ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ବାଙ୍ଗଲାଦେଶରେ ଥମୁନି ହିଂସା

0

ବାଙ୍ଗଲାଦେଶରେ ସାମ୍ପ୍ରଦାୟିକ ହିଂସା ମାମଲା କ୍ରମାଗତ ଭାବେ ସାମନାକୁ ଆସୁଛି । ହିନ୍ଦୁମାନଙ୍କ ମୁଖ୍ୟ ପର୍ବ ଦୁର୍ଗାପୂଜାଠୁ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ନେଉନି ।ବାଙ୍ଗଲାଦେଶ କୋମିଲା ଦୁର୍ଗା ପୂଜା ପେଣ୍ଡାଲରେ ଆକ୍ରମଣ ପରେ ରବିବାର ରଙ୍ଗପୁର ଜିଲ୍ଲାର ପିରଗଞ୍ଜରେ ହିନ୍ଦୁ ମାନଙ୍କ ଘର ଦଙ୍ଗାକାରୀ ଜାଳିଦେଇଛନ୍ତି । ପାଖାପାଖି ୧୦୦ରୁ ଅଧି ଘରେ ନିଆଁ ଲଗାଇଦେଇଛନ୍ତି ।

ବାଙ୍ଗଲାଦେଶର ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ , ରଙ୍ଗପୁରର ମାଝିପାଲ୍ଲୀ ଅଞ୍ଚଳରେ କିଛି କଟରପନ୍ଥୀ ହିନ୍ଦୁଙ୍କ ଘରେ ନିଆଁଲଗାଇବା ଫଳରେ ଘର ଜଳିପୋଡି ପାଉଁଶ ହୋଇଯାଇଛି । ପୁଲିସର ସୂଚନା ଅନୁସାରେ ଏହି ମାମଲା ସୋସିଆଲ ମିଡିଆ ପୋଷ୍ଟ ସହିତ ଜଡିତ । ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଫେସବୁକରେ ଆପତ୍ତିଜନକ ପୋଷ୍ଟ ପରେ ହିଁ ଉତ୍ତେଜନା ଦେଖାଦେଇଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସେହି ବ୍ୟକ୍ତିଙ୍କ ସୁରକ୍ଷା ଯୋଗାଇଥିଲା । ଏବଂ ତାଙ୍କ ଘରକୁ ସୁରକ୍ଷିତ ରଖିଥିଲା । କିନ୍ତୁ ଦଙ୍ଗାକାରୀମାନେ ସେହି ଅ ଳରେ ଥିବା ଅନ୍ୟ ଘର ମାନଙ୍କରେ ନିଆଁ ଲଗାଇଦେଇଥିଲେ ।

ଶୁକ୍ରବାର ମଧ୍ୟ ଦଙ୍ଗାକାରୀମାନେ ବାଙ୍ଗଲାଦେଶ ନୋଖାଲି ଜିଲ୍ଲାରେ ଦୁର୍ଗାପୂଜା ଚାଲିଥିବା ବେଳେ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣ ଫଳରେ ଜଣେ ଇସ୍କନ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ବହୁତ ଲୋକ ଆହତ ହୋଇଛନ୍ତି । ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ହିନ୍ଦୁ ମନ୍ଦିର ଓ ଦୁର୍ଗା ପୂଜା ମଣ୍ଡପରେ ଆକ୍ରମଣ କରିଥିବା ଦୁର୍ବୃତ୍ତ ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । କହିଥିଲେ ସେ ଯେହି କେହି ବି ହୁଅନ୍ତୁ କାହାକୁ ଛଡାଯିବନି । ଏହା ସହିତ ଶେଖ ହସିନା ଭାରତକୁ ମଧ୍ୟ ସତର୍କ ରହିବାକୁ କହିଥିଲେ । ବିବିସି ବଙ୍ଗଳା ରିପୋର୍ଟ ଅନୁଯାୟୀ, ଶେଖ ହସିନା କହିଛନ୍ତି, ଭାରତରେ ଏପରି କିଛି ଘଟିବା ଉଚିତ ନୁହେଁ,ଯାହା ବାଙ୍ଗଲାଦେଶ ଉପରେ ପ୍ରଭାବ ପକାଇଥାଏ । ଏବଂ ସେଠାରେ ଥିବା ହିନ୍ଦୁ ସମ୍ପଦ୍ରାୟକୁ କ୍ଷତି ପହଞ୍ଚାଇଥାଏ ।

ଦୁର୍ଗାପୂଜା ପେଣ୍ଡାଲରେ ଆକ୍ରମଣ ମାମଲାରେ ଏଯାଏ ୧୨ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଛି । ହିସାଂ ଘଟଣା ପରେ ଚାନ୍ଦପୁର, କକ୍ସର ବଜାର, ବୃନ୍ଦାବନ, ସିଲହଟ, ଚଟଗାଓଁ ଓ ଗାଜିପୁରରେ ସ୍ଥିତି ଗମ୍ଭୀର ରହିଛି । ଏପଟେ ମା ଦୁର୍ଗାଙ୍କ ବିସର୍ଜନ ସହ ୧୦ ଦିନ ଧରି ଚାଲିଥିବା ଉତ୍ସବର ସମାପନ ହୋଇଛି ।

Leave A Reply

Your email address will not be published.