ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପୁଣି ବଢିଲା ପେଟ୍ରୋଲ, ଡିଜେଲ; ସମସ୍ତେ ନିରବରେ ଦେଖୁଛନ୍ତି

0
  • ବିଜୁ ଜନତା ଦଳ ଯେମିତି ଚୁପ୍, କଂଗ୍ରେସ ବି ସେମିତି
  • ଦରଦାମ ଆକାଶଛୁଆଁ ହେଲାଣି, ସ୍ଥିତି ଆହୁରି ଗମ୍ଭୀର ହେବ

ଭୁବନେଶ୍ବର: ପୁଣି ବଢିଲା ତୈଳ ଦର। ସରକାରୀ ତୈଳ କମ୍ପାନିଗୁଡିକ ଆଜି ତେଲ ଦର ପୁଣି ବୃଦ୍ଧି କରିଛନ୍ତି। ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି। ଏଥିସହିତ ଲଗାତର ଷଷ୍ଠ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଭୁବନେଶ୍ବରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୫ ଟଙ୍କା ଛୁଇଁଥିବା ବେଳେ ଡିଜେଲ ୧୦୦ ଟଙ୍କା ୧୯ ପଇସା ହୋଇଛି। ମାଲକାନଗିରି ସ୍ଥିତି ନ କହିବା ଭଲ।

ପୂଜା ବଜାର ଯେତିକି ଗରମ ଧରୁଛି, ତୈଳ ଦର ବୃଦ୍ଧିର ପ୍ରଭାବ ଅନୁରୂପ ଭାବେ ଲୋକଙ୍କ ଅର୍ଥନୀତି ଉପରେ ମାଡ଼ ବସାଇଲାଣି। ଏମିତି ଯେ ଖାଦ୍ୟ ସାମଗ୍ରୀଠୁ ଆରମ୍ଭ କରି ତୈଳଦର ଏବଂ ଗ୍ୟାସ ସିଲିଣ୍ଡର ପର୍ଯ୍ୟନ୍ତ ଦରଦାମ ବଢିବାରେ ଲାଗିଛି। ମହଙ୍ଗା ମାଡରେ ସାଧାରଣ ଲୋକ ଅସ୍ତବ୍ୟସ୍ତ ହୋଇଗଲେଣି। ଲୋକେ ଘରୁ ଗାଡି ବାହାର କରି ଯିବାକୁ ମଧ୍ୟ ଡରିଲେଣି।

ସବୂୁଠାରୁ ବଡ କଥା ହେଉଛି, ତୈଳଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଗୋଟିଏ ଦିନ ଓଡ଼ିଶାରେ କମ୍ପନ ସୃଷ୍ଟି ହେଉଥିଲା। ବିଜୁ ଜନତା ଦଳ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରି ଅସ୍ତବ୍ୟସ୍ତ କରି ପକାଉଥିଲା। ଏବେ କିନ୍ତୁ ନା ବିଜେଡି ପ୍ରତିବାଦ କରୁଛି ନା କଂଗ୍ରେସ ଏହି ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଉଛି। ଖାଉଟିଙ୍କୁ ମଝି ଦରିଆରେ ଛାଡି ଦେଇ ରାଜନୈତିକ ଦଳଗୁଡିକ ଯେଉଁଭଳି ଗୋଟିଚାଳନା କରୁଛନ୍ତି, ତାହା ସାଧାରଣରେ ବି ଚର୍ଚ୍ଚାର ବିଷୟ ହେଲାଣି। ରାଜନୈତିକ ଦଳଗୁଡିକ କେବଳ ଗଣମାଧ୍ୟମ ସାମ୍ନାରେ ଗର୍ଜନ ତର୍ଜନ କରୁଛନ୍ତି। ହେଲେ ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନିରବରେ ହଜମ କରିଚାଲିଛନ୍ତି। ଆଞ୍ଚଳିକ ଦଳ ରାଜ୍ୟ ସ୍ବାର୍ଥ ଓ ଲୋକଙ୍କ ସୁରକ୍ଷା କଥା କହୁଥିବା ବେଳେ ବିଜେଡିର ଏଭଳି ନିରବତା ସହଜରେ ବୁଝାପଡୁନାହିଁ। ସେପଟେ କଂଗ୍ରେସ ଦଳରେ ଆସିଥିବା ସ୍ଥାଣୁତା ଦୂର ପାଇଁ ଏହା ଗୋଟିଏ ବଡ ପ୍ରସଙ୍ଗ। ହେଲେ ନେତାମାନେ କିନ୍ତୁ ହାତ ବାନ୍ଧି ବସିଯାଇଛନ୍ତି।

ଏଠାରେ ଉଲ୍ଲେଖଥାଉକି, ପେଟ୍ରୋଲ ଓ ଡିଜେଲର ଦର ସ୍ଥାନୀୟ ଟିକସ ଉପରେ ନିର୍ଭର କରି ରାଜ୍ୟରେ ଭିନ୍ନ ଭିନ୍ନ ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ଆଧାର କରି ପେଟ୍ରୋଲ ଓ ଡିଜେଲ ଦର କମ୍ ବେଶୀ ହେଉଥିବା ତୈଳ କଂପାନି ଦାବି କରୁଛନ୍ତି।

Leave A Reply

Your email address will not be published.