ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ବର ଆସିଲାନି ବାହାଘରକୁ ..

0

ବର ଘର ଆଗରେ କନ୍ୟାର ଧାରଣା । ରାତିସାରା ବୋହୂବେଶରେ ଧାରଣାରେ ବସିଲେ ଯୁବତୀ । ଏମିତି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ବ୍ରହ୍ମାନଗରରେ । ପ୍ରତିଶୃତି ଦେଇ ବର ନଆସିବାରୁ ରାତିସାରା କନ୍ୟାର ପ୍ରତିବାଦ । ବିବାହ ପାଇଁ ଦୁଇ ଦୁଇ ଥର ଲଗ୍ନ ସ୍ଥି ପରେ ବି ବାହାଘର ହୋଇପାରିନି ।

କନ୍ୟା ତପସ୍ୱନୀ ଦାସଙ୍କ କହିବା ଅନୁସାରେ ୨୦୨୦ ସେପ୍ଟେମ୍ବର ୭ରେ ବାହାଘର ହୋଇଥିଲା । ଖୋର୍ଦ୍ଧା କୋର୍ଟରେ ତାଙ୍କର ବାହାଘର ହୋଇଥିଲା । ହେଲେ ବାହାଘର ପରେ ଘରେ ବନ୍ଦୀ କରି ତାଙ୍କୁ ରଖାଯାଇଥିଲା । ଶ୍ୱଶୁର ଓ ଦେଢଶୂର ତାଙ୍କୁ ନିର୍ଯାତନା ଦେଉଥିଲେ । ପାଖାପାଖି ୬ ମାସ ଏକାଠି ରହିବା ପରେ ସୁମିତ ସାହୁ ତପସ୍ୱନୀଙ୍କୁ ନେଇ ବାପଘରେ ଛାଡିଦେଇଥିଲେ ।

ମାମାଲା ଯାଇଁ କୋର୍ଟରେ ପହଞ୍ଚିବା ପରେ ରୀତିନୀତି ଅନୁଯାୟୀ ବାହା ହୋଇ ଘରକୁ ଆଣିବେ ବୋଲି ପ୍ରତିଶୃତି ଦେଇଥିଲେ । ପୁଅର ବାପା ମଧ୍ୟ କୋର୍ଟରେ ଏହି କଥା କହିଥିଲେ ହେଲେ ଦୁଇ ଦୁଇ ଥର ଲଗ୍ନ ସ୍ଥିର ପରେ ମଧ୍ୟ ବାହାଘର ହୋଇପାରିନି । ସୋମବାର ବାହାଘର ପାଇଁ କାର୍ଡ ବଣ୍ଟା ସରିଥିଲା । ସବୁ କିଛି ଠିକ୍ କରାଯାଇଥିଲା । ହେଲେ ବର ଆସିନଥିଲା । ବର ପ୍ରତିଶୃତି ଦେଇ ନଆସିବାରୁ ନିରାଶ ହୋଇଛନ୍ତି କନ୍ୟା । ବାହା ହେବା ପାଇଁ ବର ନଆସିବାରୁ ବୋହୂ ବେଶରେ ଯାଇ ପୁଅ ଘର ଆଗରେ ପ୍ରତିବାଦ କରୁଛନ୍ତି ତପସ୍ୱନୀ । ତେବେ ଏନେଇ ଅଭିଯୋଗ ପରେ ବି ମହିଳା ଥାନା ପୁଲିସ ଶୁଣିନଥିବା କହିଛନ୍ତି ।

Leave A Reply

Your email address will not be published.