ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

କଟକଣା ହଟିଲା ବୋଲି ଜଣାଇଲେ

0

ଭୁବନେଶ୍ବର: ପୁଣି କମ୍ପିବ ଯାତ୍ରା ପେଣ୍ଡାଲ।କଳାକାରଙ୍କ ଡାଏଲଗରେ ଉଠିବ ପଡିବ ମଞ୍ଚ। ଦୀର୍ଘ ଦିନ ପରେ ପୁଣି ଯାତ୍ରା ମଂଚରେ ଦେଖିବାକୁ ମିଳିବ କଳାକାରଙ୍କ ଅଭିନୟ। ରାଜ୍ୟରେ ଏବେ ସଂକ୍ରମଣ ସ୍ଥିତିରେ ସୁଧାର ଆସିବା ପରେ ଯାତ୍ରା, ଅପେରା ,ମେଲୋଡି ଓ ଡ୍ରାମାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏହା ସହ ଶାସ୍ତ୍ରୀୟ ନୃତ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତାକୁ ମଧ୍ୟ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଆଜିଠୁ ଏହି ନୂଆ ଗାଇଡଲାଇନ ଜାରି କରାଯିବ।

କୋଭିଡ ଗାଇଡଲାଇନ ଅନୁଯାୟୀ, ଖୋଲାପଡିଆରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମରେ ୨ହଜାର ଦର୍ଶକ ସାମିଲ ହୋଇପାରିବେ। ସେହିପରି ଆବଦ୍ଧ
କୋଠରୀ ଭିତରେ କେବଳ ୫୦ ପ୍ରତିଶତ ଦର୍ଶକ ଉପସ୍ଥିତ ରହିବାକୁ ଅନୁମତି ମିଳିଛି। ସେହିପରି ୫୦ ପ୍ରତିଶତ ଦର୍ଶକକୁ ନେଇ ଚାଲିପାରିବ ସିନେମା ଓ ଥିଏଟର। କିନ୍ତୁ କୋଭିଡ ଗାଇଡଲାଇନ ମାନିବାକୁ ପରାମର୍ଶ ଦିଆଯାଇଛି। ସାମାଜିକ ଦୂରତା ରହିବ। ସିଟ ମଧ୍ୟରେ ୬ ଫୁଟର ଦୂରତା ରହିବ । ଏହା ସହ ଯାତ୍ରା,ଅପେରା ଦେଖିବାକୁ ଯାଉଥିବା ଦର୍ଶକ ଦୁଇଟି ଡୋଜ ଟିକା ନେଇଥିବା ଜରୁରୀ। ନଚେତ ୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବେ।

ସେହିପରି ମେଲୋଡି ,ଯାତ୍ରାରେ ଗୁଟୁଖା ଖାଇବା ମନା କରାଯାଇଛି। ତେବେ ୬୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଏଭଳି କାର୍ଯ୍ୟକ୍ରମକୁ ଯିବାକୁ ବାରଣ କରାଯାଇଛି। ରାଜ୍ୟରେ ସଂକ୍ରମଣ ମାମଲା ଏବେ କମିବା ପରେ ପୁଣି ପୂର୍ବ ପରି ସ୍ଥିତି ଧୀରେ ଧୀରେ ଫେରୁଛି। ସ୍କୁଲ, କଲେଜ ମଧ୍ୟ ଖୋଲିସାରିଛି। କେବେଳ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ସ୍କୁଲ ଖୋଲାଯିବା ନେଇ ବିଚାର ଚାଲିଛି। ମହାମାରୀ ପାଇଁ ଦୀର୍ଘଦିନ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇଥିବା ବେଳେ
କଳାକାର ମାନେ ଯାତ୍ରା,ଅପେରା,ମେଲୋଡିକୁ ଅନୁମତି ଦେବା ପାଇଁ ବାରମ୍ବାର ରାସ୍ତାକୁ ଓହ୍ଲାଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବାରୁ ପରିବାର ଚଳାଇବା କଳାକାରଙ୍କ ପକ୍ଷେ କଷ୍ଟକର ହୋଇପଡିଥିଲା। ଶେଷରେ କଳାକାରଙ୍କ ଦୁଃଖ ବୁଝିଛନ୍ତି ସରକାର।

Leave A Reply

Your email address will not be published.