ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପାକିସ୍ତାନ ଷଡଯନ୍ତ୍ର ରଚୁଛି; ଭାରତ ଉପରେ କରିବ ଆକ୍ରମଣ!

0

ନୂଆଦିଲ୍ଲୀ: ଭାରତ ବିରୋଧରେ ପାକରେ ଚାଲିଛି ଷଡଯନ୍ତ୍ର। ନିକଟରେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଓ ଅନ୍ୟ ଆତଙ୍କୀ ସଂଗଠନ ମଧ୍ୟରେ ଏକ ବୈଠକ ବସିଛି।କୁହାଯାଉଛି ଯେ, ଏହି ବୈଠକ ପିଓକେର ମୁଜାଫରବାଦରେ ବସିଥିଲା। ତେବେ ବୈଠକରେ ଭାରତ ଓ ଜମ୍ମୁ କାଶ୍ମୀରରେ କିଭଳି ଅସ୍ଥିରତା ସୃଷ୍ଟି କରାଯିବ ସେ ନେଇ ଚର୍ଚ୍ଚା ହୋଇଥିବା ଜଣାପଡିଛି।

ଜାତୀୟ ଗଣମାଧ୍ୟକୁ ଭାରତୀୟ ଗୁପ୍ତଚର ଏଜେନ୍ସିରୁ ମିଳିଥିବା ସୂତ୍ର ଅନୁସାରେ, ସେପ୍ଟମ୍ବର ୨୧ରେ ଆଇଏସଆଇ ଅଫିସର ଓ ଆତଙ୍କୀ ସଂଗଠନ ମଧ୍ୟରେ ଏକ
ଗୋପନୀୟ ବୈଠକ ବସିଥିଲା। ଏହି ବୈଠକୁ ନେଇ ଭାରତର ଗୁଇନ୍ଦା ଏଜେନ୍ସି ଆଲର୍ଟ ବି ଜାରି କରିଛି। ମୁଜାଫରବାଦରେ ଆଇଏସଆଇ ଓ ଆତଙ୍କୀ ସଂଗଠନ ମଧ୍ୟରେ ହୋଇଥିବା ଏହି ବୈଠକରେ ଜମ୍ମୁ କାଶ୍ମୀରରେ ଏକ ବଡ଼ ଧରଣର ଆତଙ୍କୀ ଆକ୍ରମଣ ନେଇ ଷଡଯନ୍ତ୍ର କରାଯାଇଛି। କାଶ୍ମୀରେ ଅଧିକରୁ ଅଧିକ ଲୋକଙ୍କୁ କିଭଳି ହତ୍ୟା କରାଯିବ ସେ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

ଟାର୍ଗେଟ କିଲିଙ୍ଗ ଓ ଆକ୍ରମଣ ପାଇଁ ଦାୟୀ କରିବାକୁ ନୂଆ ନୂଆ ନାମରେ ଆତଙ୍କୀ ସଂଗଠନ ପ୍ରସ୍ତୁତ କରାଯାଉଛି। ଏହି ସଂଗଠନ ଆତଙ୍କୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରି ଗୁପ୍ତଚର ଏଜେନ୍ସିକୁ ବିଭ୍ରାନ୍ତ କରିବେ। ବୈଠକରେ ଆଲୋଚନା ହୋଇଛି ଯେ, କାଶ୍ମୀରରେ ପୁଲିସ ସୂଚନାଦାତା,ସୁରକ୍ଷାବାହିନୀ ସହିତ କାମ
କରୁଥିବା କାଶ୍ମୀରବାସୀ ଓ ଗୁଇନ୍ଦା ବିଭାଗ ସହ କାମ କରୁଥିବା ଲୋକଙ୍କୁ ହତ୍ୟା କରାଯିବ।

ଏହା ସହ ଜମ୍ମୁ କାଶ୍ମୀରରେ ଅଣ କାଶ୍ମୀରବାସୀ, ବିଜେପି ସଂଗଠନ ସହିତ ଜଡ଼ିତ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ଷଡଯନ୍ତ୍ର କରାଯାଇଛି। ଆଇଏସଆଇ ପ୍ରଥମେ ୨୦୦ ଲୋକଙ୍କ ଏକ ହିଟ ତାଲିକା ପ୍ରସ୍ତୁତ କରିଛି, ଯେଉଁମାନଙ୍କ ହତ୍ୟା ପରେ ଭୟାବହ ସ୍ଥିତି ସୃଷ୍ଟି କରାଯିବ। ଏହି ତାଲିକାରେ ବହୁ କାଶ୍ମୀର ପଣ୍ଡିତଙ୍କ ନାଁ ରହିଛି। ଯେଉଁ ପଣ୍ଡିତମାନେ ନିଜ ଘରକୁ ଫେରିବାରେ ସକ୍ରିୟ ଅଛନ୍ତି। କାଶ୍ମୀରରେ ଲୋକଙ୍କୁ ହତ୍ୟା କରିବାକୁ ସେହି ଆତଙ୍କବାଦୀ ମାନେ ବ୍ୟବହୃତ ହେବେ ଯେଉଁମାନେ ଏଯାଏଁ ସୁରକ୍ଷାକର୍ମୀଙ୍କ ନଜରରେ ନାହାଁନ୍ତି। ଏଥିପାଇଁ ବହୁ ସଂଖ୍ୟାର କାଶ୍ମୀରବାସୀଙ୍କୁ ବ୍ୟବହୃତ କରାଯିବ,ଯେଉଁମାନଙ୍କର ଆତଙ୍କବାଦୀଙ୍କ ପ୍ରତି ସମର୍ଥନ ଥିବ।କିନ୍ତୁ ଦୀର୍ଘ ଦିନ ଧରି କୌଣସି ଅପରାଧରେ ଜଡ଼ିତ ନଥିବେ।

Leave A Reply

Your email address will not be published.