ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ଆଜିଠାରୁ ଖୋଲିବ ଶିରିଡି ସାଇବାବାଙ୍କ ମନ୍ଦିର

0

ମୁମ୍ବାଇ: ଆସନ୍ତାକାଲି ନବରାତ୍ରର ପ୍ରଥମ ଦିନରେ ଶିରିଡି ସାଇବାବାଙ୍କ ମନ୍ଦିର ସର୍ବସାଧାରଣ ଭକ୍ତଙ୍କ ପାଇଁ ଖୋଲିବ। ସାଇବାବା ସଂସ୍ଥାନ ପରିଚାଳନା ଟ୍ରଷ୍ଟ ଏଭଳି ସୂଚନା ଦେଇଛନ୍ତି। ହେଲେ କୋଭିଡ୍ କଟକଣା ମଧ୍ଯରେ ଭକ୍ତମାନେ ବାବାଙ୍କ ଦର୍ଶନ କରିବେ। ସର୍ବାଧିକ ୧୫ ହଜାର ଭକ୍ତ ଦୈନିକ ବାବାଙ୍କ ଦର୍ଶନ କରିପାରିବେ ବୋଲି କୁହାଯାଇଛି। ତେବେ, ୧୦ ବର୍ଷରୁ କମ୍ ପିଲା, ଗର୍ଭବତୀ ମହିଳା, ଅସୁସ୍ଥ ବ୍ୟକ୍ତି, ୬୫ ବର୍ଷରୁ ଅଧିକ ବୟସ୍କ ନାଗରିକ ଏବଂ ମାସ୍କ ନଥିବା ବ୍ୟକ୍ତି ପ୍ରବେଶ ନିଷେଧ କରାଯାଇଛି। ସେହିଭଳି ମନ୍ଦିରରେ ପ୍ରସାଦ କାଉଣ୍ଟର ବନ୍ଦ ରହିବ।

ଦର୍ଶନ କରିବାକୁ ଥିବା ୧୫ ହଜାର ଲୋକଙ୍କ ମଧ୍ଯରୁ ୫ ହଜାର ପାସ୍ ଅନ ଲାଇନରେ ବୁକ୍ କରାଯିବ। ସେହିଭଳି ୫ ହଜାର ପାସ୍ ଅଫ୍ ଲାଇନରେ ଏବଂ ବଳକା ୫ ହଜାର ପାସ୍ ଅର୍ଥ ପ୍ରଦାନ ପୂର୍ବକ (ପେଡ୍ ପାସ୍) ଦିଆଯିବ। କୌଣସି ପରିସ୍ଥିତିରେ ଗୋଟିଏ ଘଣ୍ଟା ମଧ୍ଯରେ ଯେଭଳି ୧୧୫୦ରୁ ଅଧିକ ଲୋକ ମନ୍ଦିର ଭିତରେ ନ ରୁହନ୍ତି, ତାହାକୁ ନିଶ୍ଚିତ କରାଯିବ ବୋଲି ସଂସ୍ଥାନ ସ୍ପଷ୍ଟ କରିଛି।

ତେବେ ସାଇବାବାଙ୍କ ମନ୍ଦିର ଖୋଲିବା ନିଷ୍ପତ୍ତି ପରେ ସାରା ଭାରତବର୍ଷରେ ବାବାଙ୍କ ଭକ୍ତଙ୍କ ମଧ୍ଯରେ ଖୁସି ପ୍ରକାଶ ପାଇଛି। ସାରା ଭାରତ ବର୍ଷରୁ ଅନ୍ ଲାଇନ୍ ପାସ୍ ପାଇଁ ଏବେଠାରୁ ଉଦ୍ଯମ ଆରମ୍ଭ ହୋଇଗଲାଣି। କୋଭିଡ୍ ପରିପ୍ରେକ୍ଷୀରେ ସାଇବାବାଙ୍କ ମନ୍ଦିରକୁ ସାଧାରଣ ଲୋକଙ୍କ ଦର୍ଶନ ବନ୍ଦ ଥିଲା।

Leave A Reply

Your email address will not be published.