ସୋନୁଙ୍କ ସହ ତାଙ୍କ ଶୁଭେଚ୍ଚୁ ଥିବା କହିଛନ୍ତି । ତେବେ ମିଳୁଥିବା ଖବର ଅନୁସାରେ ସୋନୁ ସୁଦଙ୍କ ଆୟ ଓ ଖର୍ଚ୍ଚ ବାବଦରେ ଆୟକର ବିଭାଗ ଯାଞ୍ଚ କରୁଥିବା ଜଣାପଡୁଛି । ଆୟକର ହେରଫେର ନେଇ ସୂଚନା ମିଳିଛି । ସୋନୁ ସୁଦଙ୍କ ଚ୍ୟାରିଟି ଫାଉଣ୍ଡେସନ ଆକାଉଣ୍ଟ ମଧ୍ୟ ଆଇଟି ଯାଞ୍ଚ କରିପାରେ ।

କରୋନା କାଳରେ ଲକଡାଉନ ସମୟରେ ସୋନୁ ସୁଦଙ୍କ ନୂଆ ଚେହେରା ଦେଖିବାକୁ ମିଳିଥିଲା । ପରଦାରେ ଆକ୍ସନ ଓ ଭିଲିଆନ୍ ରୋଲ କରୁଥିବା ସୋନୁ
ରିୟଲ ଲାଇଫରେ କରୋନା କାଳରେ ଲୋକଙ୍କ ଅସୁବିଧା ସମୟରେ ପାଖରେ ଛିଡାହୋଇଥିଲେ । କରୋନର ପ୍ରଥମ ଓ ଦ୍ୱିତୀୟ ଲହରରେ ସୋନୁ ସୁଦ ଯେପରି ପ୍ରବାସୀ ଶ୍ରମିକଙ୍କ ପାଖରେ ପହଞ୍ଚି ସହାୟତା କରିଥିଲେ ସାରା ଦେଶରୁ ତାଙ୍କୁ ପ୍ରଶଂସା ଛୁଟିଥିଲା । ଲୋକମାନେ ତାଙ୍କୁ ଭଗବାନ ବୋଲି ପୂଜା ବି କରୁଥିବାର ଦେଖିବାକୁ ମିଳିଥିଲା । ସୋନୁ ସୁଦଙ୍କ ରାତାରାତି ଲକ୍ଷ ଲକ୍ଷ ଫ୍ୟାନ ସଂଖ୍ୟା ବଢିଯାଇଥିଲେ । ଯୁଆଡେ ଯାଉଥିଲେ ସବୁଠି ଭିଡ ଜମୁଥିଲା । ଏବେ ବି ସୋନୁ ସୁଦ ସହାୟତା ମାଗୁଥିବା ଲୋକଙ୍କ ପାଖରେ ପହଞ୍ଚି ସାହାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.