ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ହସ୍ପିଟାଲରେ ନିଆଁ, ୪ ଶିଶୁ ମୃତ

0

ଭୋପାଳ: ମଧ୍ୟପ୍ରଦେଶ ଭୋପାଳର ହମିଦିଆ ହସ୍ପିଟାଲରେ ଅଗ୍ନିକାଣ୍ଡ। କମଳା ନେହେରୁ ହସ୍ପିଟାଲର ଶିଶୁ ୱାର୍ଡରେ ନିଆଁ ଲାଗିବା ଫଳରେ ୪ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଶିଶୁ ଗୁରୁତର ଥିବା ଜଣାପଡିଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନି। ଅଗ୍ନିଶମବାହିନୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏସଏନସିୟୁରେ ୪୦ ଜଣ ଶିଶୁ ଥିଲେ, ସେମାନଙ୍କ ମଧ୍ୟରୁ ୩୬ ଜଣ ଶିଶୁଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି।

ସୋମବାର ରାତି ପାଖାପାଖି ୯ଟା ବେଳେ ହସ୍ପିଟାଲର ତୃତୀୟ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିବା ଫଳରେ ହସ୍ପିଟାଲରେ ଥିବା ପିଲାଙ୍କ ବାପା, ମାଆ ଚିତ୍କାର କରିବାକୁ ଲାଗିଥିଲେ। ତୁରନ୍ତ ଅଗ୍ନିଶମବାହିନୀକୁ ଖବର ଦିଆଯାଇଥିଲା। କିନ୍ତୁ ନିଆଁ ଏତେ ଜୋରରେ ଲାଗିଥିଲା ଯେ, ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ମଧ୍ୟରେ ୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିଲା।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଶିବରାଜ ସିଂ ଚୌହ୍ୱାନ ଟୁଇଟ କରି କହିଛନ୍ତି ଯେ, କମଳା ନେହେରୁ
ହସ୍ପିଟାଲର ଶିଶୁ ୱାର୍ଡରେ ଅଗ୍ନିକାଣ୍ଡ ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଉଦ୍ଧାର କାର୍ଯ୍ୟ ବହୁତ ଜଲଦି କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ୪ ଶିଶୁଙ୍କ ବଂଚାଇ ହେଲାନି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଓ ଚିକିତ୍ସା ଶିକ୍ଷା ମହମ୍ମଦ ସୁଲେମାନ ଏହି ଘଟଣାର ଯାଂଚ କରିବେ।

୩ ଦିନ ପୂର୍ବେ ମହାରାଷ୍ଟ୍ର ଅହମ୍ମଦନଗର କୋଭିଡ ହସ୍ପିଟାଲରେ ମଧ୍ୟ ଭୟଙ୍କର ନିଆଁ ଲାଗିଥିଲା। ଯେଉଁଥିରେ ୧୧ ଜଣ କୋଭିଡ଼ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.