ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଶେଷରେ ଆର୍ୟନଙ୍କୁ ଭେଟିଲେ ଶାହାରୁଖ

0

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ ଖାନଙ୍କ ସମେତ ୩ ଜଣଙ୍କ ଜାମିନ ଆବେଦନ ବୁଧବାର କୋର୍ଟ ଖାରଜ କରିଦେଇଛନ୍ତି। ସ୍ପେଶାଲ କୋର୍ଟ ବିଚାରପତି ଭି.ଭି ପାଟିଲ କହିଛନ୍ତି ଯେ, ୩ ଅଭିଯୁକ୍ତ ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଅଛନ୍ତି।ଏବେ ତାଙ୍କୁ ଜାମିନ ଦିଆଗଲା ଆଗକୁ ସେ ପୁଣି ଅପରାଧ ଘଟାଇବେ।ଏହା ପରେ ଆର୍ୟନ ଖାନ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ନାର୍କୋଟିକ ଡ୍ରଗ୍ସ ଓ ସାଇକୋଟ୍ରୋପିକ ପଦାର୍ଥ (ଏନଡିପିସି)ଅଧିନିୟମ ଅନୁଯାୟୀ ସ୍ୱତନ୍ତ୍ର କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଥିଲା। ଏମିତି ସ୍ଥିତିରେ ଆଜି ସକାଳେ ଶାହାରୁଖ ଖାନ୍ ଜେଲ୍ ଯାଇ ପୁଅ ସହିତ କଥା ହୋଇଛନ୍ତି। ତାକୁ ଆଶ୍ବାସନା ଦେଇଛନ୍ତି। ତାଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ଜେଲ୍ ଯାଇ ପୁଅକୁ ଭେଟିଛନ୍ତି। ଉଭୟଙ୍କ ସହିତ କଥା ହେବା ବେଳେ ସେ କାନ୍ଦି ପକାଇଥିଲେ ବୋଲି ସୂଚନା ମିଳିଛି।

ଗତ ସପ୍ତାହରେ ଆର୍ୟନ ଖାନ,ଅରବାଜ ମର୍ଚା ଓ ମୁନୁମୁନ ଧାମେଚାଙ୍କ ଜାମିନ ଆବେଦନ ଶୁଣାଣି ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ୧୮ ପୃଷ୍ଠାର ଆଦେଶରେ ଜଜ୍ ଭି,ଭି ପାଟିଲ କହିଛନ୍ତି ଯେ, ରେକର୍ଡରେ ଥିବା ପ୍ରମାଣକୁ ଦୃଷ୍ଟିରେ ରଖି ଏହା କହିପାରିବାନି ଯେ, ଆବେଦନକାରୀ ନମ୍ବର ୧(ଆର୍ୟନ ଖାନ) ନମ୍ବର ୨(ଅରବାଜ ମର୍ଚାଣ୍ଟ ) ନମ୍ବର ୩ (ମୁନମୁନ ଧାମେଚା) ଏଭଳି ଅପରାଧର ଦୋଷୀ ନୁହଁନ୍ତି ଏବଂ ଜାମିନ ମିଳିବା ପରେ ସେ ବାହାରେ ରହି ଏଭଳି ଅପରାଧ କରିବେ ନାହିଁ।

ସେପଟେ ଆର୍ଥର ରୋଡ଼ ଜେଲରେ ଥିବା ଆର୍ୟନ ଖାନ ଜାମିନ ଆବେଦନ ଖାରଜ ଖବର ଶୁଣିବା ପରେ ଚିନ୍ତିତ ହୋଇପଡିଛନ୍ତି। ଜେଲ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଜାମିନ ଆବେଦନ ଖାରଜ ଖବର ଶୁଣିବା ପରେ ସେ ବହୁତ ଚକିତ ହୋଇଯାଇଥିଲେ। ବ୍ୟାରେକର ଏକ କୋଣରେ ଯାଇକି ବସିଥିଲେ।ଏବଂ କାହା ସହ କଥା ହେବା ବନ୍ଦ କରିଦେଇଥିଲେ।

ଜେଲ ସୂତ୍ରରୁ ପ୍ରକାଶ ଯେ, ଆର୍ୟନ ତାଙ୍କୁ ଜାମିନ ବୁଧବାର ମିଳିଯିବା ନେଇ ଆଶାବାଦୀ ଥିଲେ। ସେ ଭାବିଥିଲେ ତାଙ୍କ ଜାମିନ ଆବେଦନ କୋର୍ଟ ଗ୍ରହଣ କରିବେ ଏବଂ ସେ ଜେଲରୁ ମୁକୁଳିବେ। କିନ୍ତୁ ସେଭଳି କିଛି ହୋଇନଥିଲା। ଜାମିନ ଆବେଦନ ଖାରଜ ହେବା ପରେ ସେ ଜେଲ ଭିତରେ ବହୁ ଅବସାଦରେ ଅଛନ୍ତି। ତାଙ୍କୁ ଜେଲର ଖାଇବା ମଧ୍ୟ ପସନ୍ଦ ଆସୁନାହିଁ । ସେ ଅନ୍ୟ କଏଦୀ ମାନଙ୍କୁ ସବୁବେଳେ ସେ ନିର୍ଦ୍ଦୋଷ ଓ କିଛି ଭୁଲ କରିନାହାଁନ୍ତି ବୋଲି କହୁଛନ୍ତି। ତେବେ ଆର୍ୟନଙ୍କ ଜାମିନ ଆବେଦନ ଖାରଜ ପରେ ହାଇକୋର୍ଟରେ ଜାମିନ ଆବେଦନ କରାଯିବ ବୋଲି ଓକିଲ ଅମିତ ଦେଶାଇ କହିଛନ୍ତି । ୧୩ ଦିନ ହେବ ଆର୍ଥର ରୋଡ ଜେଲରେ ଅଛନ୍ତି ଆର୍ୟନ। ପୁଅକୁ ଜାମିନ ନମିଳିବା ପରେ ଶାହାରୁଖ ଖାନ ଓ ଗୌରୀ ଖାନ ମଧ୍ୟ ଭାଙ୍ଗିପଡିଛନ୍ତି।

Leave A Reply

Your email address will not be published.