ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଏବେ ବି ଖୋଲା ମାୟାବିନୀର ମାୟାଜାଲ

0

ଭୁବନେଶ୍ବର: ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ ମାମଲାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଗୁପ୍ତ ତଥ୍ୟ ଲିକ ମାମଲାରେ ଆରମ୍ଭରୁ ମାୟାବିନୀର ପରିଚୟ ପାଇଁ କେନ୍ଦ୍ରଠୁ ଆରମ୍ଭ କରି ରାଜ୍ୟର ସମସ୍ତ ତଦନ୍ତକାରୀ ସଂସ୍ଥା ଲାଗିପଡିଥଲା ବେଳେ ଏବେ ଏହି ଘଟଣାର ପାକିସ୍ତାନ ଲିଙ୍କ ମିଳିଛି। ରହସ୍ୟମୟୀ ଯୁବତୀ ଯେଉଁ ଫେସବୁକ ଆକାଉଣ୍ଟକୁ ବ୍ୟବହାର କରୁଥିଲେ ତାହା ପାକିସ୍ତାନରୁ ପରିଚାଳିତ ହେଉଥିବା ଜଣାପଡିଛି। ରହସ୍ୟମୟୀଙ୍କ ୪ଟି ଫେସବୁକ ଆକାଉଣ୍ଟରୁ ୩ଟି ଇସଲାମାବାଦ ଓ ଗୋଟିଏ ରାୱଲପିଣ୍ଡିରୁ ଅପରେଟ ହେଉଥିବା କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି।

କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି, ରହସ୍ୟମୟୀ ଏହି ଫେସବୁକ ଆକାଉଣ୍ଟକୁ ପାକିସ୍ତାନରୁ ପରିଚାଳିତ କରୁଥିଲେ ବି ବ୍ରିଟେନ ଆଇପି ଦର୍ଶାଉଥିଲେ। ପ୍ରକ୍ସି ଆଇପି ଜରିଆରେ ଲୋକେସନ ଲୁଚାଉଥିଲେ ଏହି ମାୟାବିନୀ। ତେବେ ସବୁଠୁ ବଡ଼ କଥା ହେଉଛି ଏବେ ବି ଖୋଲା ରହିଛି ମାୟାବିନୀର ମାୟାଜାଲ। ୭ଟି ଫେସବୁକ ଆକାଉଣ୍ଟରୁ କିଛି ଆକାଉଣ୍ଟ ଏବେ ବି ସକ୍ରିୟ ଥିବା ଜଣାପଡିଛି। ରହସ୍ୟମୟୀ ଯୁବତୀ ଏହି ଫେସବୁକ ଆକାଉଣ୍ଟରୁ ଚାଟିଂ ଏବେ ବି କରୁଛନ୍ତି।କିଛି ଲୋକଙ୍କ ସହ ରହସ୍ୟମୟୀ ଚାଟିଂ କରୁଥିବା ନଜରକୁ ଆସିଛି। ତେବେ କାହା ସହ ଚାଟିଂ କରୁଛନ୍ତି ସେ ନେଇ ଜଣାପଡିନଥିବା ବେଳେ ଏନେଇ ଯାଞ୍ଚ ଚାଲିଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି।

ସେହିପରି ଟଙ୍କା କାରବାରର ନେଇ ଖୋଳତାଡ ଜାରି ରହିଛି। ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ପରେ ପୁରା ତଥ୍ୟ ସାମନାକୁ ଆସିବ। ଦରକାର ପଡିଥିଲେ ଅଧିକ ତଥ୍ୟ ପାଇଁ ଗିରଫ ୫ ଦେଶଦ୍ରୋହୀଙ୍କୁ ରିମାଣ୍ଡରେ ଆଣି ଆଉ ଥରେ ପଚରାଉଚରା କରାଯିବ। ଅଧିକ ସହାୟତା ନେବା ପାଇଁ ଇଣ୍ଟରପୋଲ ସହାୟତା ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି।

ଡିଆରଡିଓ ତଥ୍ୟ ଲିକ ମାମଲାରେ ସେପ୍ଟେମ୍ବର ୧୮ରେ ଆଇଟିଆରର ୪ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା। ଏହା ପରେ ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ପରେ ଗୋଟିଏ ପରେ ଗୋଟିଏ ସତ୍ୟ ସାମନାକୁ ଆସିଥିଲା। ରହସ୍ୟମୟୀ ଯୁବତୀ ଜଣକ ପ୍ରାୟ ଦେଢ ବର୍ଷ ଧରି ଚାନ୍ଦିପୁର ଡିଆରଡିଓ କର୍ମଚାରୀଙ୍କୁ ନିଜ ଜାଲରେ ଫସାଇ ସବୁ ଗୁପ୍ତ ତଥ୍ୟ ହାସଲ କରୁଥିଲେ। ଏପରିକି ବିବାହର ପ୍ରଲୋଭନ ବି ଦେଇଥିଲେ। ଭିଡିଓ କଲ, ମେସେଞ୍ଜର
ଜରିଆରେ କଲ କରି ହିନ୍ଦୀ ଓ ଇଂଲିଶରେ କଥା ହେଉଥିଲେ। ତେବେ ରହସ୍ୟମୟୀଙ୍କ ଆକାଉଣ୍ଟରୁ କେଉଁମାନଙ୍କୁ କେତେ ଟଙ୍କା ଆସିଛି ଏବଂ କେଉଁ ମାଧ୍ୟମ ଦେଇ ଆସିଛି ସେ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜାରି ରହିଛି।

Leave A Reply

Your email address will not be published.