ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ବାୟୁବୀର ଅଭିନନ୍ଦନଙ୍କୁ ‘ବୀରଚକ୍ର’ ସମ୍ମାନ

0

ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ‘ବୀରଚକ୍ର’ ସମ୍ମାନ । ରାଷ୍ଟ୍ରପତି ଭବନରେ ‘ବୀରଚକ୍ର’ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ପାକିସ୍ତାନର ଲଢୁଆ ଯୁଦ୍ଧ ବିମାଗ ଏଫ-୧୬ ମାରି ଖସାଇବା ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି । ଏହା ସହ ବିଭିନ୍ନ ପରିସ୍ଥିତିରେ ସାହାସିକତାର ସହ ମୁକାବିଲା କରିଥିବା ଭାରତୀୟଙ୍କୁ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଛନ୍ତି ।

ଫେବୃଆରୀ ୧୪, ୨୦୧୯ରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଏମହମ୍ମଦର ଆତଙ୍କୀମାନେ ପୁଲୱାମାରେ ଯବାନଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ । ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ପୁରା ଦେଶ ପ୍ରତିଶୋଧର ନିଆଁରେ ଜଳୁଥିବା ବେଳେ ଭାରତୀୟ ଯବାନ ପ୍ରତିଶୋଧ ପୁରା କରିଥିଲେ । ସେହି ମାସର ୨୬ ଓ ୨୭ ତାରିଖରେ ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କୀ ଶିବିର ଉପରେ ରାତି ଅଧିଆ ଏୟାରଷ୍ଟ୍ରାଇକ କରାଯାଇଥିଲା ।

ବାଲାକୋଟ ଏୟାର ଷ୍ଟ୍ରାଇକ ସମୟରେ ଅଭିନନ୍ଦନ ପାକିସ୍ତାନର ଏଫ-୧୬ ଫାଇଟର ଏୟାରକ୍ରାଫ୍ଟକୁ ଗୁଳି ମାରି ଖସାଇଥିଲେ । ଆକାଶପଥରୁ ଭାରତୀୟ ବାୟୁସେନାର ଏଭଳି ଅଚାନକ ଆକ୍ରମଣର ଅନ୍ଦାଜ ଲଗାଇପାରିନଥିଲେ ଶତ୍ରୁ । ଆକାଶପଥରୁ ମିସାଇଲ ଓ ମାଡ଼ ଓ ବୋମା ବର୍ଷଣ କରି ଆତଙ୍କୀ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲେ ଏହି ବାୟୁବୀର । ଏୟାରଷ୍ଟ୍ରାଇକରେ ପାଖାପାଖି ୩୦୦ ଆତଙ୍କବାଦୀ ନିପାତ ହୋଇଥିଲେ । ହେଲେ ଲଢେଇ କରୁ କରୁ ଶତ୍ରୁ ଦେଶର ସୀମାକୁ ପାର କରିଯାଇଥିଲେ ଅଭିନନ୍ଦନ । ଆଉ ପାକିସ୍ତାନ ଆର୍ମିଙ୍କ ହାବୁଡରେ ପଡିଯାଇଥିଲେ । ଏହା ପରେ ପାକିସ୍ତାନ ଆର୍ମି ତାଙ୍କୁ କିଛି ଦିନ ଧରି ବନ୍ଦୀ କରି ରଖିଥିଲେ । ପାଖାପାଖି ୩ ଦିନ ଅଭିନନ୍ଦନଙ୍କୁ ବନ୍ଦୀ କରି ରଖିବା ପରେ ବାୟୁବୀର ଅଭିନନ୍ଦନଙ୍କୁ ମୁକୁଳାଇ ଆଣିବାରେ ସମର୍ଥ ହୋଇଥିଲା ଭାରତ।

ସେତେବେଳେ ମିଗ-୨୧ ବିମାନରେ ଶତ୍ରୁ ଦେଶର ଏଫ -୧୬ ବିମାନକୁ ଧ୍ୱଂସ କରିବା କାରଣରୁ ପୁରା ବିଶ୍ୱରେ ଅଭିନନ୍ଦନଙ୍କୁ ପ୍ରଶଂସା କରାଯାଇଥିଲା । ସେତେବେଳେ ୱିଙ୍ଗ କମାଣ୍ଡର ଥିଲେ ଅଭିନନ୍ଦନ । ଅଭିନନ୍ଦନ ଏକମାତ୍ର ମିଗ -୨୧ ପାଇଲଟ ଭାବେ ପାକିସ୍ତାନର ଫାଇଟର ଜେଟକୁ ଗୁଳିକରି ଖସାଇ ଦେବାରେ ଗୌରବ ହାସଲ କରିଥିଲେ । ଏହା ପରେ ତାଙ୍କୁ ବାୟୁସେନା ପକ୍ଷରୁ ପଦୋନ୍ନତି ଦେଇ ୱିଙ୍ଗ କମାଣ୍ଡରରୁ ଗ୍ରୁଫ କମାଣ୍ଡର କରାଯାଇଥିଲା ।

Leave A Reply

Your email address will not be published.