ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଅମୀର ଖାନ୍‌ଙ୍କ ବିଜ୍ଞାପନକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା

0

ବଲିଉଡ଼ ଅଭିନେତା ଅମୀର ଖାନଙ୍କ ଏକ ବିଜ୍ଞାପନ ବେଶ ଭାଇରାଲ ହେବାରେ ଲାଗିଛି । ବିଜ୍ଞାପନରେ ଅମୀର ଖାନ ରାସ୍ତାରେ ଲୋକଙ୍କୁ ବାଣ ନଫୁଟାଇବାକୁ ଅପିଲ କରୁଛନ୍ତି । ଏହି ବିଜ୍ଞାପନଟି ଟାୟାର କମ୍ପାନୀ ସିଟ ଲିମିଟେଡର ଅଟେ । ତେବେ ଏବେ ଏହି ବିଜ୍ଞାପନଟି ଭାଇରାଲ ହେବା ପରେ ସୋସିଆଲ ମିଡିଆରେ କିଛି ଲୋକ ଏହାକୁ ହିନ୍ଦୁ ବିରୋଧୀ ବୋଲି କହିବା ଆରମ୍ଭ କରିଦେଇଛନ୍ତି । ବିଜେପି ନେତା ଅନନ୍ତ କୁମାର ହେଗଡେ ମଧ୍ୟ ନିଜର ଅସନ୍ତୋଷ ଜାହିର କରିଛନ୍ତି ।

ବିଜେପି ନେତା ସିଟ୍ ଲିମିଟେଡ଼ର ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖିଛନ୍ତି । ସେହି ଚିଠିରେ ସେ ଥଟ୍ଟା କରି କହିଛନ୍ତି ଯେ, ଦେଶର ଲୋକଙ୍କ ସେହି ନମାଜ ସହିତ ମଧ୍ୟ ସମସ୍ୟା ରହିଛି । ଯାହା ରାସ୍ତା ଉପରେ ପଢାଯାଏ ଏବଂ ସେଥିପାଇଁ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍ ହୁଏ । ସେହି କହିଛନ୍ତି ଯେ, ଅମୀର ଖାନ ବିଜ୍ଞାପନରେ ଲୋକଙ୍କୁ ବାଣ ନଫୁଟାଇବାକୁ ମନା କରୁଛନ୍ତି । ଏହା ଏକ ଭଲ ସନ୍ଦେଶ । କିନ୍ତୁ ତୁମେ ଆଉ ଏକ ବିଜ୍ଞାପନ ଦେଖାଇ ପାରିବ କି ବୋଲି ସିଟ କମ୍ପାନୀକୁ ଚିଠି ଲେଖି ପ୍ରଶ୍ନ କରିଛନ୍ତି । ଦେଶରେ ନମାଜ ନାମରେ ରାସ୍ତା ଅବରୋଧ କରାଯାଉଛି । ମୁସଲମାନ ସମ୍ପଦ୍ର୍ରାୟର କିଛି ଉତ୍ସବରେ ଏଭଳି ଦେଖିବାକୁ ମିଳୁଛି ।

ନମାଜ ବ୍ୟତୀତ ବିଜେପି ନେତା ଅଜାନଙ୍କୁ ନେଇ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି । ତାଙ୍କ ଅନୁସାରେ ଅଜାନ ସମୟରେ ମଧ୍ୟ ଅନେକ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଅଜାନ ସମୟରେ ଏତେ ଜୋରରେ ପ୍ରାର୍ଥନା କରାଯାଇଥାଏ ଯେ, ଶିକ୍ଷକ ମାନେ ପିଲାଙ୍କୁ ପାଠ ମଧ୍ୟ ପଢାଇପାରନ୍ତି ନାହିଁ । ଏହି ପ୍ରସଙ୍ଗ ଉଠାଇ ବିଜେପି ନେତା କହିଛନ୍ତି ଯେ, ଲୋକଙ୍କ ସମସ୍ୟାକୁ ନେଇ ଆପଣଙ୍କ କମ୍ପାନୀ ଅତି ସମ୍ବେଦନଶୀଳ । ଆପଣ ନିଜେ ହିନ୍ଦୁ ସଂପ୍ରଦାୟରୁ ଆସିଛନ୍ତି । ତେଣୁ ହିନ୍ଦୁ ମାନଙ୍କ ପ୍ରତି ଏହି ଭେଦଭାବକୁ ଭଲ ଭାବେ ବୁଝିବାକୁ ସମର୍ଥ ହେବେ।

କାହାର ନାଁ ନେଇ ସେ ଏହା ମଧ୍ୟ କହିଛନ୍ତି ଯେ, କିଛି ଅଭିନେତା ହିନ୍ଦୁ ସଂପ୍ରଦାୟ ଭାବନାକୁ ଆଘାତକୁ ଦେବା ପାଇଁ ନିରନ୍ତର କାମ କରନ୍ତି । କିନ୍ତୁ ନିଜ ସଂପ୍ରଦାୟ ପାଇଁ କେବେ ଭୁଲ କାମ କରନ୍ତି ନାହିଁ ।

Leave A Reply

Your email address will not be published.