ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଧିକ୍ ଏମିତିକା ପୁଅ ବୋହୂ..

0

ଜନମ କରିଥିଲେ ତିନି ତିନିଟା ପୁଅ । ବୟସର ଅପରାହ୍ନରେ ଟିକେ ସାହା ହେବେ ବୋଲି । ହେଲେ ବୃଦ୍ଧାକାଳରେ ପୁଅ,ବୋହୂ କେହି ବାସିରେ ବି ପଚାରିଲେନି । ଗୋଟିଏ କୋଠରୀରେ ବନ୍ଦ କରିଦେଲେ ବୃଦ୍ଧାଙ୍କୁ । ୭ ଦିନ ପରେ ବନ୍ଦ କୋଠରୀରୁ ୮୨ ବର୍ଷୀୟା ବୃଦ୍ଧାଙ୍କ ମୃତଦେହ ମିଳିଲା । ହେଲେ ମୃତ୍ୟୁ ପରେ ମଧ୍ୟ ମୁହଁରେ ନିଆଁ ଦେବାକୁ ବି ଆସିଲେନି ପୁଅ ।

ନବରଙ୍ଗପୁରର ଏହି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାରେ ବିଷୟ ପାଲଟିଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ଶିବାଜୀନଗରର ବୃଦ୍ଧା କୁସୁମ ନାୟକଙ୍କର ୩ ପୁଅ । ୨୦୦୨ ମସିହାରେ ସ୍ୱାମୀ ଭାଗିରଥୀ ନାୟକଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ କୁସୁମ ବଡ଼ ପୁଅ ପାଖରେ ରହିଥିଲେ । ୩ ପୁଅ ମଧ୍ୟରୁ ବଡ଼ ପୁଅର କିଛି ରୋଜଗାର ନଥିଲ । ଆଉ ୨ ପୁଅଙ୍କ ମଧ୍ୟରୁ ଜଣେ ନିର୍ବାହୀ ଯନ୍ତ୍ରୀ ଥିବା ବେଳେ ଆଉ ଜଣେ ନବରଙ୍ଗପୁର ଜିଲ୍ଲାରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ । କୁସୁମଙ୍କ ସ୍ୱାମୀ ଭାଗିରଥୀ ପୋଷ୍ଟାଲ ବିଭାଗରେ କାମ କରୁଥିଲେ । ତେଣୁ ତାଙ୍କ ମୃତ୍ୟୁ ପରେ କୁସୁମଙ୍କୁ ମିଳୁଥିଲା ପେନସନ ଟଙ୍କା । ଆଉ ପେନସନ ଟଙ୍କା ସେ ନିଜ ପାଖରେ ନରଖି ବଡ଼ ପୁଅର ଘର ଚଳାଇବା ପାଇଁ ଦେଉଥିଲେ ।

ବଡ଼ ପୁଅ , ବୋହୁ ମଧ୍ୟ ମାଙ୍କ ଯତ୍ନ ନେଉଥିଲେ । ହେଲେ ୬ ମାସ ହେବ ବଡ଼ ପୁଅର ମୃତ୍ୟୁ ହୋଇଥିଲା । ଏହା ପରେ ବୋହୂର ଆରମ୍ଭ ହୋଇଯାଇଥିଲା ନିର୍ଯାତନା । ପ୍ରତିଦିନ ବୃଦ୍ଧା ମାଆଙ୍କୁ ନିର୍ଯାତନା ଦେଉଥିଲେ ବୋହୂ । ମାଆଙ୍କ ଭଲ ମନ୍ଦ ବୁଝିବା ତ ଦୂରର କଥା ଦିନକୁ ଦୁଇ ଓଳି ଖାଇବାକୁ ବି ଦେଉନଥିଲେ । ଶେଷରେ ଗୋଟିଏ ଘର ଭିତରେ ବୃଦ୍ଧାଙ୍କୁ ବନ୍ଦ କରି ଛାଡିଦେଇଥିଲେ । ୭ ଦିନ ପରେ ଯେତେବେଳେ ବନ୍ଦ ଘରୁ ଦୁର୍ଗନ୍ଧ ବାହାରିଥିଲା, ମଝିଆ ଓ ସାନ ପୁଅ ବୋହୂ ଖବର ପାଇ ଆସି ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ଦେଖାକରିବାକୁ ମନା କରିଦେଇଥିଲୋ ଶେଷରେ ଗାଁ ଲୋକଙ୍କ ଉପସ୍ଥିତିରେ ଘରର କବାଟ ଖୋଲା ହେବା ପରେ ମିଳିଥିଲା ବୃଦ୍ଧା ମାର ମୃତଦେହ ।

ଉମରକୋଟ ପୁଲିସ ପହଞ୍ଚି ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଇଥିଲା । ହେଲେ ମାର ମୃତଦେହ ମିଳିବା ପରେ ଦୁଇ ପୁଅ ନିଜ ନିଜ ଘରକୁ ପଳାଇଥିଲେ । ସରକାରୀ ଚାକିରି କରିଥିବା ଦୁଇ ପୁଅ ମାର ଶବଦାହ କରିବାକୁ ମଧ୍ୟ ଆସିନଥିଲେ । ଯେଉଁ ମା ଜନ୍ମ କରି ଏତେ ବଡ଼ କରିଥିଲା ତା ମୁହଁରେ ନିଆଁ ମଧ୍ୟ ଦେଲେନି । ତେବେ ବୃଦ୍ଧାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

Leave A Reply

Your email address will not be published.