ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଜେସିବିରେ ଖଣ୍ଡ ଖଣ୍ଡ କରିଥିଲା ମୃତଦେହ

0

ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ କେମିତି କରିଥିଲା ହତ୍ୟା ? ହତ୍ୟା ପରେ ମୃତଦେହକୁ କେମିତି ପୋଡିଥିଲା? ପୋଡିବା ପରେ ଗାତରେ କେମିତି ପୋତିଥିଲା? ସମସ୍ତ ଘଟଣାର କ୍ରାଇମ ସିନ ରିକ୍ରିଏସନ କରିଛି ପୁଲିସ । ହତ୍ୟାକାରୀ ଗୋବିନ୍ଦ ସାହୁକୁ ଘଟଣା ସ୍ଥଳକୁ ଅଣାଯାଇଥିଲା । ଏବଂ ହତ୍ୟାକାରୀ ପୁଲିସ ଆଗରେ କେମିତି କରିଥିଲା ହତ୍ୟା ତାହା ଡେମୋ କରି ଦେଖାଇଛି ।

ଆଜି ଭୋର ୪ଟା ବେଳକୁ ମହାଲିଙ୍ଗ ଷ୍ଟାଡିୟମକୁ ଗୋବିନ୍ଦ ସାହୁକୁ ଅଣାଯାଇଥିଲା । ଘଟଣା ସ୍ଥଳରେ ଉତ୍ତରାଞ୍ଚଳ ଡିଜି ଓ ବଲାଙ୍ଗୀର ଏସପି ଉପସ୍ଥିତ ଥିଲେ । ଏହା ପରେ ଗୋବିନ୍ଦ ସାହୁ ହତ୍ୟାକାଣ୍ଡର ପୁରା କାହାଣୀ କହିବା ସହ ପୁରା ଘଟଣାର ଡେମୋ ଦେଖାଇଥିଲା । ପ୍ରାୟ ୧୫ ମିନିଟ ଧରି ଡେମୋ ଦେଖାଇଥିଲା ଗୋବିନ୍ଦ । ମମିତାଙ୍କୁ ହତ୍ୟା କରିବା ପରେ ଜେସିବିରେ ମୃତଦେହକୁ ଖଣ୍ଡ ଖଣ୍ଡ କରିଥିଲା ଗୋବିନ୍ଦ । ଏହା ପରେ ଟାୟାର, ବେଞ୍ଚ୍ ଓ ଡେସ୍କ ଜରିଆରେ ମୃତଦେହକୁ ପୋଡିଥିଲା । ପୋଡିବା ପରେ ମୃତଦେହକୁ ଖୋଳାଯାଇଥିବା ଗାତରେ ପୋତିଦିଆଯାଇଥିଲା । ତେବେ ପ୍ରମାଣ ନଷ୍ଟ କରିବାକୁ ମମିତାଙ୍କ ମୋବାଇଲକୁ ଭାଙ୍ଗିକି ନିଆଁରେ ଫିଙ୍ଗିଦେଇଥିବା କହିଛି ଗୋବିନ୍ଦ ।

ଗୁରୁବାର ମହାଲିଙ୍ଗ ସ୍କୁଲ ଷ୍ଟାଡିୟମରୁ ମୃତହେଦ ଉଦ୍ଧରେ ହୋଇଥିବା ସ୍ଥାନକୁ ଆଉ ଥରେ ଜେସିବି ସାହାର୍ଯ୍ୟରେ ଖୋଳାଯାଇଥିଲା । ଉତ୍ତରାଞ୍ଚଳ ଡିଆଇଜି, ବଲାଙ୍ଗୀର ଏସପି ଓ ସାଇଣ୍ଟିଫିକ ଟିମ ଦିନ ୧୨ଟରୁ ଘଟଣାସ୍ଥଳକୁ ଯାଇ ଛାନଭିନ କରିଥିଲେ । ସେଠାରୁ କିଛି ନମୂନା ମଧ୍ୟ ପୁଲିସ ସଂଗ୍ରହ କରିଥିଲା । ଏହା ପରେ ସ୍କୁଲ ପରିସରରେ ଥିବା ଲେଡିଜ ହଷ୍ଟେଲକୁ ମଧ୍ୟ ପୁଲିସ ଯାଇଥିଲା । ଏହାକୁ ଲାଗିଥିବା ଗୁପ୍ତ କୋଠରୀ ନିକଟକୁ ମଧ୍ୟ ପୁଲିସ ଯାଇଥିଲା । କିନ୍ତୁ ତାଲା ପଡିଥିବାରୁ ପୁଲିସ ଟିମ ଫେରିଆସିଥିଲେ । ତେବେ ଗୁପ୍ତ କୋଠରୀକୁ ଅବାଧ ପ୍ରବେଶ ଅନୁମତି ପାଇଥିବା ୨ ଜଣ ଅଧ୍ୟାପିକାଙ୍କୁ ସଇଁତଳା ଥାନାକୁ ନେଇ ଜେରା ଚାଲିଛି ।

ଗତକାଲି ଗୋବିନ୍ଦ ସହଯୋଗୀ ତଥା ଡ୍ରାଇଭର ରାଧେଶ୍ୟାମକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ରାଧେଶ୍ୟାମ ମୃତଦେହକୁ ପୋତିବାରେ ଗୋବିନ୍ଦକୁ ସାହାର୍ଯ୍ୟ କରିଥିବା ପୁଲିସ ତଦନ୍ତରୁ ଜଣାପଡିଛି । କିନ୍ତ ୩ ଦିନ ଧରି ଅଟକ ଥିବା ଜେସିବି ଡ୍ରାଇଭର ଓ ସିକ୍ୟୁରିଟି ଗାର୍ଡ୍‌କୁ ଛାଡିଦିଆଯାଇଛି । ଏହି ମାମଲାରେ ଅବହେଳା କରିଥିବା କେଗାଁ ଥାନା ଆଇଆଇସିଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଆଇଆଇସି ଡମୁ ପରିଜା ମମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଶୁଣିନଥିଲେ କି ଏତଲା ରଖିନଥିଲେ । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ମାମଲାରେ ଅପରାଧିକ ଷଡଯନ୍ତ୍ରରେ ଆଉ କେଉଁମାନେ ସାମିଲ ଅଛନ୍ତି , ସେ ନେଇ ମଧ୍ୟ ତଦନ୍ତ କରୁଛି ପୁଲିସ ।

Leave A Reply

Your email address will not be published.