ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ସହାୟତା କରି ଫସିଗଲେ ସୋନୁ ?

0

ବଲିଉଡ ଅଭିନେତା ସୋନୁ ସୁଦଙ୍କ ଘରେ ଆଜି ପୁଣି ପହଞ୍ଚିଛି ଆୟକର ବିଭାଗ । ଲଗାତର ୩ ଦିନ ହେବ ସୋନୁ ସୁଦଙ୍କ ଘରେ ଓ ଅନ୍ୟ ସ୍ଥାନରେ ଆୟକର ବିଭାଗ ଯାଞ୍ଚ କରୁଛି । ଆଜି ସୋନୁଙ୍କ ମୁମ୍ବାଇ ସ୍ଥିତ ବାସଭବନ ସମେତ ନାଗପୁର, ଜୟପୁରରେ ଆୟକର ବିଭାଗ ଟିମ ସର୍ଭେ ପାଇଁ ପହଞ୍ଚିଛନ୍ତି । କରୋନା କାଳରେ ରାତାରାତି ଷ୍ଟାର ପାଲଟିଥିବା ସୋନୁ ସୁଦଙ୍କ ବଢିପାରେ ଅଡୁଆ । ସୋନୁ ସୁଦଙ୍କ ଘରେ ଆୟକର ବିଭାଗ ପକ୍ଷରୁ କଣ ପାଇଁ ଯାଞ୍ଚ କରାଯାଉଛି ତାହା ସ୍ପଷ୍ଟ ହୋଇନାହିଁ । ବୁଧବାର ସୋନୁ ସୁଦଙ୍କ ସହ ଜଡିତ ୬ଟି ସ୍ଥାନରେ ସର୍ଚ୍ଚ ଅପରେସନ ହୋଇଥିଲା । ତେବେ ସୋନୁଙ୍କ ପକ୍ଷରୁ ଏଯାଏ ଏନେଇ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ସେପଟେ ଆମ ଆଦମୀ ପାର୍ଟି ଆୟକର ବିଭାଗର ଏହି ଯାଞ୍ଚକୁ ନିନ୍ଦା କରିବା ସହ ସୋନୁ ସୁଦଙ୍କୁ ସମର୍ଥନ କରିଛି ।
ସେହିପରି ଆୟକର ବିଭାଗ ଯେଉଁ କାରଣ ପାଇଁ ସୋନୁଙ୍କ ଘରେ ଯାଞ୍ଚ କରୁନା କାହିଁକି ସବୁବେଳେ ସୋନୁଙ୍କ ସହ ତାଙ୍କ ଶୁଭେଚ୍ଚୁ ଥିବା କହିଛନ୍ତି । ତେବେ ମିଳୁଥିବା ଖବର ଅନୁସାରେ ସୋନୁ ସୁଦଙ୍କ ଆୟ ଓ ଖର୍ଚ୍ଚ ବାବଦରେ ଆୟକର ବିଭାଗ ଯାଞ୍ଚ କରୁଥିବା ଜଣାପଡୁଛି । ଆୟକର ହେରଫେର ନେଇ ସୂଚନା ମିଳିଛି । ସୋନୁ ସୁଦଙ୍କ ଚ୍ୟାରିଟି ଫାଉଣ୍ଡେସନ ଆକାଉଣ୍ଟ ମଧ୍ୟ ଆଇଟି ଯାଞ୍ଚ କରିପାରେ ।

କରୋନା କାଳରେ ଲକଡାଉନ ସମୟରେ ସୋନୁ ସୁଦଙ୍କ ନୂଆ ଚେହେରା ଦେଖିବାକୁ ମିଳିଥିଲା । ପରଦାରେ ଆକ୍ସନ ଓ ଭିଲିଆନ୍ ରୋଲ କରୁଥିବା ସୋନୁ
ରିୟଲ ଲାଇଫରେ କରୋନା କାଳରେ ଲୋକଙ୍କ ଅସୁବିଧା ସମୟରେ ପାଖରେ ଛିଡାହୋଇଥିଲେ । କରୋନର ପ୍ରଥମ ଓ ଦ୍ୱିତୀୟ ଲହରରେ ସୋନୁ ସୁଦ ଯେପରି ପ୍ରବାସୀ ଶ୍ରମିକଙ୍କ ପାଖରେ ପହଞ୍ଚି ସହାୟତା କରିଥିଲେ ସାରା ଦେଶରୁ ତାଙ୍କୁ ପ୍ରଶଂସା ଛୁଟିଥିଲା । ଲୋକମାନେ ତାଙ୍କୁ ଭଗବାନ ବୋଲି ପୂଜା ବି କରୁଥିବାର ଦେଖିବାକୁ ମିଳିଥିଲା । ସୋନୁ ସୁଦଙ୍କ ରାତାରାତି ଲକ୍ଷ ଲକ୍ଷ ଫ୍ୟାନ ସଂଖ୍ୟା ବଢିଯାଇଥିଲେ । ଯୁଆଡେ ଯାଉଥିଲେ ସବୁଠି ଭିଡ ଜମୁଥିଲା । ଏବେ ବି ସୋନୁ ସୁଦ ସହାୟତା ମାଗୁଥିବା ଲୋକଙ୍କ ପାଖରେ ପହଞ୍ଚି ସାହାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.