ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଆଫଗାନିସ୍ତାନରେ ଅବତରଣ କଲା ଚୀନ ବିମାନ?

0

କାବୁଲ: ଆମେରିକା ସେନା ପ୍ରତ୍ୟାହାର ପରେ ଆଫଗାନିସ୍ତାନର ବାଗ୍ରାମ ଏୟାରବେସରେ ପ୍ରଥମ ଥର ସାମରିକ ବିମାନ ଅବତରଣ କରିଥିବାର ଦେଖିବାକୁ ମିଳିଛି। ଏହି ବିମାନ ଚୀନ ସେନାର ହୋଇଥାଇପାରେ ବୋଲି ଦାବି କରାଯାଉଛି। କେବଳ ଏତିକି ନୁହେଁ, କିଛି ଦିନ ଧରି ଅନ୍ଧାରରେ ଥିବା ବାଗ୍ରାମ ଏୟାରବେସରେ ଏବେ ପୁଣି ଆଲୋକିତ ହୋଇଛି।

ବାସ୍ତବରେ,ବାଗ୍ରାମ ଏୟାରବେସ ଆମେରିକା ସେନାର ଏକ ଦୃଢ ଗଡ଼ ଅଟେ। ଏହିଠାରୁ ସେ ଅପରେସନ ଗୁଡିକୁ କାର୍ଯ୍ୟକାରୀ କରିଥାଏ । ‘ଡେଲି ମଲ’ର ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରୁ ଆମେରିକା ସେନା ଯିବା ପରେ ସେଠାରେ (ବାଗ୍ରାମ ଏୟାରବେସ)ରେ ସାମରିକ ବିମାନ ଆସିବାର ଅନେକ ଖବର ଆସିଛି। କିଛି ଚିତ୍ର ମଧ୍ୟ ସାମନାକୁ ଆସିଛି। ଏହା ସହ ବିଦ୍ୟୁତ ସଂଯୋଗ ପୁଣି କରାଯାଇଥିବାରୁ ଏୟାରବେସରେ ଲାଇଟ ଜଳିଛି।

କୁହାଯାଉଥିଲା ଯେ , ଆମେରିକା ସେନା ଯିବା ପରେ ଚୀନ ଏହି ଏୟାରବେସକୁ ଦଖଲ କରିବାକୁ ଆଗ୍ରହ ଦେଖାଉଥିଲା । ଚୀନ ବ୍ୟପାର ବିଶେଷଜ୍ଞ ୟୁନ ମଧ୍ୟ କହିଥିଲେ ଯେ, ବାଗ୍ରାମା ଏୟାରବେସକୁ ଏବେ ଚୀନ ଦଖଲ କରୁଛି। ଏହାରି ମଧ୍ୟରେ ଅନେକ ସାମରିକ ବିମାନ ଉଡାଣ କରି ବେଗ୍ରାମ ଏୟାରବେସରେ ଅବତରଣ କରିଥିବାରୁ ଏହା ଚୀନର ବୋଲି ଦାବି କରାଯାଉଛି। ଏହି ଏୟାରବେସ ଆଫଗାନିସ୍ତାନ ରାଜଧାନୀ କାବୁଲ ନିକଟରେ ରହିଛି। ଏହାକୁ ପ୍ରାୟ ୨୦ ବର୍ଷ ଧରି ଆମେରିକା ସେନା ଦଖଲ କରି ରଖିଥିଲା ।

ଆମେରିକା ନ୍ୟୁଜ ଓ ୱାଲ୍ଡ ରିପୋର୍ଟ ଅନୁଯାୟୀ , ଚୀନ ନିଜର ସାମରିକ କର୍ମଚାରୀ ଓ ଅର୍ଥନୈତିକ ବିକାଶ ଅଧିକାରୀଙ୍କୁ ବାଗ୍ରାମ ଏୟାରବେସକୁ ପଠାଇବାକୁ ଚିନ୍ତା କରୁଛି । ତେବେ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଏହାକୁ ଏବେ ଅସ୍ୱୀକାର କରିଛନ୍ତି ।

Leave A Reply

Your email address will not be published.