ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଲୋକେ କହିଲେ, ମଡେଲ ବି ମାରିଯିବେ ଫେଲ୍‌…

0

ନୂଆଦିଲ୍ଲୀ: ଭାରତର ସୁନା ପୁଅ ନୀରଜ ଚୋପ୍ରାଙ୍କ ପ୍ରଶଂସକ ଏବେ କେବଳ ଭାରତରେ ନୁହଁନ୍ତି ସାରା ବିଶ୍ୱରେ ଅଛନ୍ତି। ନୀରଜଙ୍କ ଜଲୱା ଏବେ ସବୁଠି ଦେଖିବାକୁ ମିଳୁଛି। ଖେଳ ଓ ଅଭିନୟ ବ୍ୟତୀତ ଏବେ ଫ୍ୟାସନ ୱାଲ୍ଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ନୀରଜ ଚୋପ୍ରା। ପ୍ରସିଦ୍ଧ ଡିଜାଇନର ରୋହିଲ ବାଲଙ୍କ ପୋଷାକରେ ନୀରଜ ଏକ ଭଲ ଫଟୋ ସୁଟ କରିଛନ୍ତି, ଯାହା ସେ ନିଜେ ଇନଷ୍ଟାରେ ସେୟାର କରିଛନ୍ତି।

ପାରମ୍ପରିକ ପୋଷାକରେ ନୀରଜ ଚୋପ୍ରା ଏହି ଫଟୋସୁଟ କରିଛନ୍ତି। କୁର୍ତ୍ତା ଓ ଶେରୱାନିରେ ନୀରଜଙ୍କ ଏହି ଜବରଦସ୍ତ ଲୁକ୍‌କୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି। ନୀରଜ ଏହି ଫଟୋ ଗୁଡିକୁ ଇନଷ୍ଟାରେ ପୋଷ୍ଟ କରି ରୋହିତ ବାଲଙ୍କୁ ଟ୍ୟାଗ କରିଛନ୍ତି। ଏହାର କ୍ୟାପସନରେ ନୀରଜ ଲେଖିଛନ୍ତି ଯେ, ଗତମାସରେ ଡିଜାଇନର ରୋହିତ ବାଲଙ୍କୁ ଭେଟିବା ସହିତ ତାଙ୍କ ଡିଜାଇନର ପୋଷାକ ପିନ୍ଧି ଫଟୋସୁଟ କରିବାର ସୁଯୋଗ ମିଳିଲା। ତାଙ୍କର ଡ୍ରେସ ଡିଜାଇନକୁ ସେ ବହୁତ ପସନ୍ଦ କରନ୍ତି ବୋଲି କହିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରା ଏବେ ସମସ୍ତଙ୍କ ପସନ୍ଦ ପାଲଟିଯାଇଛନ୍ତି। ବନ୍ଦ ବେକ କୁର୍ତ୍ତା ସହିତ ଯୋଧପୁରୀ ପ୍ୟାଣ୍ଟ ପିନ୍ଧିଛନ୍ତି ନୀରଜ। ଆଉ ନୀରଜଙ୍କ ଏହି ଫଟୋ ଉଠାଇଛନ୍ତି ଫଟୋଗ୍ରାଫର ତରୁଣ ଖିଆୱାଲ। ନୀରଜ ଏହି ଫଟୋରେ ପ୍ରଫେସନାଲ ମଡେଲଙ୍କଠୁ କମ ଲାଗୁନାହାଁନ୍ତି ଏବଂ ଏହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାର ଲାଗିଛି। ପ୍ରଶଂସକ ମାନେ କମେଣ୍ଟ ପରେ କମେଣ୍ଟ କରିଚାଲିଛନ୍ତି।

କେହି ସୁପର ମଡେଲ ତ କେହି ତାଙ୍କୁ ହିରୋ ବୋଲି କମେଣ୍ଟରେ ଲେଖିଛନ୍ତି। ଫଟୋଗ୍ରାଫର ତରୁଣ ଖିଆୱାଲ ମଧ୍ୟ ନିଜ ଇନଷ୍ଟାରେ ଏକ ଫୋଟୋ ସେୟାର କରି ଲେଖିଛନ୍ତି ଯେ, ନମ୍ର ସ୍ୱଭାବର ଯୁବକ ନୀରଜଙ୍କ ଫଟୋସୁଟ କରିବାର ଅବସର ମିଳିଛି। ଏହା ତାଙ୍କ ପାଇଁ ଗର୍ବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.