ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମୋଦୀ ଏବେ ବି ସବୁଠୁ ଅଧିକ ଲୋକପ୍ରିୟ

0
  • ଆସନ୍ତାବର୍ଷ ନିର୍ବାଚନ ହେବାକୁ ଯାଉଥିବା ରାଜ୍ଯରୁ ଆସିଲା ସର୍ଭେ ରିପୋର୍ଟ
  • ପଞ୍ଜାବରେ ଅରବିନ୍ଦ କେଜ୍ରିଓ୍ବାଲ ମୋଦୀଙ୍କ ଠୁ ବି ଅଧିକ ଲୋକପ୍ରିୟ
  • ରାହୁଲଙ୍କୁ ଚାହୁଁନାହାନ୍ତି ଲୋକେ, ପଞ୍ଜାବରେ ବି ତାଙ୍କର ପତିଆରା ନାହିଁ

ନୂଆଦିଲ୍ଲୀ: ଏବେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କମିନାହିଁ। ଏବିସି-ସି ଭୋଟର୍ ସର୍ଭେ କହୁଛି ଯେ ନିର୍ବାଚନ ହେବାକୁ ଯାଉଥିବା ଚାରିିଟି ରାଜ୍ଯରେ ମୋଦୀଙ୍କ ଲୋକପ୍ରିୟତା ଅନ୍ଯମାନଙ୍କ ଠାରୁ ଢେର୍ ବେଶୀ। ୪୩.୧ ପ୍ରତିଶତ ଲୋକ ଚାହୁଁଛନ୍ତି, ମୋଦୀ ହେଉଛନ୍ତି ଯୋଗ୍ଯତମ ନେତା, ଯାହାଙ୍କ ନେତୃତ୍ବରେ ଦେଶ ଚାଲିବା ଉଚିତ୍। ୯.୧ ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଚାହୁଁଥିବା ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୫.୨ ପ୍ରତିଶତ ଲୋକ ଏହି ଚୌକିରେ ଚାହାନ୍ତି।

ଆସନ୍ତାବର୍ଷ ପ୍ରଥମାର୍ଧରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଏବଂ ପଞ୍ଜାବ ରାଜ୍ଯରେ ନିର୍ବାଚନ ହେବ। ଏସବୁ ରାଜ୍ଯରେ ନିର୍ବାଚନ ଫଳ କଣ ହେବ, ତାକୁ ନେଇ ସବୁ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଲାଣି। ନିର୍ବାଚନ ପାଇଁ ସ୍ଥାନୀଯ ଅଞ୍ଚଳର ଲୋକମାନଙ୍କ ମଧ୍ଯରେ ବି ଅନେକ ଉତ୍ସାହ। ହେଲେ କେଉଁ ଦଳର କି ପ୍ରଭାବ ରହିଛି, ଭୋଟରଙ୍କ ମୁଡ୍ ଜାଣିବା ପାଇଁ ଏବିିସି-ସି ଭୋଟର ସଂସ୍ଥା ଗୋଟିଏ ସର୍ଭେ କରିଥିଲେ। ୬୯୦ ବିଧାନସଭାର ଆସନର ୯୮ ହଜାର ୧୨୧ ଜଣ ଭୋଟର ଏଥିରେ ମତ ରଖିଥିଲେ। ଏହି ସର୍ଭେ ରିପୋର୍ଟ କହୁଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମାତ୍ର ୩.୫ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ଆସନରେ ଦେଖିବାକୁ ଚାହାନ୍ତି। ସେହିଭଳି ଉତ୍ତରପ୍ରଦେଶ ମୁଖ୍ଯମନ୍ତ୍ରୀ ଅଜିତ ଯୋଗୀ ମଧ୍ଯ ମୋଦୀଙ୍କ ସମକକ୍ଷ ନୁହଁନ୍ତି ବୋଲି କହି ପ୍ରତ୍ଯାଖ୍ଯାନ କରିଛନ୍ତି। ସର୍ଭେ କହୁଛିି, ମାତ୍ର ୩.୨ ପ୍ରତିଶତ ଲୋକ ମୋଦୀଙ୍କୁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି।

ପ୍ରଧାନମନ୍ତ୍ରୀଙ୍କର ପତିଆରା କିନ୍ତୁ ପଞ୍ଜାବରେ ସେଭଳି ନାହିଁ। ଅନ୍ଯ ରାଜ୍ଯମାନେ ମୋଦୀଙ୍କ ସପକ୍ଷରେ ଅଧିକ ମତ ଦେଉଛନ୍ତି। ପଞ୍ଜାବରେ ୧୩.୮ ପ୍ରତିଶତ ଲୋକ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। ଗୋଆରେ ୪୬.୧ ପ୍ରତିଶତ, ମଣିପୁରରେ ୪୫.୧ ପ୍ରତିଶତ, ଉତ୍ତରପ୍ରଦେଶରେ ୪୩.୧ ପ୍ରତିଶତ ଓ ଉତ୍ତରାଖଣ୍ଡରେ ୪୭.୩ ପ୍ରତିଶଥ ଲୋକ ପ୍ରଧାନମନ୍ତ୍ରୀ ଚୌକିରେ ମୋଦୀ ବସନ୍ତୁ ବୋଲି ମତ ରଖିଛନ୍ତି। ଏହାସୂଚାଇ ଦେଇଛି ଯେ ଚାଷୀ ପ୍ରସଙ୍ଗଟି ପଞ୍ଜାବରେ ଏକ ବଡ ଧରଣର ପ୍ରଭାବ ରଖିଛି। ଏମିତି ଯେ ସେଠାରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗୋଟିଏ ବଡ ଜନମତ ରହିଛିଯାଇଛି। ସେହିଭଳି ଅନ୍ଯ ତିନିଟି ରାଜ୍ଯ ଅପେକ୍ଷା ଉତ୍ତରପ୍ରଦେଶରେ ମୋଦୀଙ୍କ ସମର୍ଥକଙ୍କ ସଂଖ୍ଯା ଅଳ୍ପ ଟିକେ କମ୍ ବୋଲି ଏହି ସର୍ଭେ କହୁଛି।

ତେବେ ରାହୁଲ ଗାନ୍ଧୀ ଏ ମଧ୍ଯରୁ କୌଣସି ଗୋଟିଏ ରାଜ୍ଯରେ ବି ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାର ପାଖାପାଖି ନାହାନ୍ତି। ଏହି ରିପୋର୍ଟ କହୁଛି ଯେ ଗୋଆରେ ୧୬.୫ ପ୍ରତିଶତ ଲୋକ ଚାହାନ୍ତି ଯେ ରାହୁଲ ଭାରତର ନେତୃତ୍ବ ନିଅନ୍ତୁ। ମଣିପୁରରେ ୧୮.୩ ପ୍ରତିଶତ, ପଞ୍ଜାବରେ ୨.୧ ପ୍ରତିଶତ, ଉତ୍ତରପ୍ରଦେଶରେ ୫.୮ ପ୍ରତିଶତ ଓ ଉତ୍ତରାଖଣ୍ଡରେ ୧୩.୬ ପ୍ରତିଶତ ଲୋକ ରାହୁଲଙ୍କ ନେତୃତ୍ବକୁ ପସନ୍ଦ କରିଛନ୍ତି। ଏହି ଚିତ୍ର ବର୍ଣ୍ଣନା କରୁଛି ଯେ ପଞ୍ଜାବରେ ଅମରିନ୍ଦର ସରକାର ପତନରେ ଲୋକେ ଖୁସି ନାହାନ୍ତି। ସମ୍ଭବତଃ ସେଠାରେ ଯେଭଳି ଢଙ୍ଗରେ ନବଜ୍ଯୋତ ସିଂହ ସିଦ୍ଧୁଙ୍କୁ ପିସିସି ଦାଯିତ୍ବ ଦିଆଗଲା ଓ କ୍ଯାପଟେନ ବାଧ୍ଯ ହୋଇ ଇସ୍ତଫା ଦେଲେ, ତାହା ଲୋକଙ୍କ ଦ୍ବାରା ଗ୍ରହଣୀୟ ହୋଇନାହିଁ। ଅନ୍ଯଥା କଂଗ୍ରେସ ଶାସନାଧୀନ ଏହି ରାଜ୍ଯରେ ମାତ୍ର ୨ ପ୍ରତିଶତ ଲୋକ ରାହୁଲଙ୍କ ସପକ୍ଷରେ ମତ ଦେବା ଯେ କୌଣସି ବ୍ଯକ୍ତିଙ୍କୁ ଆଶ୍ଚର୍ଯ୍ଯ କରିବ। ଏଠାରେ କଂଗ୍ରେସ ଯେ ଆସନ୍ତା ଦିନରେ ଭଲ କରୁନି, ଏହି ସର୍ଭେ ରିପୋର୍ଟ ଏକଥାର ସଙ୍କେତ ଦେଉଛି।

ସବୁଠାରୁ ବଡ କଥା ହେଲା, ଗୋଆ, ଉତ୍ତରାଖଣ୍ଡ ଓ ପଞ୍ଜାବରେ କେଜ୍ରିୱାଲଙ୍କ ପତିଆରା ରାହୁଲଙ୍କ ଠାରୁ ଯଥେଷ୍ଟ ବେଶୀ। ସେଠାକାର ଭୋଟର କେଜ୍ରିୱାଲଙ୍କୁ ରାହୁଲଙ୍କ ଠାରୁ ଭାରତର ପ୍ରଧାନମନ୍ତ୍ରୀ ପଦ ପାଇଁ ଅଧିକ ଯୋଗ୍ଯ ବୋଲି ମନେ କରୁଛନ୍ତି। ପଞ୍ଜାବରେ ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପେକ୍ଷା କେଜ୍ରିୱାଲଙ୍କ ଲୋକପ୍ରିୟତା ଅଧିକ। ଏହି ସର୍ଭେ କହୁଛି ଯେ ଗୋଆରେ ୧୮.୭ ପ୍ରତିଶତ, ପଞ୍ଜାବରେ ୨୬.୫ ପ୍ରତିଶତ ଓ ଉତ୍ତରାଖଣ୍ଡରେ ୧୩.୬ ପ୍ରତିଶତ ଲୋକ ଚାହିଁଛନ୍ତି ଯେ କ୍ରେଜିୱାଲ ପ୍ରଧାନମନ୍ତ୍ରୀ ହୁଅନ୍ତୁ।

Leave A Reply

Your email address will not be published.