ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଜାତୀୟ ରାଜପଥ ଦୁଃଖ ଜଣାଇଲେ ଧର୍ମେନ୍ଦ୍ର

0

ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୦୮ – ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ- ୪୨(୫୫) ନମ୍ବରର କଟକ-ଅନୁଗୋଳ ସେକ୍ସନ ଏବଂ ସମ୍ବଲପୁର-ଅନୁଗୋଳ ସେକ୍ସନ ସଡ଼କର ସମ୍ପ୍ରସାରଣ ଏବଂ ବିକାଶମୂଳକ କାମ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ପ୍ରଧାନ କେନ୍ଦ୍ର ସଡ଼କ ମନ୍ତ୍ରୀ ଗଡ଼କରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଏହି ଚିଠିକୁ ଦେବା ସହ ତୁରନ୍ତ ଏହାର ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି । ଅନୁଗୁଳ ଜିଲ୍ଲା ବଇଣ୍ଡା ଗ୍ରାମର ବାସିନ୍ଦାଙ୍କ ଅଭିଯୋଗ ପତ୍ର ଆଧାରରେ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୨୦୧୮ ଡ଼ିସେମ୍ବରରେ ଏନଏଚ-୪୨(୫୫)ର ଶିଳାନ୍ୟାସ ହୋଇଥିବା ବେଳେ ୨୦୨୦ ସେପ୍ଟେମ୍ବର ସୁଦ୍ଧା ନିର୍ମାଣ କାମ ଶେଷ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ମାତ୍ର ଏ ପର୍ଯ୍ୟନ୍ତ ଜାତୀୟ ରାଜପଥର ନିର୍ମାଣ କାମ ଶେଷ ହୋଇନାହିଁ । ସେହିପରି ପାଣିମହାର ଏବଂ ଚନ୍ଦନପୋଖରୀରେ ୨ଟି ପୋଲର କାମ ଶେଷ ହୋଇନଥିବା ବେଳେ ୭ଟି ହାତୀ ଚଲାପଥ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିଛି । ଏହାବ୍ୟତୀତ ସଡକ ନର୍ମାଣ ପାଇଁ ଜମି ହରାଇଥିବା ଲୋକଙ୍କୁ ସଂଶୋଧିତ ମୂଲ୍ୟରେ କ୍ଷତିପୂରଣ ପ୍ରଦାନ କରାଯାଇନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ତେଣୁ ସ୍ଥାନୀୟ ବାସିନ୍ଦାଙ୍କ କଲ୍ୟାଣ ଦୃଷ୍ଟିରୁ ବ୍ୟକ୍ତିଗତ ସ୍ତରରେ ଏହାକୁ ଅନୁଧ୍ୟାନ କରିବା ସହ ସେମାନଙ୍କ ଦାବି ପୂରଣ କରିବା ପାଇଁ ପଦକ୍ଷେପ ନେବାକୁ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ନିକଟରେ ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଥିଲେ । ଏହି ଗସ୍ତ କାଳରେ ବଇଣ୍ଡାର ଗ୍ରାମବାସୀମାନେ ଜାତୀୟ ରାଜପଥ-୪୨(୫୫) ନମ୍ବର ସମସ୍ୟା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇବା ସହ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.