ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦୁଇ ଦିନ ପରେ ଅନ୍ଧାର ହୋଇଯିବ କି ରାଜଧାନୀ?

0

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବିଦ୍ୟୁତ ସଂକଟ ଉପୁଜିପାରେ। କୁହାଯାଉଛି ଯେ, ଯଦି କୋଇଲା ଯୋଗାଣ ନହୁଏ, ତେବେ ଦୁଇ ଦିନ ପରେ ପୂରା ଦିଲ୍ଲୀ ବ୍ଲାକ ଆଉଟ ହୋଇପାରେ। ଦିଲ୍ଲୀର ଶକ୍ତି ମନ୍ତ୍ରୀ ରାଜେନ୍ଦ୍ର ଜୈନଙ୍କ କହିବା ଅନୁସାରେ ଯେଭଳି ମହାମାରୀ ସମୟରେ ଅମ୍ଲଜାନ ଅଭାବ ହୋଇଥିଲା , ଏବେ କୋଇଲା ଯୋଗାଣ କ୍ଷେତ୍ରରେ ଅନୁରୂପ ସମସ୍ୟା ସୃଷ୍ଟି ହେଲାଣି। କୋଇଲା ସଙ୍କଟ ଗମ୍ଭୀର ରୂପ ଧାରଣ କରିବାକୁ ଯାଉଛି।

ମନ୍ତ୍ରୀ ରାଜେନ୍ଦ୍ର ଜୈନ କହିଛନ୍ତି ଯେ, କୋଇଲାରେ ଚାଲୁଥିବା ଦେଶର ସମସ୍ତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଗତ କିଛି ଦିନ ହେବ କୋଇଲା ଅଭାବ ଦେଖାଦେଇଛି। ଦିଲ୍ଲୀକୁ ଯେଉଁ ପାୱାର ପ୍ଲାଣ୍ଟରୁ ବିଦ୍ୟୁତ ଯୋଗାଇ ଦିଆଯାଉଛି, ସମସ୍ତଙ୍କୁ ସର୍ବନିମ୍ନ କୋଇଲା ମହଜୁଦ ରଖିବାକୁ ପଡିବ। ଏବେ କେବଳ ଗୋଟିଏ ଦିନ ପାଇଁ କୋଇଲା ଗଚ୍ଛିତ ଅଛି।

ଶକ୍ତି ମନ୍ତ୍ରୀ ରାଜେନ୍ଦ୍ର ଜୈନ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଯେ, ରେଳ ୱାଗନର ବ୍ୟବସ୍ଥା କରାଯିବା ଉଚିତ ଏବଂ ଯେତେଶୀଘ୍ର ହୋଇପାରିବ କାରଖାନାକୁ କୋଇଲା ପରିବହନ କରାଯିବା ଜରୁରୀ। ସମସ୍ତ କାରଖାନା ୩.୪ ଲକ୍ଷ ମେଗାୱାଟ ପରିବର୍ତ୍ତେ କେବଳ ୫୫ ପ୍ରତିଶତ କ୍ଷମତାରେ ଚାଲୁଛି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର କ୍ଷମତା ମଧ୍ୟ ୪୫ ହଜାର ମେଗାୱାଟରୁ ୩୦ ହଜାର ମେଗାୱାଟକୁ ଖସିଆସିଛି। ୪୫ ହଜାର ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେବା ଆବଶ୍ୟକ।

ସେହିପରି ଦିଲ୍ଲୀରେ କୋଇଲା ଅଭାବକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। କୋଇଲା ଅଭାବ ଯୋଗୁଁ ଆଗାମୀ
ଦିନରେ ଏନସିଟିକୁ ପାୱାର ଯୋଗାଉଥିବା ବିଦ୍ୟୁତ ଉତ୍ପାଦନ କାରଖାନାକୁ ପ୍ରଭାବିତ କରିବ ବୋଲି କେଜରିୱାଲ ଚିଠି କରିଛନ୍ତି। ଦେଶରେ ଅନେକ ସମୟରେ ବିଦ୍ୟୁତ ଦରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିବା ବେଳେ ଦିଲ୍ଲୀ ସରକାରଙ୍କ ତରଫରୁ ସାଧାରଣ ଲୋକଙ୍କ ପାଇଁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇଦିଆଯାଉଛି। ଦେଶର ୧୩୫ ଥର୍ମାଲ ପ୍ଲାଣ୍ଟରେ କୋଇଲାରୁ ବିଦ୍ୟୁତ ଉତ୍ପାଦନ ହୋଇଥାଏ। ମୋଟ ଚାହିଦାର ୭୦ ପ୍ରତିଶତ ବିଜୁଳି ଏଥିରୁ ମିଳିଥାଏ। ଏବେ ସବୁ ପ୍ଲାଣ୍ଟମାନଙ୍କରେ ୩ ଦିନରୁ କମ ସମୟର କୋଇଲା ମହଜୁଦ ଅଛି।

Leave A Reply

Your email address will not be published.