ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଗମ୍ଭୀରଙ୍କୁ ଆଇଏସଆଇଏସର ହତ୍ୟା ଧମକ

0

ପୂର୍ବତନ କ୍ରିକେଟର ତଥା ପୂର୍ବ ଦିଲ୍ଲୀ ନିର୍ବଚନମଣ୍ଡଳୀର ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ । ‘ଆଇଏସଆଇଏସ କାଶ୍ମୀର’ ପକ୍ଷରୁ ତାଙ୍କ ହତ୍ୟା ଧମକ ଦିଆଯାଇଥିବା ସେ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ଡିସିପି କେନ୍ଦ୍ରୀୟ ଶ୍ୱେତା ଚୌହ୍ୱାନ କହିଛନ୍ତି, ଏନେଇ ଆମେ ଜାଣିବା ପରେ ହିଁ ଯାଞ୍ଚ ଆରମ୍ଭ କରିଦେଇଛୁ । ଗମ୍ଭୀରଙ୍କ ଘର ଚାରିପଟେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଉଭୟ ଫୋନ ଓ ଇମେଲ ମାଧ୍ୟମରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିବା ଗମ୍ଭୀର ଅଭିଯୋଗ କରିଛନ୍ତି । ଆଇଏସଆଇଏସ କାଶ୍ମୀର ପକ୍ଷରୁ ଏହି ମେଲ ଆସିଛି ।

ତେବେ କ୍ରିକେଟରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗରେ ବୟାନ ଦେଇ ଚର୍ଚ୍ଚାରେ ରହିଥାନ୍ତି । ସେ ପୂର୍ବରୁ ମଧ୍ୟ ବହୁଥର ଆତଙ୍କବାଦ ବିରୋଧରେ ବୟାନ ଦେଇଛନ୍ତି । ନିକଟରେ ପଞ୍ଜାବ କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ବଡ଼ ଭାଇ ବୋଲି କହିବା ପରେ ଏହା ଉପରେ ବୟାନ ଦେଇଥିଲେ ଗମ୍ଭୀର । ପ୍ରଥମେ ସୀମାକୁ ନିଜ ପିଲାଙ୍କୁ ପଠାଅ । ଏହା ପରେ ଆତଙ୍କୀଙ୍କ ଆଡ୍ଟା ଥିବା ଦେଶର ମୁଖ୍ୟକୁ ନିଜ ଭାଇ ବୋଲି କହିବ ବୋଲି କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ ଗମ୍ଭୀର ।

ଆଇଏସଆଇଏସ କାଶ୍ମୀର ପକ୍ଷରୁ ଧମକ ନେଇ ଅଭିଯୋଗ ପରେ ପୁଲିସ ଜୋରସୋରେ ଯାଞ୍ଚ ଆରମ୍ଭ କରିଛି ।ଗମ୍ଭୀରଙ୍କ ସୁରକ୍ଷା ପାଇଁ ବାସଭବନର ଚାରିପଟେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ତେବେ ସିଦ୍ଧୁଙ୍କ ଇମରାନକୁ ବଡ଼ଭାଇ କହିବା ଉପରେ ଗମ୍ଭୀରଙ୍କ କଡ଼ା ବୟାନ ଯୋଗୁଁ ଆତଙ୍କବାଦୀ ତାଙ୍କୁ ଏଭଳି ଧମକ ଦେଇଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.