ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ସାବାସ ଗାୟତ୍ରୀ:ବିନା ଛୁଟିରେ ବଞ୍ଚାଉଛନ୍ତି ଜୀବନ..

0

ଭୋପାଳ: ମହାମାରୀ କରୋନାକୁ ମାତ୍ ଦେବା ପାଇଁ ସାରା ଦେଶରେ ଜୋରସୋରରେ ଚାଲିଛି ଟୀକାକରଣ। ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଜାନୁଆରୀ ମାସରୁ ଏବେ ଯାଏଁ କରୋନା ଟୀକାକରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରେ କିଛି ଏଭଳି ସ୍ୱାସ୍ଥ୍ୟକର୍ମୀ ଅଛନ୍ତି ଯେଉଁମାନେ ନିଜର କର୍ମକ୍ଷେତ୍ରରେ ଆଗ୍ରହ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଭୋପାଳରୁ ଅଛନ୍ତି ଏଭଳି ଜଣେ ସ୍ୱାସ୍ଥ୍ୟ କର୍ମୀ । ଯିଏ କି ଜାନୁଆରି ମାସରୁ ଏଯାଏ ଗୋଟିଏ ଦିନ ବି ଛୁଟିରେ ରହିନାହାନ୍ତି। ଏବେ ଯାଏ ସେ ୬୧ ହଜାରରୁ ଅଧିକ ଡୋଜ କରୋନା ଟିକା ଦେଇସାରିଲେଣି।

ଭୋପାଳରେ ରହୁଥିବା କାଟଜୁ ହସ୍ପିଟାଲର ଏଏନଏମ ଗାୟତ୍ରୀ ଶ୍ରୀବାସ୍ତବ ପ୍ରଥମ ଦିନରୁ ହିଁ କରୋନା ଟିକାକରଣ ଅଭିଯାନରେ ନିୟୋଜିତ ଅଛନ୍ତି। ଜାନୁଆରି ୨୫ରୁ ପାଖପାଖି ୮ ମାସ ହେବ ସେ ବିନା ଛୁଟିରେ ଲୋକଙ୍କୁ ଟିକା ଦେଇଚାଲିଥିବା ଗାୟତ୍ରୀଙ୍କ କାମ ପ୍ରତି କେତେ ନିଷ୍ଠା ରହିଛି ଏଥିରୁ ହିଁ ଜଣାପଡୁଛି। ଗାୟତ୍ରୀ କହିଛନ୍ତି ଯେ, ସେ ଲକ୍ଷେ ଲୋକଙ୍କୁ ଟିକା ଦେବା ନେଇ ସଂକଳ୍ପ ନେଇଛନ୍ତି।

ଟୀକାକରଣ ଅଭିଯାନ ସମୟରେ ଯେତେବେଳେ ମନ୍ତ୍ରୀ ବିଶ୍ୱାସ ସାରଙ୍ଗ କାଟଜୁ ହସ୍ପିଟାଲରେ ପହଞ୍ଚିଥିଲେ, ସେତେବେଳେ ସେ ଗାୟତ୍ରୀ ଶ୍ରୀବାସ୍ତବଙ୍କ ବିଷୟରେ ଜାଣିବାକୁ ପାଇଥିଲେ। ଏହା ପରେ ସେ ତାଙ୍କୁ ପ୍ରଶଂସା କରିବା ସହ ସମ୍ମାନିତ କରିଥିଲେ । ମନ୍ତ୍ରୀ ବିଶ୍ୱାସ ସାରଙ୍ଗ କହିଛନ୍ତି ଯେ, ଗାୟତ୍ରୀଙ୍କ ଭଳି ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ହିଁ ରାଜ୍ୟ ଟୀକାକରଣରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରିପାରୁଛି । ଗାୟତ୍ରୀ ଶ୍ରୀବାସ୍ତବ କେବଳ ଜଣେ ନୁହଁନ୍ତି ଭୋପାଳରେ ଏଭଳି ଅନେକ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି ଯେଉଁମାନେ ବିନା ଛୁଟିର ଏଭଳି ଟୀକାକରଣ କାମରେ ନିୟୋଜିତ ଅଛନ୍ତି। ସେହିପରି ମଧ୍ୟପ୍ରଦେଶ ଛତ୍ରପୁର ହସ୍ପିଟାଲରେ ମାୟା
ଅହରିୱାର ମଧ୍ୟ ବିନା ଛୁଟିରେ ଗାୟତ୍ରୀଙ୍କଠୁ ଅଧିକ ଲୋକଙ୍କୁ ଟିକା ଦେଇସାରିଛନ୍ତି। ଏବେ ଯାଏ ମାୟା ବିନା ଛୁଟିରେ ୬୪ ହଜାର ଡୋଜ କରୋନା ଟିକା ଦେଇସାରିଲେଣି । ମାୟା ଅହରିୱାରଙ୍କ ସହ ଏବେ ଗାୟତ୍ରୀଙ୍କ ନାଁ ଯୋଡ଼ାହୋଇଯାଇଛି । ଦୁଇ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ କାମକୁ ଏବେ ସବୁଠି ପ୍ରଶଂସା

Leave A Reply

Your email address will not be published.