ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

୨୪ରେ ଏକାଠି ବସିବେ ମୋଦୀ-ବାଇଡେନ୍‌

0

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କର ଭେଟ୍‌ଘାଟ୍ ହେବ।ଏ ନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଉପରେ ଏବେ ପୂରା ବିଶ୍ବର ନଜର ରହିଛି। ମୋଦୀ ଓ ବାଇଡେନଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ହେବ । ଚଳିତ ବର୍ଷ ଜାନୁଆରିରେ ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ହେବା ପରେ ମୋଦୀଙ୍କ ସହିତ ଅନେକ ଥର ବିଭିନ୍ନ ପ୍ରସଙ୍ଗରେ ଭର୍ଚୁଆଲରେ ଆଲୋଚନା କରିଛନ୍ତି । ହେଲେ ଶୁକ୍ରବାର ପ୍ରଥମ ଥର ପାଇଁ ଦୁଇ ନେତା ମୁହାଁମୁିହଁ ବୈଠକ କରିବେ ।

ପାଖାପାଖି ୨ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରୁଛନ୍ତି । ଶେଷ ଥର ପାଇଁ ମୋଦୀ ୨୦୧୯ରେ ଆମେରିକା ଯାଇଥିଲେ । ସେହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହଷ୍ଟନରେ ହାଓଡି ମୋଦୀ କାର୍ଯ୍ୟକ୍ରମ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୋଦୀ ଆମେରିକା ଗସ୍ତ କରିଥିଲେ। ହ୍ୱାଇଟ ହାଉସର ସୂଚନା ଅନୁସାରେ ଶୁକ୍ରବାର ଜୋ ବାଇଡେନ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ କ୍ୱାଡ ବୈଠକରେ ସାକ୍ଷାତ କରିବେ।

ତେବେ ମୋଦୀ ଓ ବାଇଡେନଙ୍କ ଭେଟଘାଟ ବେଳେ ଅନେକ କିଛି ପ୍ରସଙ୍ଗରେ ଆଲୋଚନା ହୋଇପାରେ। କରୋନା ସଂକ୍ରମଣ ନିୟନ୍ତ୍ରଣ ଉପରେ ଓ କରୋନା ଟିକା ନେଇ ପ୍ରଥମେ ସମୀକ୍ଷା କରାଯିବ । ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ଓ ସୀମା ସୁରକ୍ଷାକୁ ନେଇ ମଧ୍ୟ ବଡ଼ ଚୁକ୍ତି ହୋଇପାରେ। ପାକିସ୍ତାନ ଓ ଆତଙ୍କବାଦକୁ ନେଇ ଆମେରିକା କୋର୍ଟରେ ଭାରତ ବଡ଼ ଅଭିଯୋଗ କରିପାରେ। ସେହିପରି ଆଫଗାନିସ୍ତାନରେ ତାଲିବାନ ଶାସନ ଉପରେ ଦୁଇ ଦେଶ ଆଭିମୁଖ୍ୟ ସ୍ପଷ୍ଟ କରିପାରନ୍ତି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ମଧ୍ୟରେ ବନ୍ଧୁତା ସାରା ବିଶ୍ୱକୁ ଜଣା। ଅନ୍ତିମ ଥର ମୋଦୀ ଆମେରିକା ଗସ୍ତ ବେଳେ ଅବ କି ବାର ଟ୍ରମ୍ପ ସରକାରର ନାରା ଦେଇଥିଲେ। ହେଲେ ଏବେ ଗାଦିରେ ଟ୍ରମ୍ପଙ୍କ ପମୁଖ ସମାଲୋଚକ ବାଇଡେନ ବସିଥିବା ବେଳେ ମୋଦୀ ଓ ବାଇଡେନଙ୍କ ମଧ୍ୟରେ ଭେଟଘାଟ କିପରି ରହିବ ତା ଉପରେ ନଜର ରହିଛି ।

Leave A Reply

Your email address will not be published.