ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ଅସନ୍ତୋଷ ଝାଡିଲେ ସୁପ୍ରିମକୋର୍ଟ; ଏମିତି ଅନ୍ଯ ମାମଲାରେ ହୁଏ କି?

0

ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲା ଷ୍ଟାଟସ ରିପୋର୍ଟରେ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖମିପୁର ଖେରି ମାମଲାରେ ସର୍ବୋଚ୍ଚ ନ୍ଯାୟାଳୟ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୁକ୍ରବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ବିରୋଧରେ ହତ୍ୟା ଅଭିଯୋଗ ସମେତ ଲକ୍ଷ୍ମୀପୁର ଖେରି ହିଂସା ତଥା ମୃତ୍ୟୁ ଘଟଣାର ଯଥାର୍ଥ ଅନୁସନ୍ଧାନ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କ ସଂକଳ୍ପ କେବଳ କଥାବାର୍ତ୍ତା ଭିତରେ ସୀମିତ। ପ୍ରଧାନ ବିଚାରପତି ଏନ୍ ଭି ରମଣା ସ୍ପଷ୍ଟ ଭାବେ ଉତ୍ତର ପ୍ରଦେଶ ସରକାରଙ୍କୁ କହିଛନ୍ତି ଯେ “ତୁମର ଗମ୍ଭୀରତା କେବଳ ଶବ୍ଦରେ ଏବଂ ତୁମର କାର୍ଯ୍ଯରେ ନୁହେଁ।”

ସେହିପରି ଜଷ୍ଟିସ୍ ହିମା କୋହଲି ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ଭାଷାରେ କହିଛନ୍ତି, “ଏକ ପୁରାତନ ଉପଦେଶ ଅଛି ଯାହା ଏହି ପରିସ୍ଥିତିରେ ସତ୍ୟ ଅଟେ – ପୁଡିଙ୍ଗର ପ୍ରମାଣ ଖାଇବାରେ ଅଛି”। ଏହା ଏକ ନିର୍ଦ୍ଦୟ ହତ୍ଯା ମାମଲା ବୋଲି ବର୍ଣ୍ଣନା କରି ଜଷ୍ଟିସ ସୂର୍ଯ୍ଯକାନ୍ତ କହିଛନ୍ତି, ଆଠ ଜଣଙ୍କୁ ଯେଉଁଭଳି ଭାବେ ମାରିଦିଆଯାଇଛି, ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ନିଶ୍ଚିତ ଭାବେ ହେବା ଉଚିତ୍। ସରକାରଙ୍କ ତଦନ୍ତରେ କୋର୍ଟ ଅସନ୍ତୁଷ୍ଟ ବୋଲି ମଧ୍ଯ କହିଥିଲେ।

ପ୍ରଧାନ ବିଚାରପତି ରମଣା ଦର୍ଶାଇଛନ୍ତି ଯେ ରାଜ୍ୟ ଦ୍ୱାରା ଗଠିତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ କିପରି “ସ୍ଥାନୀୟ” ପୁଲିସ ଅଧିକାରୀ, ଇନ୍ସପେକ୍ଟର, ପୁଲିସ ଅଧୀକ୍ଷକ ଏବଂ ଜଣେ ଡିଆଇଜିଙ୍କୁ ନେଇ ଗଠିତ ହୋଇଛି?

ରାଜ୍ଯ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ୍ ହରିଶ ସାଲଭେ ନିଜର ଉପସ୍ଥାପନା ଆରମ୍ଭ କରି କହିଥିଲେ ଯେ ଏହି ମାମଲାରେ କେବଳ ଜଣେ ଯୁବକ କେନ୍ଦ୍ର କି ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର, ତାଙ୍କୁ ହିଁ ଟାର୍ଗେଟ କରାଯାଉଛି। ପ୍ରଧାନ ବିଚାରପତି ରମଣା କିନ୍ତୁ ଶ୍ରୀ ସାଲଭେଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଏହି ମାମଲାରେ ଆସିଥିବା ଅଭିଯୋଗ ଗୁରୁତର ଅଟେ।

ଶ୍ରୀ ସାଲଭେ କହିଥିଲେ ଯେ ଆଶିଷଙ୍କୁ ଶନିବାର ଦିନ ୧୧ ଟା ସୁଦ୍ଧା ପୁଲିସ ନିକଟରେ ହାଜର ହେବାକୁ ଏକ ନୋଟିସ ଜାରି କରାଯାଇଛି। ଯଦି ସେ ନ ଆସନ୍ତି, ତେବେ ଆଇନର କଠୋରତା ପୂର୍ବକ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀ ସାଲେଭଙ୍କ ଏହି ମନ୍ତବ୍ଯରେ ତୀବ୍ର ଅସନ୍ତୋଷ ଝାଡିଥିଲେ ପ୍ରଧାନ ବିଚାରପତି। ଜଷ୍ଟିସ ରମଣା କହିଥିଲେ “ତୁମେ ଅନ୍ୟ ଅଭିଯୁକ୍ତଙ୍କ ସହିତ ମଧ୍ୟ ସମାନ ବ୍ୟବହାର କରୁଛ କି? ଏଭଳି ନୋଟିସ ପଠାଇ ଅଭିଯୁକ୍ତକୁ ଅପେକ୍ଷା କରାଯାଏ କି ବୋଲି ମୁଖ୍ଯ ବିଚାରପତି ତାତ୍ସଲ୍ଯ କରିଥିଲେ।

ଶ୍ରୀ ସାଲଭେ କହିଥିଲେ ଯେ ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଗୁଳିରେ ଆଘାତ ନଥିବା ଦର୍ଶାଯାଇଛି। ଏଥିପାଇଁ ତାଙ୍କୁ ନୋଟିସ ଜାରି କରାଯାଇଥିଲା। ଯଦି ଅଭିଯୋଗ ସତ୍ୟ ହୁଏ ଓ ଏହା ହତ୍ଯା ଘଟଣା ହୁଏ, ତେବେ ନିଶ୍ଚିତ ଭାବେ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୦୨ ଆଇପିସି ହତ୍ଯା ମାମଲା ହେବ।

କିଛି ସମୟ ଆଲୋଚନା କରିବା ପରେ ପ୍ରଧାନ ବିଚାରପତି ଶ୍ରୀ ସାଲଭେଙ୍କୁ ସମ୍ବୋଧିତ କରି କହିଥିଲେ ଯେ “ଏହା ହେଉଛି ବେଞ୍ଚର ମତ ଯେ ଯେତେବେଳେ ଏକ ମୃତ୍ୟୁ ବନ୍ଧୁକ କିମ୍ବା ଗୁଳିରେ ହୋଇଥିବା ଭଳି ଗୁରୁତର ଅଭିଯୋଗ ଆସେ ସେବେ ଗୋଟିଏ ରାଜ୍ଯରେ ବା ପୁଲିସ ବ୍ଯବସ୍ଥାରେ ଅନ୍ଯ ଅଭିଯୁକ୍ତମାନଙ୍କୁ ମଧ୍ୟ ସମାନ ବ୍ୟବହାର କରାଯିବ କି?

ପ୍ରଧାନ ବିଚାରପତି ରମଣା ଶ୍ରୀ ସାଲଭେଙ୍କୁୁ ଆହୁରି କହିଥିଲେ, “ଏହା ଏକ ଅତ୍ୟନ୍ତ ଗମ୍ଭୀର ବିଷୟ, ତୁମେ ଯେପରି କରିବା ଉଚିତ୍ ସେହି ମାର୍ଗରେ ଅଗ୍ରଗତି କରୁନାହଁ। କଳ୍ପନା କର, ଆମେ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ସାଧାରଣ ପରିସ୍ଥିତିରେ, ଧାରା ୩୦୨ ଆଇପିସିର ଏକ ମାମଲା ପଞ୍ଜିକୃତ ହେଲା ମାତ୍ରେ ପୁଲିସ ତୁରନ୍ତ ଏହି ବ୍ୟକ୍ତିଙ୍କୁ ଗିରଫ କରିବ।

ଏହା ପରେ କୋର୍ଟ ଏହି ମାମଲା ଦାୟର କରିବାକୁ ସିବିଆଇକୁ ଅନୁରୋଧ କରିଛନ୍ତି କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ଶ୍ରୀ ସାଲଭେ ନକାରାତ୍ମକ ଉତ୍ତର ଦେଇଥିଲେ।

କିଛି ସମୟ ପରେ କୋର୍ଟ ନିଜେ ସିବିଆଇକୁ ହସ୍ତାନ୍ତର ନେଇ ସନ୍ଦେହ ପ୍ରକଟ କରିଥିଲେ। ପ୍ରଧାନ ବିଚାରପତି ରମଣା ଶ୍ରୀ ସାଲଭେଙ୍କୁ କହିଥିଲେ ଯେ, ସିବିଆଇକୁ ମାମଲା ହସ୍ତାନ୍ତର ଏହାର ସମାଧାନ ନୁହେଁ। ବରିଷ୍ଠ ଓକିଲ ତଦନ୍ତରେ ଥିବା ତ୍ରୁଟିଗୁଡିକର ମରାମତି ପାଇଁ ରାଜ୍ୟକୁ ଅଧିକ ସମୟ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ସବୁକିଛି ଠିକ୍ ହୋଇଯିବ ବୋଲି ସେ କହିଥିଲେ। ସେ ଗୃହ ସଚିବ ଏବଂ ଡିଜିପିଙ୍କ ସହ କଥା ହେବେ ବୋଲି ବି ଜଣାଇଥିଲେ। ସେମାନେ ଆବଶ୍ଯକ କାର୍ଯ୍ଯାନୁଷ୍ଠାନ ନେବା ଉଚିତ୍। ସେମାନଙ୍କୁ ଆଉ ଏକ ପୁଡିଙ୍ଗ୍ କରି ଏହାକୁ ସ୍ବସାଦୁ କରିବାକୁ ହେବ ବୋଲି ଶ୍ରୀ ସାଲଭୋ କହିଥିଲେ। ଏକଥା ବି ଜଣାଇଥିଲେ ଯେ ଦଶହରା ଛୁଟି ପରେ ପରେ କୋର୍ଟ ଏହି ମାମଲାକୁ ପୁଣି ଥରେ ତାଲିକାଭୁକ୍ତ କରିପାରିବେ।

ଅକ୍ଟୋବର ୨୦ ପାଇଁ କୋର୍ଟ ଏହି ତାଲିକାର ପ୍ରଥମ ଆଇଟମ୍ ଭାବରେ ପୋଷ୍ଟ କରିଥିଲେ। ପ୍ରଧାନ ବିଚାରପତି କହିଥିଲେ, “ଶ୍ରୀ ସାଲଭେ ଆପଣଙ୍କ ପାଇଁ ଆମର ସମ୍ମାନ ଅଛି। ଆମେ ଆଶା କରୁଛୁ ରାଜ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ବିଚାରପତି ରମଣା କହିଥିଲେ।

Leave A Reply

Your email address will not be published.