ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

କ୍ୟାଟ୍ରିନାଙ୍କ ଫିଟନେସ ମନ୍ତ୍ର…

0


ବଲିଉଡ ସୁନ୍ଦରୀ କ୍ୟାଟ୍ରିନା କୈଫ ଇଣ୍ଡଷ୍ଟ୍ରିର ସବୁଠୁ ନାଁକରା ଅଭିନେତ୍ରୀ ଅଟନ୍ତି ।କ୍ୟାଟ୍ରିନା ନିଜର ପରିଶ୍ରମ ଓ ଜବରଦସ୍ତ ଅଭିନୟ ପାଇଁ ଇଣ୍ଡଷ୍ଟ୍ରିରେ ନିଜର ଏକସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ଏବେ ଫ୍ୟାନ କ୍ୟାଟ୍ରିନାଙ୍କ ଆଗା ମୀପ୍ରୋଜେକ୍ଟକୁ ଅପେକ୍ଷା କରି ରହିଥବା ବେଳେ ଟାଇଗର ଥ୍ରୀ ଫିଲ୍ମ ସୁଟିଂରେ ଅଛନ୍ତିକ୍ୟାଟ୍ରିନା । ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସହ କ୍ୟାଟ୍ରିନା ଟାଇଗର ଥ୍ରୀଫିଲ୍ମ ସୁଟିଂରେ ବ୍ୟସ୍ତ ଥିବା ବେଳେ ନିକଟରେ ନିଜେ ବ୍ୟାୟମ କରୁଥିବାର ଏକଫୋଟୋ ସେୟାର କରିଛନ୍ତି । ଯାହାକୁ ଦେଖିଲେ ଯେ କେହି ଉତ୍ସାହିତ ହେବେ ।କ୍ୟାଟ୍ରିନା ସବୁବେଳେ ନିଜ ଫିଟନେସର ବହୁତ ଧ୍ୟାନ ରଖିଥାନ୍ତି । ସୋସିଆଲମିଡିଆରେ ଅନେକ ସମୟରେ ଆକ୍ଟିଭ ରହୁଥିବା କ୍ୟାଟ୍ରିନା ବ୍ୟାୟମ କରୁଥିବାର ଫୋଟୋ ଓ ଭିଡିଓ ସେୟାର କରିଥାନ୍ତି । ନିକଟରେ କ୍ୟାଟ୍ରିନା ଅଷ୍ଟ୍ରିଆରୁ ଏକ ଭିଡିଓ ସେୟାର କରିଛନ୍ତି । ଯେଉଠି ସେ ଭିନ୍ନ ଭିନ୍ନ ବ୍ୟାୟମ କରୁଥିବାର ନଜର ଆସିଛନ୍ତି । ଭିଡିଓରେ କ୍ୟାଟ୍ରିନା ବହୁତଏନରଜେଟିକ ନଜର ଆସୁଛନ୍ତି । ଏବଂ ଜଣେ ଫିଟନେସ ଟ୍ରେନର ତାଙ୍କୁ ଗାଇଡ କରୁଛନ୍ତି । କ୍ୟାଟ୍ରିନାଙ୍କ ଏହି ଭିଡିଓକୁ ଫ୍ୟାନ ବେଶ ପସନ୍ଦ କରିଛନ୍ତି । ଏବେ କ୍ୟାଟ୍ରିନା ଟାଇଗର ଥ୍ରୀ ଫିଲ୍ମ ସୁଟିଂ ପାଇଁ ଅଷ୍ଟ୍ରିଆରେ ଅଛନ୍ତି । ଏହା ପୂର୍ବରୁ ସେ ସୁଟିଂ ପାଇଁ ଋଷ ଓ ତୁର୍କୀ ଯାଇଥିଲେ । ଅନେକ ଫିଲ୍ମରେ ସଲମାନ ଖାନ ଓ କ୍ୟାଟ୍ରିନା ଯୋଡି ପୂର୍ବରୁ ଦେଖିବାକୁ ମିଳିଛି । ଅଫ ସ୍କ୍ରିନ ହେଉ କି ଅନ ସ୍କ୍ରିନ ଉଭୟଙ୍କ ଯୋଡିଙ୍କୁ ଫ୍ୟାନ ବେଶ ପସନ୍ଦ କରିଥାନ୍ତି । ଏବେ ପୁଣି ଥରେ ଉଭୟ ଫ୍ୟାନଙ୍କୁ ମନୋରଂଜନ କରିବା ପାଇଁ ଆସିବେ । କ୍ୟାଟ୍ରିନା ଯେଉଁଭଳି ଭାବେ ବ୍ୟାୟମ କରୁଥିବା ନଜର ଆସୁଛନ୍ତି , ଟାଇଗର ଥ୍ରୀ ଫିଲ୍କରେ କ୍ୟାଟ୍ରିନାଙ୍କ କିଛି ଆକ୍ସନ ଦୃଶ୍ୟ ଦେଖିବାକୁ ମିଳିପାରେ ।

Leave A Reply

Your email address will not be published.