ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଯାଜପୁରରେ ଆଉ ୧୬ କଲେରା ପଜିଟିଭ୍‌ ଚିହ୍ନଟ

0

ଯାଜପୁର: ଯାଜପୁରରେ ନିୟନ୍ତ୍ରଣକୁ ଆସୁନି ଝାଡାବାନ୍ତି। ମାଡୁଛି ହଇଜା। ଯାଜପୁର ଜିଲ୍ଲାରେ ୪୯ ସାମ୍ପଲରୁ ଆଉ ୧୬ କଲେରା ପଜିଟିଭ୍‌ ଚିହ୍ନଟ ହୋଇଛି । ଦୁଇଟି ପର୍ଯ୍ୟାୟରେ ଯାଇଥିବା ସାମ୍ପଲ୍‌ରୁ ପଜିଟିଭ୍‌ ଚିହ୍ନଟ ହୋଇଛି। ୨୧ରୁ ୧୧ ଓ ପରବର୍ତ୍ତୀ ୨୮ ସାମ୍ପଲରୁ ୫ କଲେରା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଲେ ଯାଜପୁର ସିଡିଏମ୍‌ଓ।

ଯାଜପୁରରୁ ଆରମ୍ଭ ହୋଇଥିବା ଏହି କଲେରା ଆଖପାଖ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି। ଗତକାଲି ଯାଜପୁରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ ଡ଼ା ଆଶୁତୋଷ ବିଶ୍ବାସ। ଏହି ପ୍ରରିପେକ୍ଷିରେ ସେ କହିଛନ୍ତି ଯେ, ଝାଡ଼ାବାନ୍ତି ଏବେ ସେକେଣ୍ଡ ଟ୍ରାନ୍ସମିସନ ଷ୍ଟେଜରେ ଅଛି । ଜଳ ବାହିତ ଏହି ଜୀବାଣୁ ଏବେ ମଣିଷଙ୍କଠାରୁ ମଣିଷଙ୍କୁ ଡେଉଁଛି। ଅର୍ଥାତ୍ ସଂକ୍ରମିତ ଅଞ୍ଚଳର ବ୍ୟକ୍ତି ଅନ୍ୟ ଅଞ୍ଚଳକୁ ଯିବା ଏବଂ ସେଠାରେ ଝାଡ଼ା କିମ୍ବା ବାନ୍ତି କଲେ ତାହା ପାଣି ସହ ମିଶି ସଂକ୍ରମଣ ବଢ଼ାଇଥାଏ।

ଯାଜପୁର ପରେ ଏବେ ବିଭିନ୍ନ ଜିଲ୍ଲାକୁ ଡେଇଁଛି ଡାଇରିଆ। ବାଲେଶ୍ୱର ଜିଲ୍ଲା ସୋରରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପଟେ ଯାଜପୁରରେ ବଢ଼ିଛି ମୃତ୍ୟୁ ସଂଖ୍ୟା। ଯାଜପୁର ରୋଡ଼ ମେଡ଼ିକାଲରେ ଝାଡ଼ାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ପରେ ପରେ କେନ୍ଦ୍ରାପଡ଼ା, କଟକ ଟାଙ୍ଗୀ, ଚୌଦ୍ବାର, ବାଙ୍କୀରେ ମଧ୍ୟ ଡାଇରିଆ ବ୍ୟାପିବାରେ ଲାଗିଛି।

Leave A Reply

Your email address will not be published.