ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖାନ କଲା ପାକିସ୍ତାନ

0

ନୂଆଦିଲ୍ଲୀ: ପୁଣି ପାକିସ୍ତାନ ଦେଖାଇଛି ମିଥ୍ୟା ଅହଂକାର। ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିଛି ପାକ। ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ)ଡାକ୍ତର ମୋଇଦ ସଫେଦ କହିଛନ୍ତି ଯେ, ସେ ଭାରତ ଦ୍ୱାରା ଆୟୋଜିତ ସମ୍ମିଳନୀରେ ଯୋଗଦେବାକୁ ନୂଆଦିଲ୍ଲୀ ଆସିବେ ନାହିଁ । ନଭେମ୍ବର ୧୦ରେ ଆଫଗାନିସ୍ତାନକୁ ନେଇ ଦିଲ୍ଲୀରେ ଭାରତ ଏକ ସମ୍ମିଳନୀ ଆୟୋଜନ କରୁଛି। ମୋଇଦ ୟୁସୁଫଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଯେତେବେଳେ ପ୍ରଶ୍ନ ପଚରାଯାଇଥିଲା,ସେ ଅପମାନିତ କଲା ଭଳି କହିଥିଲେ ଯେ, କୌଣସି ଷଡଯନ୍ତ୍ରକାରୀ ଶାନ୍ତି ସ୍ଥାପନକାରୀ ଭୂମିକା ଗ୍ରହଣ କରିପାରିବ ନାହିଁ।

ରିପୋର୍ଟସ ମୁତାବକ, ଋଷ, ଚୀନ, ଉଜବେକିସ୍ତାନ ଏବଂ ତାଜବେକିସ୍ତାନ,ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ)ଦ୍ୱାରା ଆୟୋଜିତ ସମ୍ମିଳନୀରେ ଯୋଗଦେବେ। ପାକିସ୍ତାନ ସେପ୍ଟେମ୍ବର ଓ ଅକ୍ଟୋବରରେ ଇରାନରେ ମଧ୍ୟ ଏଭଳି ଏକ ସମ୍ମିଳନୀ ଆୟୋଜିତ କରିଥିଲା ।ହେଲେ ଭାରତକୁ ସେହି ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇନଥିଲା। କିନ୍ତୁ ଭାରତ ଏହି ଆଞ୍ଚଳିକ ସମ୍ମିଳନୀରେ ଯୋଗଦେବାକୁ ମୋଇଦଙ୍କୁ ଆମନ୍ତ୍ରଣ କରିଥିଲା।

ଏହା ପୂର୍ବରୁ ଏକ ସମାଚାର ଏଜେନ୍ସିରେ ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ଅସୀମ ଇଫତିହାର କହିଛନ୍ତି ଯେ, ନୂଆ ଦିଲ୍ଲୀରେ ହେବାକୁ ଥିବା ସମ୍ମିଳନୀ ମାଧ୍ୟମରେ ଭାରତ ଆଫଗାନିସ୍ତାନରେ ଏହାର ପ୍ରାସଙ୍ଗିକତା ଖୋଜିବାକୁ ଚେଷ୍ଟା କରୁଛି। ମୋଇଦ କହିଛନ୍ତି ଯେ, ପାକିସ୍ତାନ ଓ ଉଜବେକିସ୍ତାନର ଆଫଗାନିସ୍ତାନକୁ ନେଇ ଗୋଟିଏ ହିଁ ଦୃଷ୍ଟିକୋଣ ରହିଛି। ସେ କହିଛନ୍ତି ଯେ, ଆଫଗାନିସ୍ତାନରେ ମାନବିକ ସଙ୍କଟ ଦୂର କରିବା ପାଇଁ ତାଲିବାନ ଶାସନ ସହିତ
ଏକ ଗଠନମୂଳକ ଯୋଗଦାନର ଆବଶ୍ୟକତା ରହିଛି।

ମୋଇଦଙ୍କ ଅନୁସାରେ,ଗତ ୪ ଦଶନ୍ଧି ଧରି ଆଫଗାନିସ୍ତାନରେ ଚାଲିଥିବା ଯୁଦ୍ଧ ମଧ୍ୟ ପାକିସ୍ତାନକୁ ସିଧାସଳଖ କ୍ଷତି ପହଞ୍ଚାଇଛି। ସେ କହିଛନ୍ତି ଯେ, ଆଫଗାନିସ୍ତାନରେ ଚାଲିଥିବା ଯୁଦ୍ଧ ଯୋଗୁଁ ପାକିସ୍ତାନରେ ୮୦ ହଜାର ଲୋକ ପ୍ରାଣ ହରାଇଛନ୍ତି। ଏହା ବ୍ୟତୀତ ପାକ୍ ଅର୍ଥନୀତିରେ ୧୫୦ ବିଲିୟନ ଡଲାର କ୍ଷତି ହୋଇଛି। ଆଫଗାନିସ୍ତାନର ଗୃହ ଯୁଦ୍ଧ ପାକିସ୍ତାନକୁ ବିଶେଷ ଭାବେ ପ୍ରଭାବିତ କରିଛି। ସେ କହିଛନ୍ତି ଯେ, ପାକିସ୍ତାନ ପୂର୍ବରୁ ଏସୀୟ ଦେଶ ସହ ଯୋଗାଯୋଗ କରିବାରେ ଅସମର୍ଥ ଥିଲା, ହେଲେ ଏହି ଦେଶ ବିଶେଷ କରି ଉଜବେକିସ୍ତାନ, ପାକିସ୍ତାନର ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର।

ସେ ଆହୁରି ମଧ୍ୟ କହିଛନ୍ତି କେନ୍ଦ୍ର ଏସିଆ ପାକିସ୍ତାନ ପାଇଁ ପ୍ରାଥମିକତା ଅଟେ। ପାକିସ୍ତାନ କେନ୍ଦ୍ର ଏସୀୟ ଦେଶମାନଙ୍କ ସହିତ ଦ୍ୱିପାକ୍ଷିକ ଓ ବହୁପକ୍ଷୀୟ ଚୁକ୍ତିନାମା ମାଧ୍ୟମରେ ଯୋଡିହେବ। ମୋଇଦ କହିଛନ୍ତି ଯେ, ଏହି କ୍ଷେତ୍ରରେ ଭାରତର ବ୍ୟବହାର ଆ ଳିକ ଏକତାକୁ କ୍ଷତି ପହ ।ଇପାରେ, ଭାରତ ନିଜର ଆଚରଣକୁ ନେଇ ଚିନ୍ତିତ ହେବା ଆବଶ୍ୟକ।

Leave A Reply

Your email address will not be published.