ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ମୋଦୀଙ୍କୁ ମହାଦେବ ପୂଜାରୀଙ୍କ ବିରୋଧ!

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ ତାରିଖରେ କେଦାରନାଥ ଗସ୍ତ କରିବେ । କିନ୍ତୁ ମୋଦୀଙ୍କ ଏହି ଗସ୍ତକୁ ନେଇ ଆରମ୍ଭ ହୋଇଯାଇଛି ବିରୋଧ । ମୋଦୀଙ୍କ ଏହି ଗସ୍ତକୁ ସେଠାକାର ପୂଜାରୀ ବିରୋଧ କରୁଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସେବାୟତଙ୍କୁ ବୁଝାଇବାକୁ କେଦାରନାଥରେ ପହଞ୍ଚିଛନ୍ତି । କୁହାଯାଉଛି ଯେ, ଦୀର୍ଘ ସମୟ ଧରି ଏକ ବନ୍ଦ ଘରେ ପୂଜାରୀଙ୍କ ସହ ଆଲୋଚନା କରିଛନ୍ତି ଧାମୀ ।

ଦୁଇ ଦିନ ପୂର୍ବରୁ ପୂର୍ବ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ, କ୍ୟାବିନେଟ ମନ୍ତ୍ରୀ ଧନ ସିଂ ରାୱତ ଓ ବିଜେପି ରାଜ୍ୟ ସଭାପତିଙ୍କୁ କେଦାରନାଥରେ ଜୋରଦାର ବିରୋଧ କରାଯାଇଥିଲା । ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ସେବାୟତ ମାନେ ଭଗବାନଙ୍କ ଦର୍ଶନ ମଧ୍ୟ କରିବାକୁ ଦେଇନଥିଲେ । ଏହା ପରେ ପୁରୋହିତ ମାନେ ମୋଦୀଙ୍କ ଗସ୍ତକୁ ବିରୋଧ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ପୁରୋହିତ ଓ ପଣ୍ଡା ସମାଜର ବିରୋଧକୁ ଦେଖି ଆଜି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କେଦାରନାଥ ଯାଇ ପୁରୋହିତ ସମାଜ ସହ ଆଲୋଚନା କରିଛନ୍ତି ।ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବିଷୟରେ ଅନୁଧ୍ୟାନ କରିଥିଲେ । ଜାନୁଆରୀ ୨୦୨୦ରେ ତ୍ରିବେନ୍ଦ୍ର ସିଂ ରାୱତ ସରକାର ଚାରି ଧାମ ଦେବସ୍ତାନମ ବୋର୍ଡ଼ ଗଠନ କରିଥିଲେ । ଫଳରେ ଚାରି ଧାମ ସହିତ ଅନ୍ୟ ୫୧ ମନ୍ଦିରର ନିୟନ୍ତ୍ରଣ ବି ରାଜ୍ୟ ସରକାରଙ୍କ ଅଧିନକୁ ଚାଲିଆସିଥିଲା ।

ଉତ୍ତରାଖଣ୍ଡରେ କେଦାରନାଥ, ଗଙ୍ଗୋତ୍ରୀ,ୟମୁନାତ୍ରୀ ଓ ବଦ୍ରିନାଥ ଚାରି ଧାମ ଅଛି । ସେବେଠୁ ହିଁ ପୁରୋହିତ ଓ ପଣ୍ଡା ସମାଜ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ଦାବିରେ ଜିଦ ଧରିଛନ୍ତି । ତେବେ ଧାମୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହି କମିଟି ଗଠନ କରିଥିଲେ । ଏବଂ ରିପୋର୍ଟ ଆଧାରରେ ନିଷ୍ପତ୍ତି ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ନିଷ୍ପତି ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଥିବା ବେଳେ କୌଣସି ନିଷ୍ପତ୍ତି ନିଆଯାଇନଥିଲା । ଫଳରେ ଗତ ୩୦ ତାରିଖ ପରେ ପୁଣି ଦେବସ୍ଥାନମ ବୋର୍ଡ଼ର ପ୍ରସଙ୍ଗ ଗରମ ହୋଇଥିଲା ।ଏବଂ ପୁରୋହିତ ମାନେ ଆନ୍ଦୋଳନ ଆରମ୍ଭ କରିଥିଲେ ।

Leave A Reply

Your email address will not be published.