ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ମୁର୍ଖ ସିଦ୍ଧେଶ୍ୱର ପରିଡାରୁ ଶାରଳା ଦାସ ଓ ମାଆ ଶାରଳା

0

ମାଆଙ୍କ ଷୋଳ ପୂଜାର ଆଜି ହେଉଛି ଷଷ୍ଠ ଦିବସ, ଧୀରେ ଧୀରେ ବଦଳୁଛି ଗାଁ, ସହରରପରିବେଶ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ବାସିନୀ ମାଆ ଶାରଳାଙ୍କୁ ସରସ୍ୱତୀ ଭାବେ ଆଖ୍ୟାୟିତ କରାଯାଇଛି। ସତୀଙ୍କର ଜିହ୍ୱା ଏହି କ୍ଷେତ୍ରରେ ପଡିଥିବାରୁ ଶାରଳାଙ୍କୁ ସରସ୍ୱତୀ ବୋଲି କୁହାଯାଇଥାଏ। କୃପାଜଳ ବ୍ରହ୍ମା ନାମକ ଜଣେ ଋଷିଙ୍କର ମାନସ କନ୍ୟା ଭାବେ ମାଘ ଶୁକ୍ଲ ଶ୍ରୀପଞ୍ଚମୀ ଦିନ ମାଆଙ୍କ ଆବିର୍ଭାବ ଘଟିଥିବାରୁ ମାଆ ଶାରଳାଙ୍କୁ ମଧ୍ୟ ସରସ୍ବତୀ ଭାବେ କେହି କେହି ପୂଜା କରିଥାନ୍ତି।

ମାଆ ଶାରଳା ହେଉଛନ୍ତି ଅଷ୍ଟଭୂଜା। ମାଆ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରିଛନ୍ତି। ମୁର୍ଖ ସିଦ୍ଧେଶ୍ୱର ପରିଡା ମାଆ ଶାରଳାଙ୍କ କୃପା ଲାଭ କରି ଶୁଦ୍ରମୁନି ଶାରଳା ଦାସ ନାମରେ ଖ୍ୟାତ ହୋଇଥିଲେ। ଐତିହାସିକଙ୍କ ମତ ଅନୁଯାୟୀ, ପଞ୍ଚଦଶ ଶତାଦ୍ଦୀରେ ମାଆ ଶାରଳା ଠାକୁରାଣୀଙ୍କ ମନ୍ଦିର ପ୍ରଥମେ ବଡ ସାରୋଳ ଗ୍ରାମରେ ଥିଲା। କଳାପାହାଡ ଆକ୍ରମଣରେ ମନ୍ଦିରଟି ଲଣ୍ଡା ଦେଉଳରେ ପରିଣତ ହେବାରୁ କନକ ପୁରଠାରେ ନୂଆ ମନ୍ଦିର ନିର୍ମାଣ କରାଯାଇ ମାଆଙ୍କ ବିଗ୍ରହ ପୁନଃ ପ୍ରତିଷ୍ଠା ହୋଇଛି।

ମାଆ ଶାରଳାଙ୍କ ପୀଠରେ ଆଶ୍ୱିନ କୃଷ୍ଣ ପକ୍ଷ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଅନୁଷ୍ଠିତ ହୁଏ। ଏହି ସମୟରେ ପ୍ରତ୍ୟେକ ଦିନ ଭୋର ୫ଟାରୁ ମଙ୍ଗଳ ଆଳତୀରୁ ପୂଜା ଆରମ୍ଭ ହେବା ସହିତ ମାର୍ଜନା ଓ ବେଶ ହୋଇଥାଏ। ପରେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ସମର୍ପଣ କରାଯାଏ। ପାଞ୍ଜିପାଠ, ସୂର୍ଯ୍ୟପୂଜା, ଚଣ୍ଡୀ ପାଠ, ଷୋଡଶ ଉପଚାର ପୂଜା, ସନ୍ଧ୍ୟା ଆଳତୀ, ବଡସିଂହାର ପରେ ରାତିରେ ସମ୍ପୂର୍ଣ୍ଣ ସୁନାବେଶ ଅନୁଷ୍ଠିତ ହୋଇଥାଏ। ନବରାତ୍ର ଉପଲକ୍ଷେ ମହାଷ୍ଟମୀ ପର୍ଯ୍ୟନ୍ତ ମାଆଙ୍କ ଚଳନ୍ତି ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ ଏକ ବର୍ଣ୍ଣାଢ୍ୟ ପଟୁଆରରେ ନେଇ ନଗର ପରିକ୍ରମା କରାଯାଇଥାଏ । 

Leave A Reply

Your email address will not be published.