ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଟିକା ନେଉଥିଲେ ମହିଳା, ଏପଟେ ଚୋର..

0

ଭୁବନେଶ୍ବର: ଟିକା ନେବାକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ରାଜଧାନୀରେ। ଭୁବନେଶ୍ୱର କଳିଙ୍ଗବିହାର ଅଞ୍ଚଳରେ ଜଣେ ମହିଳା ଟିକା ନେବାକୁ ଯାଇଥିଲେ। ଆଉ ଏହାର ଫାଇଦା ନେଇ କିଛି ଦୁର୍ବୃତ୍ତ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କରିଥିବା ଅଭିଯୋଗ ହୋଇଛି। ତମାଣ୍ଡୋ ଥାନାରେ ଅଭିଯୋଗ ପରେ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି।

ଖବର ଅନୁସାରେ ଭୁବନେଶ୍ୱର କଳିଙ୍ଗବିହାରର ସସ୍ମିତା ମହାପାତ୍ର ଟିକା ନେବାକୁ ଯାଇଥିଲେ। ସସ୍ମିତାଙ୍କ ସ୍ୱାମୀ ମଧ୍ୟ ଘରେ ୨ ଦିନ ହେବ ନଥିଲେ। ଘଣ୍ଟାଏ ପରେ ଯେବେ ଘରକୁ ଫେରିଥିଲେ ଦେଖିଥିଲେ ଘରର କବାଟ ଖୋଲା ଅଛି। ଘରେ ପଡିଥବା ତାଲା ଭଙ୍ଗାହୋଇ ତଳେ ପଡିଛି। ଆଉ ଲକରରେ ଥିବା ସବୁ ସୁନା ଲୁଟ ହୋଇଛି। ତିନୋଟି ଚେନ, ମୁଦି, ଚାରିଟି ହାର,ସୁନା ଶଙ୍ଖା, ଚୁଡି, କାନ ଫୁଲ ନେଇଯାଇଛନ୍ତି ଦୁର୍ବୃତ୍ତ। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।

ତେବେ ଯେହେତୁ ଦିନବେଳା ଏହି ଚୋରି ହୋଇଛି ଏବଂ ସସ୍ମିତା ମହାପାତ୍ର ଯେଉଁ ସମୟରେ ଟିକା ନେବାକୁ ଯାଇଛନ୍ତି ସେହି ସମୟରେ
ଘରେ ଦୁର୍ବୃତ୍ତ ପଶିଛନ୍ତି ; ତେଣୁ କେହି ତାଙ୍କୁ ଜାଣିଥିବା ଲୋକ ଏଭଳି କାଣ୍ଡ ଘଟାଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ସସ୍ମିତାଙ୍କ କହିବା ଅନୁସାରେ ଯେତେବେଳେ ସେ ଟିକା ନେବାକୁ ଯାଇଥିଲେ ପଡୋଶୀଙ୍କ ଘରେ ପିଲାଙ୍କୁ ଛାଡିବାକୁ ଯାଇଥିଲେ।। ୨ରୁ ୩ ଘଣ୍ଟା ଫେରିବାରେ ବିଳମ୍ବ ହେବ ବୋଲି ମଧ୍ୟ କହିଥିଲେ। ସେହି ସମୟରେ ସେଠାରେ କିଛି ଲୋକ କାମ କରୁଥିଲେ। ତେଣୁ ସେମାନେ ଏଭଳି ଲୁଟ କରିଥାଇପାରନ୍ତି ବୋଲି ସେ
ସନ୍ଦେହ କରୁଛନ୍ତି। ପୁଲିସ ହାତରେ କିଛି ଫିଙ୍ଗର ପ୍ରିଣ୍ଟ୍ ଲାଗିଛି । ଯେଉଁମାନଙ୍କ ଉପରେ ସନ୍ଦେହ ଅଛି ପୁଲିସ ସମସ୍ତଙ୍କୁ ପଚରାଉଚରା କରାଯିବ ଏବଂ ଖୁବ ଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି କହିଛି ପୁଲିସ।

Leave A Reply

Your email address will not be published.