ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

କିଏ ଏହି ମହିଳା ଅଫିସର? ଯିଏ ପାକିସ୍ତାନର ଖୋଲିଦେଲେ ପୋଲ୍‌

0

ଓ୍ବାସିଂଟନ୍: ସାରା ବିଶ୍ୱ ସମୁଦାୟ ଆଗରେ ପାକିସ୍ତାନକୁ ଦେଲେ କଡ଼ା ଜବାବ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ବର୍ଷିବା ସହ ପାକିସ୍ତାନର ମୁଖା ଖୋଲିଦେଲେ। ମିଳିତ ଜାତିସଂଘର ସଚିବ ସ୍ତରୀୟ ବୈଠକରେ ଭାରତରୁ ପ୍ରତିନିଧ୍ୱିତ୍ୱ କରୁଥିବା ୟଙ୍ଗ ଲେଡି ଅଫିସର ସ୍ନେହା ଦୁବେ ବିଶ୍ୱ ସମୁଦାୟ ଆଗରେ ବଖାଣିଲେ ପାକିସ୍ତାନର ଆତଙ୍କବାଦ ଇତିହାସ। ଆତଙ୍କବାଦକୁ ସମର୍ଥନ କରିବା ନେଇ ଇମ୍ରାନଙ୍କ ଉପରେ ବର୍ଷିଛନ୍ତି ସ୍ନେହା ଦୁବେ। କହିଛନ୍ତି , ଜମ୍ମୁ ଓ କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ। କୌଣସି ବାହ୍ୟ ରାଷ୍ଟ୍ରର ଚକ୍ରାନ୍ତ ଫଳଫ୍ରଦ ହେବନାହିଁ।

ମିଳିତ ଜାତିସଂଘର ସଚିବ ସ୍ତରୀୟ ବୈଠକରେ ଇମ୍ରାନ ଖାଁ ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ପାକ ଅଧିକୃତ କାଶ୍ମୀରରୁ ଭାରତ ତୁରନ୍ତ ହଟିଯାଉ ବୋଲି ସେ ଦାବି କରିଥିଲେ। ସେହିପରି ତାଲିବାନ ସରକାରକୁ ସ୍ୱୀକୃତି ଦେବା ସହ ତାକୁ ଶକ୍ତିଶାଳୀ କରିବା ଲାଗି ବିଶ୍ୱ ସମୁଦାୟ ଆଗେଇ ଆସିବା ଉଚିତ ବୋଲି କହିଥିଲେ। ଆଫଗାନବାସୀଙ୍କ ସ୍ୱାର୍ଥ ଲାଗି ସାରା ବିଶ୍ୱ ତାଲିବାନ ସରକାରକୁ ଶକ୍ତିଶାଳୀ କରିବା ଉଚିତ ବୋଲି ମତ ଦେଇଥିଲେ ଇମ୍ରାନ୍।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ବିବାଦୀୟ ବିବୃତି ପରେ ଠିକଣା ଜବାବ ଦେଇଥିଲେ ସ୍ନେହା ଦୁବେ। ପାକିସ୍ତାନ ଉପରେ ଗର୍ଜିବା ସହ ପାକ୍ ସବୁବେଳେ ଛଦ୍ମବେଶରେ ରହି ନିଆଁ ଲଗା କାମ କରୁଛି ବୋଲି କହିଥିଲେ। ପାକିସ୍ତାନ ଅଗଣାରେ ଆତଙ୍କବାଦୀ ଖେଳୁଛନ୍ତି। ଆତଙ୍କବାଦକୁ ଢାଲ କରି ଭାରତଠୁ କାଶ୍ମୀର ଛଡାଇନେବାକୁ ବସିଛି ପାକିସ୍ତାନ। ହେଲେ କାଶ୍ମୀର ଓ ଲଦାଖ ସବୁବେଳେ ଭାରତରେ ଥିଲା ଓ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ ବୋଲି ପାକିସ୍ତାନକୁ ମନେ ରଖିବାକୁ ହେବ ବୋଲି ସ୍ନେହା ଦୁବେ କହିଥିଲେ।

ସ୍ନେହା ସ୍ୱଷ୍ଟ ଭାବରେ କହିଛନ୍ତି, ଜମ୍ମୁ କାଶ୍ମୀର ଓ ଲଦାଖର ସମଗ୍ର କେନ୍ଦ୍ରଶାସିତ ଅ ଳ ଭାରତର ଏକ ଅଙ୍ଗ ହୋଇ ରହିଛି ଓ ରହିବ। ଏଥିରେ ସେହି ଅଂଶ ମଧ୍ୟ ଅନ୍ତର୍ଭୁକ୍ତ ଯାହା ବେଆଇନ ଭାବରେ ପାକିସ୍ତାନ ଦ୍ୱାରା ଦଖଲ କରାଯାଇଛି। ତେଣୁ ପାକିସ୍ତାନ ତୁରନ୍ତ ସେହି ସ୍ଥାନକୁ ଖାଲି କରୁ। ଏହା ସହ ସ୍ନେହା ଦୁବେ ଇମ୍ରାନ ଖାଁକୁ କହିଛନ୍ତି ଯେ ,କିପରି ତାଙ୍କ ଦେଶ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଓ ବିଭିନ୍ନ କାମରେ ସହାୟତା କରୁଛି। ଏବେ ବି ଓସାମା ବିନ ଲାଡେନକୁ ପାକିସ୍ତାନ
ସହିଦ ଭାବେ ଦାବି କରୁଆସୁଛି। ତେଣୁ ପାକିସ୍ତାନ ଯଦି ଭାରତ ସହ ଶାନ୍ତି ସଂପର୍କ ସ୍ଥାପନ କରିବାକୁ ଚାହୁଁଛି ପ୍ରଥମେ ନୀତି ସୁଧାରୁ ବୋଲି ମିଳିତ ଜାତିସଂଘକୁ
କହିଥିଲେ ସ୍ନେହା।

ବିଶ୍ୱ ଦରବାରରେ ପାକିସ୍ତାନକୁ କଡ଼ା ଜବାବ ପରେ ଏବେ ସ୍ନେହା ଦୁବେଙ୍କର ସବୁଠି ପ୍ରଶଂସା। ଜାତିସଂଘ ମହାସଭାରେ ପାକିସ୍ତାନକୁ କାଶ୍ମୀରରୁ ବେଆଇନ ଦଖଲ ହଟାଇବାକୁ ନେଇ ଚେତାବନୀ ପରେ ଏବେ ସେ ଏକ ଚର୍ଚ୍ଚିତ ଚେହେରା ପାଲଟିଯାଇଛନ୍ତି।

Leave A Reply

Your email address will not be published.