ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ପାର୍ବଣରେ ହୋଇପାରେ ଆତଙ୍କୀ ଆକ୍ରମଣ

0

ଦେଶର ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ । ପାର୍ବଣରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି । ଗୁଇନ୍ଦା ସୂଚନା ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି । ଅଧିକ ଭିଡ ହେଉଥିବା ବଜାର ମାନଙ୍କରେ ପୁଲିସ ମୁତୟନ କରାଯାଇଛି । ମୁଖ୍ୟତଃ ହୋଟେଲ ଓ ଗେଷ୍ଟ ହାଉସ ଉପରେ ନଜର ରଖାଯାଇଛି ।

ପାର୍ବଣ ସମୟରେ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ପାଟ୍ରୋଲିଂ ଜୋରଦାର କରାଯାଇଛି । ନବରାତ୍ର ଆରମ୍ଭ ହୋଇଯାଇଥିବା ବେଳେ ସ୍ଥାନୀୟ ବଜାର ଓ ମନ୍ଦିରରେ ପୂର୍ବ ଅପେକ୍ଷା କମ ଭିଡ଼ ଦେଖିବାକୁ ମିଳିଛି । ହେଲେ ଦିଲ୍ଲୀରେ ଚାଲିଥିବା ଉତ୍ସବକୁ ନଜରରେ ରଖି କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

ଉତ୍ତର-ପଶ୍ଚିମ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ କହିବା ଅନୁସାରେ,ଲୋକଙ୍କ ଭିଡ଼ ଯୋଗୁଁ ସବୁବେଳେ କିଛି ଅଘଟଣ ଘଟିବାର ସମ୍ଭାବନା ଥାଏ । ତେଣୁ ପୁଲିସ ମାନେ ସାଧାରଣ ପୋଷାକରେ ଭିଡ ଅଞ୍ଚଳ ସବୁବେଳେ ପାଟ୍ରୋଲିଂ କରିବା ପରେ ଲୋକମାନେ ନିଜକୁ ସୁରକ୍ଷିତ ଓ ନିରାପଦ ଅନୁଭବ କରନ୍ତି । ସେପ୍ଟେମ୍ବର ୧୪ରେ ଦିଲ୍ଲୀ ପୁଲିସର ଏକ ସ୍ପେଶାଲ ସେଲ ଆତଙ୍କୀ ଆକ୍ରମଣ ଯୋଜନା କରୁଥିବା ୭ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଏବେ ସେମାନେ ପୁଲିସ ହେପାଜତରେ ଅଛନ୍ତି ।

Leave A Reply

Your email address will not be published.