ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

୨୪ରେ ଏକାଠି ବସିବେ ମୋଦୀ-ବାଇଡେନ୍‌

0

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କର ଭେଟ୍‌ଘାଟ୍ ହେବ।ଏ ନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଉପରେ ଏବେ ପୂରା ବିଶ୍ବର ନଜର ରହିଛି। ମୋଦୀ ଓ ବାଇଡେନଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ହେବ । ଚଳିତ ବର୍ଷ ଜାନୁଆରିରେ ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ହେବା ପରେ ମୋଦୀଙ୍କ ସହିତ ଅନେକ ଥର ବିଭିନ୍ନ ପ୍ରସଙ୍ଗରେ ଭର୍ଚୁଆଲରେ ଆଲୋଚନା କରିଛନ୍ତି । ହେଲେ ଶୁକ୍ରବାର ପ୍ରଥମ ଥର ପାଇଁ ଦୁଇ ନେତା ମୁହାଁମୁିହଁ ବୈଠକ କରିବେ ।

ପାଖାପାଖି ୨ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରୁଛନ୍ତି । ଶେଷ ଥର ପାଇଁ ମୋଦୀ ୨୦୧୯ରେ ଆମେରିକା ଯାଇଥିଲେ । ସେହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହଷ୍ଟନରେ ହାଓଡି ମୋଦୀ କାର୍ଯ୍ୟକ୍ରମ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୋଦୀ ଆମେରିକା ଗସ୍ତ କରିଥିଲେ। ହ୍ୱାଇଟ ହାଉସର ସୂଚନା ଅନୁସାରେ ଶୁକ୍ରବାର ଜୋ ବାଇଡେନ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ କ୍ୱାଡ ବୈଠକରେ ସାକ୍ଷାତ କରିବେ।

ତେବେ ମୋଦୀ ଓ ବାଇଡେନଙ୍କ ଭେଟଘାଟ ବେଳେ ଅନେକ କିଛି ପ୍ରସଙ୍ଗରେ ଆଲୋଚନା ହୋଇପାରେ। କରୋନା ସଂକ୍ରମଣ ନିୟନ୍ତ୍ରଣ ଉପରେ ଓ କରୋନା ଟିକା ନେଇ ପ୍ରଥମେ ସମୀକ୍ଷା କରାଯିବ । ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ଓ ସୀମା ସୁରକ୍ଷାକୁ ନେଇ ମଧ୍ୟ ବଡ଼ ଚୁକ୍ତି ହୋଇପାରେ। ପାକିସ୍ତାନ ଓ ଆତଙ୍କବାଦକୁ ନେଇ ଆମେରିକା କୋର୍ଟରେ ଭାରତ ବଡ଼ ଅଭିଯୋଗ କରିପାରେ। ସେହିପରି ଆଫଗାନିସ୍ତାନରେ ତାଲିବାନ ଶାସନ ଉପରେ ଦୁଇ ଦେଶ ଆଭିମୁଖ୍ୟ ସ୍ପଷ୍ଟ କରିପାରନ୍ତି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ମଧ୍ୟରେ ବନ୍ଧୁତା ସାରା ବିଶ୍ୱକୁ ଜଣା। ଅନ୍ତିମ ଥର ମୋଦୀ ଆମେରିକା ଗସ୍ତ ବେଳେ ଅବ କି ବାର ଟ୍ରମ୍ପ ସରକାରର ନାରା ଦେଇଥିଲେ। ହେଲେ ଏବେ ଗାଦିରେ ଟ୍ରମ୍ପଙ୍କ ପମୁଖ ସମାଲୋଚକ ବାଇଡେନ ବସିଥିବା ବେଳେ ମୋଦୀ ଓ ବାଇଡେନଙ୍କ ମଧ୍ୟରେ ଭେଟଘାଟ କିପରି ରହିବ ତା ଉପରେ ନଜର ରହିଛି ।

Leave A Reply

Your email address will not be published.