ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ବିଜେପିକୁ ଅକଳରେ ପକାଇଲାଣି ଯୋଗୀଙ୍କ ରଣନୀତି

0

ଲକ୍ଷ୍ନୌ: ଶେଷରେ ମୁଣ୍ଡ ନୁଆଁଇଲେ ଯୋଗୀ ସରକାର। ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ପରେ ବ୍ୟାକଫୁଟରେ ଥିବା ଯୋଗୀ ସରକାର ଏବେ ନିଜ ନିଷ୍ପତ୍ତି ବଦଳାଇଛନ୍ତି। ଖେରିରେ କୃଷକଙ୍କ ମୃତ୍ୟୁ ପରେ ଗତ ୪ ଦିନ ଧରି ରାଜନୈତିକ ଯୁଦ୍ଧ ଲାଗି ରହିଥିବା ବେଳେ ଆଜି ବଦଳିଛି ଚିତ୍ର। ଏବେ ଯୋଗୀ ସରକାର ରାଜନୈତିକ ଦଳ ମାନଙ୍କୁ ଖେରି ଯିବାକୁ ଅନୁମତି ଦେଇଛନ୍ତି। ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ସେମାନଙ୍କ ସହ ୫ ଜଣଙ୍କୁ ଖେରି ଯିବାକୁ ଅନୁମତି ମିଳିବା ପରେ ସେମାନେ ପୀଡିତ ପରିବାରଙ୍କୁ ଭେଟିବାକୁ ବାହରିଛନ୍ତି। ସେହିପରି ଆପ ନେତା ସଂଜୟ ସିଂହଙ୍କୁ ମଧ୍ୟ ୫ ଜଣଙ୍କ ସହ ଖେରି ଯିବା ପାଇଁ ଅନୁମତି ମିଳିଛି।

ରାହୁଲ ଗାନ୍ଧୀ ଲକ୍ଷ୍ମୀପୁର ଯିବାକୁ ନେଇ କହିବା ପରେ ଲକ୍ଷ୍ନୌରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲା । ଲକ୍ଷ୍ମୀପୁର ଯିବା ପାଇଁ ଦିଲ୍ଲୀରୁ ଲକ୍ଷ୍ନୌ ବିମାନ ଧରିଥିଲେ ରାହୁଲ । ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦର ବାହାରକୁ ଛଡାଯାଇନଥିଲା। ଫଳରେ ବିମାନବନ୍ଦରରେ ଧାରଣାରେ ବସିଥିଲେ ରାହୁଲ। ପ୍ରଶାସନ ତାଙ୍କ ଗାଡିରେ ରାହୁଲଙ୍କୁ ଲକ୍ଷ୍ମୀପୁର ନେବାକୁ କହିଥିବା ବେଳେ ରାହୁଲ କିନ୍ତୁ ରାଜି ହୋଇନଥିଲେ। ତାଙ୍କୁ କଏଦୀ ପରି ପୁଲିସ ଗାଡିରେ ନେବାକୁ ଚାହୁଁଛି ବୋଲି କହିଥିଲେ। ଏହାକୁ ନେଇ ସେ ଧାରଣାରେ ବସିଥିଲେ।

ଧାରଣା ପରେ ଶେଷରେ ତାଙ୍କୁ ବିମାନବନ୍ଦର ବାହାରକୁ ଛଡାଯାଇଥିଲା। ଏହା ବ୍ୟତୀତ ପ୍ରଶାସନ ରାହୁଲଙ୍କୁ ବିମାନବନ୍ଦରର ଆଉ ଗୋଟେ ଗେଟ୍‌ରେ ନେବାକୁ ଚାହୁଁଥିଲା। କିନ୍ତୁ ରାହୁଲ ମୁଖ୍ୟ ଗେଟ ଦେଇ ଯିବେ ବୋଲି କହିଥିଲେ। ରାହୁଲଙ୍କୁ ପ୍ରଶାସନ ସିଧା ଲକ୍ଷ୍ମୀପୁର ଯିବାକୁ କହିଥିବା ବେଳେ ସେ କହିଥିଲେ ପ୍ରଥମେ ସୀତାପୁର ଯିବେ ଓ ସେଠାରୁ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଲକ୍ଷ୍ମୀପୁର ଯିବେ।

ତେବେ ପ୍ରଶାସନ ରାହୁଲଙ୍କ ସମସ୍ତ ସର୍ତ୍ତ ଶେଷରେ ମାନିଛି। ରାହୁଲ ଏବେ ବିମାନବନ୍ଦରରୁ ବାହାରିସାରିଥିବା ବେଳେ ତାଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଅଛନ୍ତି। ରାହୁଲ ଲକ୍ଷ୍ମୀପୁର ଯିବା ପୂର୍ବରୁ ଦିଲ୍ଲୀରେ ପ୍ରେସମିଟ କରି ମୋଦି ଓ ଯୋଗୀ ସରକାରଙ୍କ ଉପରେ ବର୍ଷିଥିଲେ। ବ୍ୟବସ୍ଥାଗତ ଭାବେ ଚାଷୀଙ୍କୁ ହତ୍ୟା କରାଯାଇଛି ବୋଲି କହିଥିଲେ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌ ଗସ୍ତ କରିଥିଲେ। କିନ୍ତୁ ଲକ୍ଷ୍ମୀପୁର ଖେରି କାହିଁକି ଗଲେନି ବୋଲି ସେ ପ୍ରଶ୍ନ କରିଥିଲେ । ଦେଶରେ ଏକଛତ୍ରବାଦ ଶାସନ ଚାଲିଛି ବୋଲି କହିଥିଲେ ରାହୁଲ।

ଗତ ରବିବାର ଦିନ ଲକ୍ଷ୍ମୀପୁର ଖେରିରେ କୃଷକ ଆନ୍ଦୋଳନ ସମୟରେ କାର ଚଢିଯାଇ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଏନେଇ ହିଂସାକାଣ୍ଡ ବ୍ୟାପିବାରୁ ଅନ୍ୟ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଘଟଣା ୮ ଜଣଙ୍କ ମୃତ୍ୟୁକୁ ନେଇ ଲକ୍ଷ୍ମୀପୁରରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଛି। ଏହା ପରେ ମୃତ କୃଷକଙ୍କ ପରିବାରକୁ ଭେଟିବା ଲାଗି ରାଜନୈତିକ ଦଳ ପ୍ରୟାସ କରିଥିବା ବେଳେ ତାଙ୍କୁ ଛଡାଯାଉନଥିଲା। ପୀଡିତଙ୍କ ପରିବାରକୁ ଭେଟିବାକୁ ପ୍ରିୟଙ୍କା ଗାନ୍ଧୀ ଯାଇଥିବା ବେଳେ ତାଙ୍କୁ ପ୍ରଥମେ ଅଟକ ରଖିଥିଲା ପୁଲିସ। ଏହା ପରେ ତାଙ୍କୁ ଗିରଫ କରି ସୀତାପୁର ଗେଷ୍ଟ ହାଉସରେ ରଖାଯାଇଥିଲା।

କୃଷକ ମାନଙ୍କ ଉପରେ ଗାଡି ଚଢିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଘଟଣାକୁ ୪ ଦିନ ବିତିଯାଇଛି । ସାରା ଦେଶରେ ଏହାକୁ
ନେଇ ହଇଚଇ ହେଉଥିବା ବେଳେ ପୁଲିସ ଏଯାଏଁ କିନ୍ତୁ କାହାକୁ ଗିରଫ କରିନି କି କୌଣସି ପଦକ୍ଷେପ ନେଇନି । କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର କୃଷକଙ୍କ ଉପରେ ଗାଡି ଚଢାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଶିଷଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେପଟେ ଆଜି ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମିଶ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିବା ଜଣାପଡିଛି। ତେବେ ସମୁଦାୟ ଘଟଣାରେ ଉତ୍ତରପ୍ରଦେଶ ସରକାରଙ୍କ ରଣନୀତି ଏବେ ବିଜେପି ପାଇଁ ସାମଗ୍ରିକ ଭାବେ କ୍ଷତି ପହଞ୍ଚାଇବା ଆରମ୍ଭ କଲାଣି।

Leave A Reply

Your email address will not be published.