ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ଟିକା ନେଉଥିଲେ ମହିଳା, ଏପଟେ ଚୋର..

0

ଭୁବନେଶ୍ବର: ଟିକା ନେବାକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ରାଜଧାନୀରେ। ଭୁବନେଶ୍ୱର କଳିଙ୍ଗବିହାର ଅଞ୍ଚଳରେ ଜଣେ ମହିଳା ଟିକା ନେବାକୁ ଯାଇଥିଲେ। ଆଉ ଏହାର ଫାଇଦା ନେଇ କିଛି ଦୁର୍ବୃତ୍ତ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କରିଥିବା ଅଭିଯୋଗ ହୋଇଛି। ତମାଣ୍ଡୋ ଥାନାରେ ଅଭିଯୋଗ ପରେ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି।

ଖବର ଅନୁସାରେ ଭୁବନେଶ୍ୱର କଳିଙ୍ଗବିହାରର ସସ୍ମିତା ମହାପାତ୍ର ଟିକା ନେବାକୁ ଯାଇଥିଲେ। ସସ୍ମିତାଙ୍କ ସ୍ୱାମୀ ମଧ୍ୟ ଘରେ ୨ ଦିନ ହେବ ନଥିଲେ। ଘଣ୍ଟାଏ ପରେ ଯେବେ ଘରକୁ ଫେରିଥିଲେ ଦେଖିଥିଲେ ଘରର କବାଟ ଖୋଲା ଅଛି। ଘରେ ପଡିଥବା ତାଲା ଭଙ୍ଗାହୋଇ ତଳେ ପଡିଛି। ଆଉ ଲକରରେ ଥିବା ସବୁ ସୁନା ଲୁଟ ହୋଇଛି। ତିନୋଟି ଚେନ, ମୁଦି, ଚାରିଟି ହାର,ସୁନା ଶଙ୍ଖା, ଚୁଡି, କାନ ଫୁଲ ନେଇଯାଇଛନ୍ତି ଦୁର୍ବୃତ୍ତ। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।

ତେବେ ଯେହେତୁ ଦିନବେଳା ଏହି ଚୋରି ହୋଇଛି ଏବଂ ସସ୍ମିତା ମହାପାତ୍ର ଯେଉଁ ସମୟରେ ଟିକା ନେବାକୁ ଯାଇଛନ୍ତି ସେହି ସମୟରେ
ଘରେ ଦୁର୍ବୃତ୍ତ ପଶିଛନ୍ତି ; ତେଣୁ କେହି ତାଙ୍କୁ ଜାଣିଥିବା ଲୋକ ଏଭଳି କାଣ୍ଡ ଘଟାଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ସସ୍ମିତାଙ୍କ କହିବା ଅନୁସାରେ ଯେତେବେଳେ ସେ ଟିକା ନେବାକୁ ଯାଇଥିଲେ ପଡୋଶୀଙ୍କ ଘରେ ପିଲାଙ୍କୁ ଛାଡିବାକୁ ଯାଇଥିଲେ।। ୨ରୁ ୩ ଘଣ୍ଟା ଫେରିବାରେ ବିଳମ୍ବ ହେବ ବୋଲି ମଧ୍ୟ କହିଥିଲେ। ସେହି ସମୟରେ ସେଠାରେ କିଛି ଲୋକ କାମ କରୁଥିଲେ। ତେଣୁ ସେମାନେ ଏଭଳି ଲୁଟ କରିଥାଇପାରନ୍ତି ବୋଲି ସେ
ସନ୍ଦେହ କରୁଛନ୍ତି। ପୁଲିସ ହାତରେ କିଛି ଫିଙ୍ଗର ପ୍ରିଣ୍ଟ୍ ଲାଗିଛି । ଯେଉଁମାନଙ୍କ ଉପରେ ସନ୍ଦେହ ଅଛି ପୁଲିସ ସମସ୍ତଙ୍କୁ ପଚରାଉଚରା କରାଯିବ ଏବଂ ଖୁବ ଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି କହିଛି ପୁଲିସ।

Leave A Reply

Your email address will not be published.