ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଅମୀର ଖାନ୍‌ଙ୍କ ବିଜ୍ଞାପନକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା

0

ବଲିଉଡ଼ ଅଭିନେତା ଅମୀର ଖାନଙ୍କ ଏକ ବିଜ୍ଞାପନ ବେଶ ଭାଇରାଲ ହେବାରେ ଲାଗିଛି । ବିଜ୍ଞାପନରେ ଅମୀର ଖାନ ରାସ୍ତାରେ ଲୋକଙ୍କୁ ବାଣ ନଫୁଟାଇବାକୁ ଅପିଲ କରୁଛନ୍ତି । ଏହି ବିଜ୍ଞାପନଟି ଟାୟାର କମ୍ପାନୀ ସିଟ ଲିମିଟେଡର ଅଟେ । ତେବେ ଏବେ ଏହି ବିଜ୍ଞାପନଟି ଭାଇରାଲ ହେବା ପରେ ସୋସିଆଲ ମିଡିଆରେ କିଛି ଲୋକ ଏହାକୁ ହିନ୍ଦୁ ବିରୋଧୀ ବୋଲି କହିବା ଆରମ୍ଭ କରିଦେଇଛନ୍ତି । ବିଜେପି ନେତା ଅନନ୍ତ କୁମାର ହେଗଡେ ମଧ୍ୟ ନିଜର ଅସନ୍ତୋଷ ଜାହିର କରିଛନ୍ତି ।

ବିଜେପି ନେତା ସିଟ୍ ଲିମିଟେଡ଼ର ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖିଛନ୍ତି । ସେହି ଚିଠିରେ ସେ ଥଟ୍ଟା କରି କହିଛନ୍ତି ଯେ, ଦେଶର ଲୋକଙ୍କ ସେହି ନମାଜ ସହିତ ମଧ୍ୟ ସମସ୍ୟା ରହିଛି । ଯାହା ରାସ୍ତା ଉପରେ ପଢାଯାଏ ଏବଂ ସେଥିପାଇଁ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍ ହୁଏ । ସେହି କହିଛନ୍ତି ଯେ, ଅମୀର ଖାନ ବିଜ୍ଞାପନରେ ଲୋକଙ୍କୁ ବାଣ ନଫୁଟାଇବାକୁ ମନା କରୁଛନ୍ତି । ଏହା ଏକ ଭଲ ସନ୍ଦେଶ । କିନ୍ତୁ ତୁମେ ଆଉ ଏକ ବିଜ୍ଞାପନ ଦେଖାଇ ପାରିବ କି ବୋଲି ସିଟ କମ୍ପାନୀକୁ ଚିଠି ଲେଖି ପ୍ରଶ୍ନ କରିଛନ୍ତି । ଦେଶରେ ନମାଜ ନାମରେ ରାସ୍ତା ଅବରୋଧ କରାଯାଉଛି । ମୁସଲମାନ ସମ୍ପଦ୍ର୍ରାୟର କିଛି ଉତ୍ସବରେ ଏଭଳି ଦେଖିବାକୁ ମିଳୁଛି ।

ନମାଜ ବ୍ୟତୀତ ବିଜେପି ନେତା ଅଜାନଙ୍କୁ ନେଇ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି । ତାଙ୍କ ଅନୁସାରେ ଅଜାନ ସମୟରେ ମଧ୍ୟ ଅନେକ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଅଜାନ ସମୟରେ ଏତେ ଜୋରରେ ପ୍ରାର୍ଥନା କରାଯାଇଥାଏ ଯେ, ଶିକ୍ଷକ ମାନେ ପିଲାଙ୍କୁ ପାଠ ମଧ୍ୟ ପଢାଇପାରନ୍ତି ନାହିଁ । ଏହି ପ୍ରସଙ୍ଗ ଉଠାଇ ବିଜେପି ନେତା କହିଛନ୍ତି ଯେ, ଲୋକଙ୍କ ସମସ୍ୟାକୁ ନେଇ ଆପଣଙ୍କ କମ୍ପାନୀ ଅତି ସମ୍ବେଦନଶୀଳ । ଆପଣ ନିଜେ ହିନ୍ଦୁ ସଂପ୍ରଦାୟରୁ ଆସିଛନ୍ତି । ତେଣୁ ହିନ୍ଦୁ ମାନଙ୍କ ପ୍ରତି ଏହି ଭେଦଭାବକୁ ଭଲ ଭାବେ ବୁଝିବାକୁ ସମର୍ଥ ହେବେ।

କାହାର ନାଁ ନେଇ ସେ ଏହା ମଧ୍ୟ କହିଛନ୍ତି ଯେ, କିଛି ଅଭିନେତା ହିନ୍ଦୁ ସଂପ୍ରଦାୟ ଭାବନାକୁ ଆଘାତକୁ ଦେବା ପାଇଁ ନିରନ୍ତର କାମ କରନ୍ତି । କିନ୍ତୁ ନିଜ ସଂପ୍ରଦାୟ ପାଇଁ କେବେ ଭୁଲ କାମ କରନ୍ତି ନାହିଁ ।

Leave A Reply

Your email address will not be published.