ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରଧାନ ବିଚାରପତି; କଣ କହିଲେ?

0

ପୁରୀ: କଡା ସୁରକ୍ଷା ମଧ୍ୟରେ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ନୂଥାଲପତି ଭେଙ୍କଟ ରମଣ। ନିଜ ପରିବାର ସହିତ ସକାଳ ୭ଟା ୫୦ମିନିଟରେ ପ୍ରଧାନ ବିଚାରପତି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ସେବାୟତଙ୍କ ଗହଣରେ ପାରମ୍ପରିକ ପୋଷାକ ପରିଧାନ କରି ମୁଖ୍ୟ ବିଚାରପତି ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ।

ଜଷ୍ଟିସ୍ ଏନ୍ ଭି ରମଣା ଭିତରକାଠରୁ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ଦର୍ଶନ କରିଥିଲେ। ପରେ ସେ ବେଢା ପରିକ୍ରମା କରିବା ସହିତ ମାଆ ବିମଳା, ମାଆ ଭୁବନେଶ୍ବରୀ, ପ୍ରଭୁ ନୃସିଂହ, ମାଆ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ। ଏହି ଅବସରରେ ତାଙ୍କର କୌଳିକ ପଣ୍ଡାଙ୍କ ସହିତ ବାର୍ତ୍ତାଳାପ କରିଥିଲେ ଓ ତାଙ୍କ ପୂର୍ବ ପୁରୁଷଙ୍କ ପୁରୀ ଗସ୍ତ ସଂପର୍କରେ ଆଲୋଚନା କରିଥିଲେ। ପୂର୍ବ ବଂଶଧର ମାନଙ୍କ ଦସ୍ତଖତ ଦେଖି ଭାବବିହ୍ବଳ ହୋଇପଡିଥିଲେ। ଏହି ଅବସରରେ ସେ ରେଜିଷ୍ଟରରେ ଦସ୍ତଖତ କରିଥିଲେ। ପାଖାପାଖି ୪୫ମିନିଟ ଧରି ଶାନ୍ତିପୂର୍ଣ୍ଣ ଦର୍ଶନ ସାରି ଶ୍ରୀମନ୍ଦିର ଛାଡିଥିଲେ ପ୍ରଧାନ ବିଚାରପତି। ଶ୍ରୀମନ୍ଦିରରୁ ଫେରି ଜଷ୍ଟିସ୍ ରମଣା ସିଂହଦ୍ଵାର ସମ୍ମୁଖରେ ସର୍ବସାଧାରଣଙ୍କୁ ହାତ ଯୋଡି ନମସ୍କାର କରିଥିଲେ। ୨୦୨୦ ମସିହାରେ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଜଷ୍ଟିସ୍ ରମଣା।

ଆଜି ପ୍ରଧାନ ବିଚାରପତିଙ୍କ ସହ ଓଡିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ସୁପ୍ରିମକୋର୍ଟ ବିଚାରପତି ଭିନିତ ଶରଣଙ୍କ ସହ ୪ଜଣ ବିଚାରପତି ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଗତକାଲି ପୁରୀରେ ପହଞ୍ଚିବା ପରେ ପ୍ରଧାନ ବିଚାରପତି ଶ୍ରୀମନ୍ଦିରର ଚତୁର୍ପାର୍ଶ୍ୱରେ ଚାଲିଥିବା ଉନ୍ନୟନ ମୁଳକ କାର୍ଯ୍ୟ ବୁଲି ଦେଖିଥିଲେ। ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ପାଇଁ ୭୫ମିଟର ମଧ୍ୟରେ ଚାଲିଥିବା ଉଚ୍ଛେଦ ସ୍ଥଳ ଅନୁଧ୍ୟାନ କରିଥିଲେ।

ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଖଣ୍ଡୁଆ ପାଠ ପ୍ରଦାନ କରାଯାଇ ମୁଖ୍ୟ ବିଚାରପତିଙ୍କୁ ସ୍ବାଗତ କରାଯାଇଥିଲା। ୫ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍ କୁମାର, ଜିଲ୍ଲାପାଳ, ଏସପି, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯ, ପ୍ରଧାନ ବିଚାରପତିଙ୍କ କୌଳିକ ପଣ୍ଡା ଓ ସେବାୟତ ମାନେ ମୁଖ୍ୟ ବିଚାରପତିଙ୍କ ସହିତ ହସ୍ତ ସମୟରେ ଉପସ୍ଥିତ ଥିଲେ।

ଶ୍ରୀମନ୍ଦିରର ବିକାଶ ପାଇଁ ସମସ୍ତ ଆଇନଗତ ସହାୟତା କରାଯିବା ନେଇ ସହଯୋଗ କରାଯିବ ବୋଲି ପ୍ରଧାନ ବିଚାରପତି ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ଜଷ୍ଟିସ୍ ରମଣା କଟକ ଆସିଛନ୍ତି। ଆଜି ସେ କଟକରେ ଆଇନ ସେବା ଭବନ ଉଦ୍‌ଘାଟନ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.