ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଦୀପାବଳି ପୂର୍ବରୁ ହୋଇପାରେ ଆତଙ୍କୀ ଆକ୍ରମଣ!

0

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁରକ୍ଷାକୁ ନେଇ ସୁରକ୍ଷା ଏଜେନ୍ସି ସତର୍କ କରାଇଦେଇଛି। ଏହି ସମୟରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି ଆଲର୍ଟ ଜାରି ହେବା ପରେ ଅହମ୍ମଦାବାଦ ପୁଲିସକୁ ହାଇଆଲର୍ଟ ରଖିବାକୁ କୁହାଯାଇଛି। ଅହମ୍ମଦାବାଦ ପୁଲିସ କମିସନର ସଞ୍ଜୟ ଶ୍ରୀବାସ୍ତବ ଆତଙ୍କୀ ଆକ୍ରମଣ ନେଇ ଚେତାବନୀ ଦେଇଛନ୍ତି। ଏଥିପାଇଁ ଅହମ୍ମଦାବାଦ ପୁଲିସକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୁଲିସକୁ ଜାରି କରାଯାଇଥିବା ଚେତାବନୀରେ କୁହାଯାଇଛି ଯେ,ମଲ,ସିନେମା,ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସତର୍କତା ଅବଲମ୍ବନ କରାଯିବା ଉଚିତ। ଆଜିଠୁ ଡିସେମ୍ବର ୧୮ ଯାଏ ଅହମ୍ମଦାବାଦରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ପୂର୍ବରୁ ଆସାମର ଉତ୍ତର-ପୂର୍ବ ରାଜ୍ୟରେ ମଧ୍ୟ ସୁରକ୍ଷା ସମ୍ପର୍କରେ ଏକ ହାଇଆଲର୍ଟ ଜାରି କରାଯାଇଛି। ରାଜ୍ୟର ଗୁପ୍ତଚର ଏଜେନ୍ସିଙ୍କୁ ମିଳିଥିବା ସୂଚନା ଅନୁସାରେ, ଏଠାରେ ପାକିସ୍ତାନୀ ଆଇଏସଆଇ କିମ୍ବା ଅଲକାଏଦା ଆକ୍ରମଣ କରିପାରେ। ଆସାମର ଆରଏସଏସ କ୍ୟାଡର, ସେନା ଅଞ୍ଚଳ ଓ ଧାର୍ମିକ ସ୍ଥାନ ଉପରେ ମଧ୍ୟ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ଆତଙ୍କୀ।

ସୁରକ୍ଷାକୁ ନେଇ ଆଲର୍ଟ ଜାରି ପରେ ଆସାମ ପୁଲିସ ତୁରନ୍ତ ହାଇ ଆଲର୍ଟ ଲାଗୁ କରିଛି। ସୁରକ୍ଷାକୁ ବଢାଇଦିଆଯିବା ସହ ପ୍ରତ୍ୟେକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଆସାମ ପୁଲିସ ସୂଚନା ଅନୁସାରେ, ଦୁଇଟି ଆତଙ୍କବାଦୀ ସଂଗଠନ ଅଲକାଏଦା ଓ ଆଇଏସଆଇ ପକ୍ଷରୁ ଅଲଗା ଅଲଗା ଚେତାବନୀ ଦିଆଯାଇଛି । ଗୋଟେ ପଟେ ଅଲକାଏଦା ଏକ ଭିଡିଓ ଜାରି କରି ଆସାମରେ ଜିହାଦ ବିସ୍ତାର ବିଷୟରେ କହିଛି।

Leave A Reply

Your email address will not be published.