ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ବିଜେପି ପାଇଁ ଅମରିନ୍ଦର ସଂଜୀବନୀ; କେମିତି ଜାଣନ୍ତୁ

0

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଗୋଟିଏ ନୂଆ ରାଜନୈତିକ ଦଳ ଗଠନ କରିବେ। ଖୁବ୍ ଶୀଘ୍ର ଏହି ଦଳ ଜନ୍ମ ନେବ। ଏକଥା କୌଣସି କଳ୍ପନା ପ୍ରସୂତ ନୁହେଁ। ବରଂ ଅମରିନ୍ଦରଙ୍କ ଗଣମାଧ୍ୟମ ପରାମର୍ଶଦାତା ରେଭେନ୍ ଥୁକ୍ରାଲ ଏଭଳି ଏକ ସଙ୍କେତ ଦେଇଛନ୍ତି। ଅସଲ କଥା ହେଲା, ଯଦି କେନ୍ଦ୍ର ସରକାର କୃଷକଙ୍କ ସମସ୍ୟାର ସମାଧାନ ରାସ୍ତା ଖୋଲି ଦିଅନ୍ତି, ତେବେ ଅମରିନ୍ଦରଙ୍କ ପ୍ରସ୍ତାବିତ ନୂଆ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଅକାଳୀ ଦଳ ସହିତ ଆସନ ବୁଝାମଣା କରିପାରନ୍ତି। ଅର୍ଥାତ୍ ଆସନ୍ତା ଦିନରେ ପଞ୍ଜାବରେ ଗୋଟିଏ ବଡ ଧରଣର ମହାମେଣ୍ଟ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ଏବଂ ଅକାଳୀ ଦଳ ଚାଷୀ ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ପୁଣି ଥରେ ବିଜେପିର ନିକଟତର ହୋଇପାରେ।

ଅମରିନ୍ଦରଙ୍କ ଏହି ନୂଆ ରାଜନୈତିକ କୌଶଳ ରଣନୀତିକାରମାନଙ୍କୁ ବିସ୍ମିତ କରିନି। କାହିଁକି ନା, ଅମରିନ୍ଦର ଏବଂ ନିକଟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବୈଠକ ପରେ ଏଭଳି କିଛି ଗୋଟିଏ ଚକମା ଦେଖିବାକୁ ମିଳିବ, ଏକଥା ସମସ୍ତେ ଆଶା କରୁଥିଲେ। ଏବେ ଯାହା ଆଶା କରାଯାଉଛି, ଅମରିନ୍ଦରଙ୍କ ରାଜନୈତିକ ପଦକ୍ଷେପ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ପାଇଁ ସଂଜୀବନୀ ସଦୃଶ ହେବ। ଏକ ବର୍ଷରୁ ଅଧିକ ସମୟ ଧରି କୃଷକ ଯେଭଳି ଆନ୍ଦୋଳନ କରୁଛନ୍ତି, ତାର ସମାଧାନର ରାସ୍ତା ଅମରିନ୍ଦରଙ୍କ ମାଧ୍ୟମରେ ବିଜେପି କରାଇ ନେବ। ଉଭୟ ପଞ୍ଜାବ ଓ ଉତ୍ତରପ୍ରଦେଶ ରାଜନୀତି ଦୃଷ୍ଟିରୁ ଏଭଳି ଏକ ଗୋଟିଚାଳନା ଅପରିହାର୍ଯ୍ୟ ଅଟେ।

ଏମିତିରେ ବି ଲଖମିପୁର ଖେରି ଚାଷୀ ହତ୍ୟା ଘଟଣାକୁ ନେଇ ଉତ୍ତରପ୍ରଦେଶରେ ବି ବିଜେପି ସରକାର ଅକଳରେ ପଡିଛନ୍ତି। ଚାଷୀ ସେଠାକାର ସରକାର ବିରୋଧରେ ଏକାଠି ହୋଇଯାଇଛନ୍ତି। ଗୋଟିଏ କି ଦୁଇଟି ନୁହେଁ, ପୂରା ୪୨ଟି ବିଧାନସଭା ଆସନରେ ସେମାନେ ଦଳର କ୍ଷତି ପହଞ୍ଚାଇବାର ସାମର୍ଥ୍ୟ ରଖୁଥିବା ପରିପ୍ରେକ୍ଷୀରେ ଯେ କୌଣସି ରାଜନୈତିକ ଦଳ ବ୍ୟତିବ୍ୟସ୍ତ ହେବା ସ୍ବାଭାବିକ। ଯଦି ଥରେ ଚାଷୀଙ୍କୁ ମନାଇ ଦିଆଯାଇପାରିଲା, ତେବେ ଏହାର ସକାରାତ୍ମକ ପ୍ରଭାବ ଉତ୍ତରପ୍ରଦେଶ ରାଜନୀତି ଉପରେ ବି ପଡିବ।

ଉଲ୍ଲେଖଯୋଗ୍ୟ, ଅମରିନ୍ଦରଙ୍କ ପ୍ରସ୍ତାବିତ ରାଜନୈତିକ ଦଳ ସଂପର୍କରେ ଯେଉଁ ସଙ୍କେତ ଆସିଛି, ସେଥିରେ କୁହାଯାଇଛି ଯେ ଖୁବ୍ ଶୀଘ୍ର ପଞ୍ଜାବ ଏବଂ ଏହାର ବାସିନ୍ଦାଙ୍କ ସ୍ବାର୍ଥ ପାଇଁ ଲଢୁଥିବା କୃଷକମାନଙ୍କୁ ନେଇ ରାଜନୈତିକ ଦଳ ଗଠନ ହେବ। ଯଦି କୃଷକଙ୍କ ସ୍ବାର୍ଥ ସମାଧାନ ହୋଇଯିବ, ତେବେ ଏହି ନୂଆ ରାଜନୈତିକ ଦଳ ବିଜେପି ସହିତ ମିଶି ଆଗକୁ ବଢିବେ ଓ ଚାଷୀ ପ୍ରସଙ୍ଗ ନିଷ୍ପ୍ରଭ ହେବା ବିଚିତ୍ର ନୁହେଁ ବୋଲି କୁହାଯାଉଛି।

ଚାରି ଦଶନ୍ଧିରୁ ଅଧିକ ସମୟ ଧରି କଂଗ୍ରେସ ସହିତ ରହି ଆସିଥିବା ତଥା ପଞ୍ଜାବର ଏହି ବରିଷ୍ଠ ଜନନେତା ୭୯ ବର୍ଷ ବୟସରେ ବି ରାଜନୀତିରେ ସକ୍ରିୟ ଅଛନ୍ତି। ଗତ ସେପ୍ଟେମ୍ବରରେ କଂଗ୍ରେସ ଦ୍ବାରା ଅପମାନିତ ହୋଇ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ସଭାପତି ଭାବେ ନବଜ୍ୟୋତ ସିଂ ସିଦ୍ଧୁ ଓ ଦଳର ଗୋଟିଏ ଗୋଷ୍ଠୀ ବିଧାୟକଙ୍କ ସହିତ ତାଙ୍କର ତିକ୍ତତାର ପରିଣାମରେ ସେ ଦଳ ବି ଛାଡିଛନ୍ତି। ହେଲେ ଏହା ପରେ ସେ ଯେବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ, ସେବେ ଚାରିଆଡେ ଚର୍ଚ୍ଚା ହୋଇଥିଲା ଯେ ଅମରିନ୍ଦର ବିଜେପିରେ ଯୋଗଦାନ କରିବେ। ଏପରିକି କ୍ୟାପଟେନ କେନ୍ଦ୍ରରେ କୃଷି ମନ୍ତ୍ରୀ ହୋଇପାରନ୍ତି ବୋଲି ବି ଆଲୋଚନା ଜୋର ଧରିଥିଲା। କିନ୍ତୁ ସମସ୍ତଙ୍କୁ ଚକିତ କରି ସେ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ। ବରଂ କହିଥିଲେ ଯେ ଦୀର୍ଘ ଦିନ ଧରି ଚାଷୀ ଜାରି ରଖିଥିବା ଆନ୍ଦୋଳନ ଓ କେନ୍ଦ୍ର ସରକାରଙ୍କ ଚାଷ ଆଇନ ସଂପର୍କରେ ସେମାନଙ୍କର ଆଲୋଚନା ହୋଇଛି। ଏହି ଆଇନ ରଦ୍ଦ ହେବା ସହିତ ଏମଏସପି ଗ୍ୟାରେଣ୍ଟି ପ୍ରସଙ୍ଗର ତୁରନ୍ତ ସମାଧାନ ପାଇଁ ସେ ଶ୍ରୀ ଶାହଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଥିଲେ।

ସେବେ ଅନୁମାନ କରାଯାଉଥିଲା ଯେ ଉଭୟଙ୍କ ଏହି ଆଲୋଚନା ଦୀର୍ଘମିଆଦୀ ରାଜନୀତିର ଏକ ଅଂଶ ହେବାକୁ ଯାଉଛି। ଯଦି ଅମରିନ୍ଦରଙ୍କୁ ଧରି ବିଜେପି ଚାଷୀଙ୍କୁ ମନାଇବାରେ ସଫଳ ହେଲା, ତେବେ ଉଭୟ ପଞ୍ଜାବ ଓ ଉତ୍ତରପ୍ରଦେଶରେ କଂଗ୍ରେସକୁ ଜବରଦସ୍ତ ଝଟକା ଲାଗିପାରେ। ଏମିତିରେ ବି ପଞ୍ଜାବରେ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ମଧ୍ୟରେ ବିବାଦ ଥମିନି ଏବଂ ଉତ୍ତରପ୍ରଦେଶରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏବେ ଦଳର ସମ୍ମାନ ରକ୍ଷା ପାଇଁ କସରତ ଚଳାଇଛନ୍ତି।

Leave A Reply

Your email address will not be published.