ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ରାଜ୍-ଶିଳ୍ପାଙ୍କ ସଂପର୍କ ବଢିବ ନା ଛିଡିବ?

0

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥ୍ୟା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିଛି । ଅଶ୍ଲୀଳ ଭିଡିଓ ଫିଲ୍ମ କରିବା ଅଭିଯୋଗରେ ୨ ମାସ ହେବ ଜେଲରେ ରହିବା ପରେ କୁନ୍ଦ୍ରା ଜେଲରୁ ମୁକୁଳିବେ। ଏବେ ସମସ୍ତଙ୍କର ଯେଉଁ କଥା ଉପରେ ନଜର ରହିଛି, ତାହା ହେଲା ସ୍ୱାମୀ ରାଜ କୁନ୍ଦ୍ରା ସିନା ଜେଲରୁ ବାହାରିବେ; ତାଙ୍କୁ ଗ୍ରହଣ କରିବେ ତ ଶିଳ୍ପା?

କାରଣ ରାଜଙ୍କ ବିରୋଧରେ ଯେତେବେଳେ ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲା ସାମନାକୁ ଆସିଥିଲା, ସେତେବେଳେ ଶିଳ୍ପା ପୁଲିସ ଆଗରେ କହିଥିଲେ, ସେ ଏନେଇ କିଛି ଜାଣିନାହାନ୍ତି । ପର୍ଣ୍ଣ ରାକେଟ ସହିତ ଜଡିତ ଆପ ‘ହଟସଟ’ କିମ୍ବା ‘ବଲିଫେମ’ ବିଷୟରେ ତାଙ୍କୁ ଜଣାନଥିଲା । ସେ ତାଙ୍କ କାମରେ ବ୍ୟସ୍ତ ଥିବା ବେଳେ ରାଜ କୁନ୍ଦ୍ରା କଣ କରୁଛନ୍ତି ସେ ବିଷୟରେ ସେ ସଂପୂର୍ଣ୍ଣ ଅଜ୍ଞ ଥିବା ପୁଲିସ ଆଗରେ ବୟାନ ରଖିଥିଲେ। ପ୍ରାଥମିକ ପ୍ରତିକ୍ରିୟାରେ ଶିଳ୍ପା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସକାରାତ୍ମକ ସଂକେତ ଦେଇଛନ୍ତି ।

ଶିଳ୍ପା ଇନଷ୍ଟାଗ୍ରାମରେ ସନ୍ଧ୍ୟା ସମୟରେ ବାହାରଥିବା ଇନ୍ଦ୍ରଧନୁର ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ଇନ୍ଦ୍ରଧନୁର ଅସ୍ତିତ୍ୱ ଏହା ଜଣାଇବା ପାଇଁ ଅଛି କି ଗୋଟେ ଖରାପ ସମୟ ପରେ ଭଲ ଜିନିଷ ମଧ୍ୟ ହୋଇପାରେ । ମଣିଷ ଜୀବନରେ ଖରାପ ସମୟ ଆସିବା ଯିବା ଲାଗିରହିଥାଏ । ଆଉ ସେଥିରୁ ସକରାତ୍ମକ ଦିଗକୁ ଖୋଜିବା ହେଉଛି ଜୀବନ ଜୀଇଁବାର କଳା । ଗତ କିଛି ଦିନରୁ ଶିଳ୍ପା ସେଟ୍ଟୀଙ୍କ ଜୀବନରେ କିଛି ଠିକ ଚାଲୁନଥିଲା । ଶିଳ୍ପାଙ୍କ ସ୍ୱାମୀ ରାଜ ପର୍ଣ୍ଣୋଗ୍ରାଫି ମାମଲାରେ ଜେଲରେ ଥିବା ବେଳେ ଶିଳ୍ପା ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲେ । ସେ କାମରୁ କିଛି ସମୟ ପାଇଁ ବିରତି ନେବା ସହ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ । ଏହି ସମୟରେ ତାଙ୍କ ଭଉଣୀ ଶମିତା ସେଟ୍ଟୀ ବି ପାଖରେ ନଥିଲେ। ହେଲେ ଶିଳ୍ପା ନିଜକୁ ଦୃଢ କରିବା ସହ କିଛି ଦିନ ପରେ ପୁଣି କାମକୁ ଫେରିଥିଲେ ।

ଏବେ ଶିଳ୍ପା ସୁପର ଡ୍ୟାନସର ଥ୍ରୀରେ ଜଜ୍ ଦାୟିତ୍ୱରେ ଅଛନ୍ତି । ଏହା ସହ ଶିଳ୍ପାଙ୍କ ଫିଲ୍ମ ହଙ୍ଗାମା ଟୁ ମଧ୍ୟ କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା । ଏବେ ଶିଳ୍ପାଙ୍କ ଜୀବନରେ ପୂର୍ବ ପରି ସବୁ ଠିକ ହେବା ନଜର ଆସୁଛି । ରାଜଙ୍କୁ ଜାମିନ ମିଳିଯାଇଛି ଆଉ ଶମିତା ମଧ୍ୟ ବିଗବସ ଓଟିଟିରୁ ବାହାରକୁ ଆସିଯାଇଛନ୍ତି । ଗତ ଗୁରୁବାର ଦିନ ମୁମ୍ବାଇ ପୁଲିସ ପକ୍ଷରୁ ୧୫୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଥିବା ବେଳେ ଏହି ଚାର୍ଜସିଟ୍‌କୁ ଭିତ୍ତିହୀନ ଦର୍ଶାଇ ରାଜ ଜାମିନ ଆବେଦନ କରିଥିଲେ । ଗତକାଲି ମୁମ୍ବାଇ ହାଇକୋର୍ଟ ଏହାର ଶୁଣାଣି କରି ରାଜକୁନ୍ଦ୍ରାକୁ ଜାମିନ ମଂଜୁର କରିଛନ୍ତି ।

Leave A Reply

Your email address will not be published.