ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ପୁଣି ବଢିଲା ପେଟ୍ରୋଲ, ଡିଜେଲ; ସମସ୍ତେ ନିରବରେ ଦେଖୁଛନ୍ତି

0
  • ବିଜୁ ଜନତା ଦଳ ଯେମିତି ଚୁପ୍, କଂଗ୍ରେସ ବି ସେମିତି
  • ଦରଦାମ ଆକାଶଛୁଆଁ ହେଲାଣି, ସ୍ଥିତି ଆହୁରି ଗମ୍ଭୀର ହେବ

ଭୁବନେଶ୍ବର: ପୁଣି ବଢିଲା ତୈଳ ଦର। ସରକାରୀ ତୈଳ କମ୍ପାନିଗୁଡିକ ଆଜି ତେଲ ଦର ପୁଣି ବୃଦ୍ଧି କରିଛନ୍ତି। ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି। ଏଥିସହିତ ଲଗାତର ଷଷ୍ଠ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଭୁବନେଶ୍ବରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୫ ଟଙ୍କା ଛୁଇଁଥିବା ବେଳେ ଡିଜେଲ ୧୦୦ ଟଙ୍କା ୧୯ ପଇସା ହୋଇଛି। ମାଲକାନଗିରି ସ୍ଥିତି ନ କହିବା ଭଲ।

ପୂଜା ବଜାର ଯେତିକି ଗରମ ଧରୁଛି, ତୈଳ ଦର ବୃଦ୍ଧିର ପ୍ରଭାବ ଅନୁରୂପ ଭାବେ ଲୋକଙ୍କ ଅର୍ଥନୀତି ଉପରେ ମାଡ଼ ବସାଇଲାଣି। ଏମିତି ଯେ ଖାଦ୍ୟ ସାମଗ୍ରୀଠୁ ଆରମ୍ଭ କରି ତୈଳଦର ଏବଂ ଗ୍ୟାସ ସିଲିଣ୍ଡର ପର୍ଯ୍ୟନ୍ତ ଦରଦାମ ବଢିବାରେ ଲାଗିଛି। ମହଙ୍ଗା ମାଡରେ ସାଧାରଣ ଲୋକ ଅସ୍ତବ୍ୟସ୍ତ ହୋଇଗଲେଣି। ଲୋକେ ଘରୁ ଗାଡି ବାହାର କରି ଯିବାକୁ ମଧ୍ୟ ଡରିଲେଣି।

ସବୂୁଠାରୁ ବଡ କଥା ହେଉଛି, ତୈଳଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଗୋଟିଏ ଦିନ ଓଡ଼ିଶାରେ କମ୍ପନ ସୃଷ୍ଟି ହେଉଥିଲା। ବିଜୁ ଜନତା ଦଳ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରି ଅସ୍ତବ୍ୟସ୍ତ କରି ପକାଉଥିଲା। ଏବେ କିନ୍ତୁ ନା ବିଜେଡି ପ୍ରତିବାଦ କରୁଛି ନା କଂଗ୍ରେସ ଏହି ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଉଛି। ଖାଉଟିଙ୍କୁ ମଝି ଦରିଆରେ ଛାଡି ଦେଇ ରାଜନୈତିକ ଦଳଗୁଡିକ ଯେଉଁଭଳି ଗୋଟିଚାଳନା କରୁଛନ୍ତି, ତାହା ସାଧାରଣରେ ବି ଚର୍ଚ୍ଚାର ବିଷୟ ହେଲାଣି। ରାଜନୈତିକ ଦଳଗୁଡିକ କେବଳ ଗଣମାଧ୍ୟମ ସାମ୍ନାରେ ଗର୍ଜନ ତର୍ଜନ କରୁଛନ୍ତି। ହେଲେ ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନିରବରେ ହଜମ କରିଚାଲିଛନ୍ତି। ଆଞ୍ଚଳିକ ଦଳ ରାଜ୍ୟ ସ୍ବାର୍ଥ ଓ ଲୋକଙ୍କ ସୁରକ୍ଷା କଥା କହୁଥିବା ବେଳେ ବିଜେଡିର ଏଭଳି ନିରବତା ସହଜରେ ବୁଝାପଡୁନାହିଁ। ସେପଟେ କଂଗ୍ରେସ ଦଳରେ ଆସିଥିବା ସ୍ଥାଣୁତା ଦୂର ପାଇଁ ଏହା ଗୋଟିଏ ବଡ ପ୍ରସଙ୍ଗ। ହେଲେ ନେତାମାନେ କିନ୍ତୁ ହାତ ବାନ୍ଧି ବସିଯାଇଛନ୍ତି।

ଏଠାରେ ଉଲ୍ଲେଖଥାଉକି, ପେଟ୍ରୋଲ ଓ ଡିଜେଲର ଦର ସ୍ଥାନୀୟ ଟିକସ ଉପରେ ନିର୍ଭର କରି ରାଜ୍ୟରେ ଭିନ୍ନ ଭିନ୍ନ ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ଆଧାର କରି ପେଟ୍ରୋଲ ଓ ଡିଜେଲ ଦର କମ୍ ବେଶୀ ହେଉଥିବା ତୈଳ କଂପାନି ଦାବି କରୁଛନ୍ତି।

Leave A Reply

Your email address will not be published.