ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଥମୁନି ତୈଳଦର..ପୁଣି ବଢିଲା

0

ଭୁବନେଶ୍ବର: ପୁଣି ତେଲରେ ନିଆଁ। ଆଜି ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର। ଉଭୟ ତୈଳ ଦରରେ ୩୫ ପଇସା ଲେଖାଁଏ ବୃଦ୍ଧି କରିଛନ୍ତି ତୈଳ କମ୍ପାନି। କେବଳ ଅକ୍ଟୋବର ମାସରେ ହିଁ ପେଟ୍ରୋଲ ୩ ଟଙ୍କା ୫୦ ପଇସା ମହଙ୍ଗା ହେଲାଣି। ଡିଜେଲ ମଧ୍ୟ ୪ ଟଙ୍କା ବୃଦ୍ଧି ପାଇଛି। ଗତ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ତୈଳ ଦର ସ୍ଥିର ରହିବା ପରେ ପୁଣି ଦୁଇ ଦିନ ହେବ ଲଗାତର ତୈଳ ଦର ବୃଦ୍ଧି ପାଉଛି।


ପାର୍ବଣ ଋତୁ ଚାଲିଥିଲେ ମଧ୍ୟ ଲୋକଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ମିଳୁନି। ଅହେତୁକ ତୈଳ ଦର ବୃଦ୍ଧିକୁ ନେଇ ହନ୍ତସନ୍ତ ସାଧାରଣ ଲୋକ। ପେଟ୍ରୋଲ ଦର ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଲୋକଙ୍କ ପକେଟ ସ୍ଥିତି ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ରହିଛି ୮୪ ଡଲାର। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ମଧ୍ୟ ବଢି ଚାଲିଛି। ଫଳରେ ଦେଶରେ ଆଗକୁ ମଧ୍ୟ ଆହୁରି ତୈଳ ଦର ବୃଦ୍ଧି ପାଇପାରେ। ଦେଶରେ ସବୁଦିନ ସକାଳ ୬ଟାରେ ୩ଟି ତେଲ କମ୍ପାନି ଆଇଓସିଏଲ, ବିପିସିଏଲ,ଏଚପିସିଏଲ ପକ୍ଷରୁ ପେଟ୍ରୋଲ ଓ ଡିଜେଲର ନୂଆ ଦର ଲାଗୁ କରାଯାଇଥାଏ। ଏହି ୱେବସାଇଟ ମାଧ୍ୟରେ ଗ୍ରାହକ ନୂଆ ଦର ଜାଣିପାରିବେ। ଏହା ସହ ମୋବାଇଲ ଏସଏମଏସ ମାଧ୍ୟମରେ ମଧ୍ୟ ନୂଆ ଦର ଜାଣି ହେବ।

Leave A Reply

Your email address will not be published.