ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସାକ୍ଷାତ ବେଳେ କାହିଁକି ହସିଲେ ମୋଦୀ-ବାଇଡେନ?

0

ଓ୍ବାସିଂଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଶୁକ୍ରବାର ସାକ୍ଷାତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରଙ୍ଗରେ ଆଲୋଚନା ବେଳେ ବେଶ ହାସ୍ୟରୋଳ ଦେଖିବାକୁ ମିଳିଥିଲା। ବାଇଡେନଙ୍କ ସହ ହୋଇଥିବା ଆଲୋଚନା ସମୟରେ ମୋଦୀ କିଛି ଏମିତି ନେଇ ଦେଇଥିଲେ, ଯାହା ଦେଖିବା ପରେ ଦୁଇ ନେତା କିଛି ସମୟ ପାଇଁ ପ୍ରବଳ ହସିବାରେ ଲାଗିଥିଲେ।

ସୂଚନା ଅନୁସାରେ, ମୋଦୀଙ୍କ ସହ ଆଲୋଚନା ବେଳେ ବାଇଡେନଙ୍କ ଉପନାମ ବା ସଂପର୍କୀୟଙ୍କ ବିଷୟରେ ଆଲୋଚନା ହୋଇଥିଲା।ଏହି ସମୟରେ ମୋଦୀ ତାଙ୍କୁ ମୁମ୍ବାଇ ଗସ୍ତ କଥା ମନେପକାଇଥିଲେ। ସେତେବେଳେ ଜୋ ବାଇଡେନ ଆମେରିକାର ଉପରାଷ୍ଟ୍ରପତି ଥିଲେ। ସେବେ ଭାରତୀୟ ଗଣମାଧ୍ୟମ ତାଙ୍କୁ ପ୍ରଶ୍ନ କରିଥିଲେ, ତାଙ୍କର ଭାରତରେ କେହି ସଂପର୍କୀୟ ରହୁଛନ୍ତି କି? ତାଙ୍କୁ ଉତ୍ତର ଜଣାନଥିବା ବେଳେ କେହି ଜଣେ ମିଡିଆରୁ ତାଙ୍କୁ କହିଥିଲେ ଭାରତରେ ୫ ବାଇଡେନ ରହୁଛି। ଏହି କଥା ମନେ ପକାଇ ଉଭୟ ନେତା ହସିଥିଲେ।

ତେବେ ମୋଦୀ କହିଥିଲେ ଯେ ସେ ତାଙ୍କ ସାଂଗରେ କିଛି ଦସ୍ତାବିଜ ଧରି ଆସିଛନ୍ତି। ହୋଇପାରେ ଅଣାଯାଇଥିବା ଦସ୍ତାବିଜରୁ ଏ ନେଇ କିଛି ତଥ୍ୟ ମିଳିଯାଇପାରେ। ମୋଦୀଙ୍କ ଏଭଳି ମନ୍ତବ୍ୟ ପରେ ବେଶ ହାସ୍ୟରୋଳ ପରିବେଶ ଦେଖିବାକୁ ମିଳିଥିଲା। ସ୍ମରଣଯୋଗ୍ୟ ଭାରତରେ ଥିବା ସଂର୍ପକୀୟଙ୍କୁ ଚିହ୍ନଟ କରିବା ପାଇଁ ବାଇଡେନଙ୍କ ପାଇଁ ଦସ୍ତାବିଜ ଧରି ଯାଇଥିଲେ ମୋଦୀ।

ମୋଦୀ ଏହି ଗସ୍ତରେ ସମସ୍ତ ବିଶ୍ୱ ନେତାଙ୍କ ପାଇଁ କିଛି ନା କିଛି ଉପହାର ସାଂଗରେ ନେଇଯାଇଛନ୍ତି। ଏହି ଅବସରରେ ସେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ତାଙ୍କ ଜେଜେ ବାପାଙ୍କର ଏକ ପୂରୁଣା ନୋଟିଫିକେସନ ଉପହାର ଦେଇଥିଲେ।ମୋଦୀଙ୍କଠୁ ଏହି ଉପହାର ପାଇ ହାରିସଙ୍କୁ ତାଙ୍କ ପିଲାଦିନ କଥା ମନେ ପଡିଯାଇଥିଲା। ସେହପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ହସ୍ତଶିଳ୍ପ ଓ ଖୋଦେଇ କାମ ହୋଇଥିବା ଏକ ଜାହାଜର ପ୍ରତିକୃତି ଦେଇଥିଲେ ପ୍ରଧାନମନ୍ତ୍ରୀ।

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ଚନ୍ଦନ କାଠରେ ପ୍ରସ୍ତୁତ ଏକ ବୁଦ୍ଧ ପ୍ରତିମା ଉପହାର ଦେଇଥିଲେ ମୋଦୀ। ବାଇଡେନ ଭାରତ ଓ ଆମେରିକା ମଧ୍ୟରେ ବନ୍ଧୁତାକୁ ନେଇ କହିିଥିଲେ ଯେ ଇତିମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ସଂପର୍କ ଆହୁରି ନିବିଡ ହୋଇଯାଇଛି। ଚଳିତ ଦଶକ ଭାରତ ଓ ଆମେରିକା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ।

Leave A Reply

Your email address will not be published.