ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଆଜି ଏନସିବିରେ ହାଜର ହୋଇପାରନ୍ତି ଆର୍ୟ୍ୟନ

0

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟ୍ୟନ ଖାନଙ୍କ ଆଜି ଏନସିବି ବୟାନ ରେକର୍ଡ କରିପାରେ। ଦେହ ଖରାପ ଥିବାରୁ ଆର୍ୟ୍ୟନ ରବିବାର ଏନସିବି କାର୍ଯ୍ୟାଳୟରେ ପହଞ୍ଚି ପାରିନଥିଲେ। ଏସଆଇଟି ଆର୍ୟ୍ୟନ ଖାନଙ୍କ ସମେତ ୬ଟି ମାମଲାର ଯାଞ୍ଚ କରୁଛି। ସେପଟେ ଏନସିବି ଅଧିକାରୀ ସମୀର ୱାଙ୍ଖଡେ ବିରୋଧରେ ଲାଗିଥିବା ଲାଞ୍ଚ ଅଭିଯୋଗର ତଦନ୍ତ ଚାଲିଛି । ଏନସିବିର ଭିଜିଲାନ୍ସ ଟିମ ସେହି ସ୍ଥାନକୁ ଯାଇଥିଲେ, ଯେଉଁଠାରେ ଡିଲ୍‌ ହୋଇଥିବା ନେଇ ଅଭିଯୋଗ ହୋଇଛି । ଡ୍ରଗ୍ସ ପାର୍ଟି ହେଉଥିବା କ୍ରୁଜକୁ ମଧ୍ୟ ଯାଇ ଏନସିବି ଯାଞ୍ଚ କରିଛି।

ସୋମବାର ଏନସିବିର ଭିଜିଲାନ୍ସ ଟିମ ମୁଖ୍ୟ ସାକ୍ଷୀ ପ୍ରଭାକର ସେଲଙ୍କୁ ପ୍ରାୟ ଦଶ ଘଣ୍ଟା ଧରି ପଚରାଉଚରା କରିଥିଲେ। ଆଜି ପୁଣି ପଚରାଉଚରା ପାଇଁ ଡକାଯାଇଛି। ସାମ ଡିସୋଜାଙ୍କ ସମେତ ବହୁ ଲୋକଙ୍କୁ ପଚରାଉଚରା ପାଇଁ ସମନ ଜାରି କରାଯାଇଛି। ପ୍ରଭାକର ସେଲଙ୍କ ଓକିଲ ତୁଷାର ଖାନ୍ଦେର ଦାବି କରିଛନ୍ତି ଯେ, ସମୀର ୱାଙ୍ଖଡେଙ୍କ ସମେତ ବହୁ ଏନସିବି ଅଧିକାରୀ ଏହି ମାମଲାରେ ସଂପୃକ୍ତ ଅଛନ୍ତି। ପ୍ରଭାକର ସେଲ ସବୁ ପ୍ରମାଣ ହସ୍ତାନ୍ତର କରିଛନ୍ତି। ସେମାନେ ଏକ ମାମଲା ରୁଜୁ ହେଉ ବୋଲି ଚାହୁଁଥିବା କହିଛନ୍ତି।

ଅନ୍ୟପଟେ, ମୁମ୍ବାଇ ପୁଲିସ ଏସଆଇଟି ସାମନାରେ ଶାହାରୁଖଙ୍କ ମ୍ୟାନେଜର ପୂଜା ଡଡଲାନିଙ୍କ ବୟାନ ରେକର୍ଡ କରାଯାଇପାରେ। ସୋମବାର ଏସଆଇଟି ପଚରାଉଚରା ପାଇଁ ଡାକିଥିଲେ। କିନ୍ତୁ ପୂଜା ସ୍ୱାସ୍ଥଗତ କାରଣ ଦର୍ଶାଇ ଆସିନଥିଲେ। ମୁମ୍ବାଇ ପୁଲିସର ଏସଆଇଟି ମୟୂର ଓ ବିନ୍ଦ୍ରା ନାମକ ୨ ଜଣଙ୍କ ବୟାନ ରେକର୍ଡ କରିଛି।

ଉଭୟଙ୍କ ବୟାନ ଅନୁଯାୟୀ, କେ. ପି ଗୋସାଭି ଶାହାରୁଖଙ୍କ ମୋବାଇଲ ନମ୍ବର ଚାହୁଁଥିଲେ। ଏପଟେ କ୍ରୁଜ ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ରର ମନ୍ତ୍ରୀ ଅସଲମ ଶେଖଙ୍କ ଏଣ୍ଟ୍ରି ହୋଇଛି। ଅସଲମ ଶେଖ କହିଛନ୍ତି ଯେ, ଜଣେ ମନ୍ତ୍ରୀ ଭାବରେ ତାଙ୍କୁ ମଧ୍ୟ କ୍ରୁଜ ପାର୍ଟିକୁ ନିମନ୍ତ୍ରଣ କରାଯାଇଥିଲା। ଫ୍ୟାସନ ଟିଭି ଇଣ୍ଡିଆର ମୁଖ୍ୟ କାଶୀଫ ଖାନ ତାଙ୍କୁ ଡାକିଥିବା ସେ କହିଛନ୍ତି।

Leave A Reply

Your email address will not be published.