ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ବାଙ୍ଗଲାଦେଶରେ ଥମୁନି ହିଂସା

0

ବାଙ୍ଗଲାଦେଶରେ ସାମ୍ପ୍ରଦାୟିକ ହିଂସା ମାମଲା କ୍ରମାଗତ ଭାବେ ସାମନାକୁ ଆସୁଛି । ହିନ୍ଦୁମାନଙ୍କ ମୁଖ୍ୟ ପର୍ବ ଦୁର୍ଗାପୂଜାଠୁ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ନେଉନି ।ବାଙ୍ଗଲାଦେଶ କୋମିଲା ଦୁର୍ଗା ପୂଜା ପେଣ୍ଡାଲରେ ଆକ୍ରମଣ ପରେ ରବିବାର ରଙ୍ଗପୁର ଜିଲ୍ଲାର ପିରଗଞ୍ଜରେ ହିନ୍ଦୁ ମାନଙ୍କ ଘର ଦଙ୍ଗାକାରୀ ଜାଳିଦେଇଛନ୍ତି । ପାଖାପାଖି ୧୦୦ରୁ ଅଧି ଘରେ ନିଆଁ ଲଗାଇଦେଇଛନ୍ତି ।

ବାଙ୍ଗଲାଦେଶର ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ , ରଙ୍ଗପୁରର ମାଝିପାଲ୍ଲୀ ଅଞ୍ଚଳରେ କିଛି କଟରପନ୍ଥୀ ହିନ୍ଦୁଙ୍କ ଘରେ ନିଆଁଲଗାଇବା ଫଳରେ ଘର ଜଳିପୋଡି ପାଉଁଶ ହୋଇଯାଇଛି । ପୁଲିସର ସୂଚନା ଅନୁସାରେ ଏହି ମାମଲା ସୋସିଆଲ ମିଡିଆ ପୋଷ୍ଟ ସହିତ ଜଡିତ । ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଫେସବୁକରେ ଆପତ୍ତିଜନକ ପୋଷ୍ଟ ପରେ ହିଁ ଉତ୍ତେଜନା ଦେଖାଦେଇଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସେହି ବ୍ୟକ୍ତିଙ୍କ ସୁରକ୍ଷା ଯୋଗାଇଥିଲା । ଏବଂ ତାଙ୍କ ଘରକୁ ସୁରକ୍ଷିତ ରଖିଥିଲା । କିନ୍ତୁ ଦଙ୍ଗାକାରୀମାନେ ସେହି ଅ ଳରେ ଥିବା ଅନ୍ୟ ଘର ମାନଙ୍କରେ ନିଆଁ ଲଗାଇଦେଇଥିଲେ ।

ଶୁକ୍ରବାର ମଧ୍ୟ ଦଙ୍ଗାକାରୀମାନେ ବାଙ୍ଗଲାଦେଶ ନୋଖାଲି ଜିଲ୍ଲାରେ ଦୁର୍ଗାପୂଜା ଚାଲିଥିବା ବେଳେ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣ ଫଳରେ ଜଣେ ଇସ୍କନ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ବହୁତ ଲୋକ ଆହତ ହୋଇଛନ୍ତି । ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ହିନ୍ଦୁ ମନ୍ଦିର ଓ ଦୁର୍ଗା ପୂଜା ମଣ୍ଡପରେ ଆକ୍ରମଣ କରିଥିବା ଦୁର୍ବୃତ୍ତ ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । କହିଥିଲେ ସେ ଯେହି କେହି ବି ହୁଅନ୍ତୁ କାହାକୁ ଛଡାଯିବନି । ଏହା ସହିତ ଶେଖ ହସିନା ଭାରତକୁ ମଧ୍ୟ ସତର୍କ ରହିବାକୁ କହିଥିଲେ । ବିବିସି ବଙ୍ଗଳା ରିପୋର୍ଟ ଅନୁଯାୟୀ, ଶେଖ ହସିନା କହିଛନ୍ତି, ଭାରତରେ ଏପରି କିଛି ଘଟିବା ଉଚିତ ନୁହେଁ,ଯାହା ବାଙ୍ଗଲାଦେଶ ଉପରେ ପ୍ରଭାବ ପକାଇଥାଏ । ଏବଂ ସେଠାରେ ଥିବା ହିନ୍ଦୁ ସମ୍ପଦ୍ରାୟକୁ କ୍ଷତି ପହଞ୍ଚାଇଥାଏ ।

ଦୁର୍ଗାପୂଜା ପେଣ୍ଡାଲରେ ଆକ୍ରମଣ ମାମଲାରେ ଏଯାଏ ୧୨ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଛି । ହିସାଂ ଘଟଣା ପରେ ଚାନ୍ଦପୁର, କକ୍ସର ବଜାର, ବୃନ୍ଦାବନ, ସିଲହଟ, ଚଟଗାଓଁ ଓ ଗାଜିପୁରରେ ସ୍ଥିତି ଗମ୍ଭୀର ରହିଛି । ଏପଟେ ମା ଦୁର୍ଗାଙ୍କ ବିସର୍ଜନ ସହ ୧୦ ଦିନ ଧରି ଚାଲିଥିବା ଉତ୍ସବର ସମାପନ ହୋଇଛି ।

Leave A Reply

Your email address will not be published.