ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାମ ଓ ରାବଣ ହେବେ ବୋଲି ଏତେ ଟଙ୍କା ନେବେ?

0

ମୁମ୍ବାଇ: ବଲିଉଡ ଷ୍ଟାର ରିତିକ ରୋଶନ ଓ ରଣବୀର କପୁର ନିଜ ଅଭିନୟ କ୍ୟାରିୟରର ସବୁଠୁ ଦମଦାର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ରାମ ଓ ରାବଣ ଭୂମିକାରେ ନଜର ଆସିବେ ରିତିକ ଓ ରଣବୀର। ଫିଲ୍ମ ନିର୍ଦ୍ଦେଶକ ନିତେଶ ତିୱାରୀ ନିର୍ମାଣ କରିବାକୁ ଯାଉଥିବା ‘ରାମାୟଣ’ ଫିଲ୍ମରେ ଉଭୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମର ବଜେଟ ୭୫୦ କୋଟି ଥିବା ବେଳେ ରିତିକ ଓ ରଣବୀରଙ୍କ ଫି’କୁ ନେଇ ଏବେ ଫିଲ୍ମ ଜଗତରେ ଚର୍ଚ୍ଚା ଜୋର ଧରିଛି।

ପୂର୍ବରୁ ଅନେକ ଫିଲ୍ମ ନିର୍ମାତା ବିଭିନ୍ନ ସମୟରେ ‘ରାମାୟଣ’କୁ ନିଜ ନିଜ ଢଙ୍ଗରେ ନିର୍ମାଣ କରିଛନ୍ତିଛ। କିନ୍ତୁ ରାମାନନ୍ଦ ସାଗରଙ୍କ ପରି ରାମାୟଣ କେହି ବି ନିର୍ମାଣ କରିପାରିନାହାନ୍ତି। ରାମାନନ୍ଦ ସାଗରଙ୍କ ରାମାୟଣ ଏତେ ଲୋକପ୍ରିୟ ହୋଇଥିଲା ଯେ ଲକଡାଉନ ସମୟରେ ଲୋକେ ଘରେ ଥିବା ବେଳେ ଲୋକଙ୍କ ମନୋରଂଜନ ପାଇଁ ଡିଡି ନ୍ୟାସନାଲରେ ପୁର୍ନବାର ଏହାର ପ୍ରସାରଣ କରାଯାଇଥିଲା। ଏତେ ବର୍ଷ ପରେ ବି ଲୋକେ ଏହାକୁ ପୁଣି ଥରେ ସମାନ ଉତ୍ସାହର ସହିତ ଉପଭୋଗ କରିଥିଲେ।

ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ, ପ୍ରଡକ୍ସନ ସହିତ ଜଡିତ ଜଣେ ବ୍ୟକ୍ତିଙ୍କ ସୂଚନା ଅନୁସାରେ, ରାମ ଓ ରାବଣ ଭୂମିକାରେ ଅଭିନୟ କରିବାକୁ ଥିବା ରିତିକ ଓ ରଣବୀର ଏଥିପାଇଁ ୭୫ କୋଟି ଲେଖାଁଏ ନେବେ। ଏବେ ନିତେଶ ତିୱାରୀ ରାମାୟଣରେ ସୀତା ଚରିତ୍ରରେ ଅଭିନୟ କରିବା ପାଇଁ ଅଭିନେତ୍ରୀ ଖୋଜୁଛନ୍ତି।
ପ୍ରଥମେ କରିନା କପୁର ଖାନଙ୍କୁ ଏହି ଅଭିନୟ ପାଇଁ କୁହାଯାଇଥିଲା ମାତ୍ର ପରେ ସେ ଏହି ରୋଲ ପାଇଁ ସେ ଠିକ ନୁହଁନ୍ତି ବୋଲି କୁହାଯାଇଛି।

ସେହିପରି ସୈଫ ଅଲ୍ଲୀ ଖାନ ନିର୍ଦ୍ଦେଶକ ଓମରାଉତଙ୍କ ଫିଲ୍ମ ‘ଆଦି ପୁରୁଷ’ରେ ଲଙ୍କେଶ ଭୂମିକାରେ ନଜର ଆସିବେ। ଏଥିରେ ପ୍ରଭାସ ରାମ ଚରିତ୍ରରେ ଅଭିନୟ କରୁଛନ୍ତି।ନିକଟରେ ଫିଲ୍ମର ସୁଟିଂ ଶେଷ ହୋଇଛି।

Leave A Reply

Your email address will not be published.