ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଆଜିଠାରୁ ଖୋଲିବ ଶିରିଡି ସାଇବାବାଙ୍କ ମନ୍ଦିର

0

ମୁମ୍ବାଇ: ଆସନ୍ତାକାଲି ନବରାତ୍ରର ପ୍ରଥମ ଦିନରେ ଶିରିଡି ସାଇବାବାଙ୍କ ମନ୍ଦିର ସର୍ବସାଧାରଣ ଭକ୍ତଙ୍କ ପାଇଁ ଖୋଲିବ। ସାଇବାବା ସଂସ୍ଥାନ ପରିଚାଳନା ଟ୍ରଷ୍ଟ ଏଭଳି ସୂଚନା ଦେଇଛନ୍ତି। ହେଲେ କୋଭିଡ୍ କଟକଣା ମଧ୍ଯରେ ଭକ୍ତମାନେ ବାବାଙ୍କ ଦର୍ଶନ କରିବେ। ସର୍ବାଧିକ ୧୫ ହଜାର ଭକ୍ତ ଦୈନିକ ବାବାଙ୍କ ଦର୍ଶନ କରିପାରିବେ ବୋଲି କୁହାଯାଇଛି। ତେବେ, ୧୦ ବର୍ଷରୁ କମ୍ ପିଲା, ଗର୍ଭବତୀ ମହିଳା, ଅସୁସ୍ଥ ବ୍ୟକ୍ତି, ୬୫ ବର୍ଷରୁ ଅଧିକ ବୟସ୍କ ନାଗରିକ ଏବଂ ମାସ୍କ ନଥିବା ବ୍ୟକ୍ତି ପ୍ରବେଶ ନିଷେଧ କରାଯାଇଛି। ସେହିଭଳି ମନ୍ଦିରରେ ପ୍ରସାଦ କାଉଣ୍ଟର ବନ୍ଦ ରହିବ।

ଦର୍ଶନ କରିବାକୁ ଥିବା ୧୫ ହଜାର ଲୋକଙ୍କ ମଧ୍ଯରୁ ୫ ହଜାର ପାସ୍ ଅନ ଲାଇନରେ ବୁକ୍ କରାଯିବ। ସେହିଭଳି ୫ ହଜାର ପାସ୍ ଅଫ୍ ଲାଇନରେ ଏବଂ ବଳକା ୫ ହଜାର ପାସ୍ ଅର୍ଥ ପ୍ରଦାନ ପୂର୍ବକ (ପେଡ୍ ପାସ୍) ଦିଆଯିବ। କୌଣସି ପରିସ୍ଥିତିରେ ଗୋଟିଏ ଘଣ୍ଟା ମଧ୍ଯରେ ଯେଭଳି ୧୧୫୦ରୁ ଅଧିକ ଲୋକ ମନ୍ଦିର ଭିତରେ ନ ରୁହନ୍ତି, ତାହାକୁ ନିଶ୍ଚିତ କରାଯିବ ବୋଲି ସଂସ୍ଥାନ ସ୍ପଷ୍ଟ କରିଛି।

ତେବେ ସାଇବାବାଙ୍କ ମନ୍ଦିର ଖୋଲିବା ନିଷ୍ପତ୍ତି ପରେ ସାରା ଭାରତବର୍ଷରେ ବାବାଙ୍କ ଭକ୍ତଙ୍କ ମଧ୍ଯରେ ଖୁସି ପ୍ରକାଶ ପାଇଛି। ସାରା ଭାରତ ବର୍ଷରୁ ଅନ୍ ଲାଇନ୍ ପାସ୍ ପାଇଁ ଏବେଠାରୁ ଉଦ୍ଯମ ଆରମ୍ଭ ହୋଇଗଲାଣି। କୋଭିଡ୍ ପରିପ୍ରେକ୍ଷୀରେ ସାଇବାବାଙ୍କ ମନ୍ଦିରକୁ ସାଧାରଣ ଲୋକଙ୍କ ଦର୍ଶନ ବନ୍ଦ ଥିଲା।

Leave A Reply

Your email address will not be published.