ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ଭାଇରାଲ ହେଲା ଓକିଲଙ୍କ ବିବାହ କାର୍ଡ

0

ଆଜିକାଲି ବାହାଘର ନିମନ୍ତ୍ରଣ କାର୍ଡକୁ ନେଇ ଲୋକେ ଅଧିକ ସମ୍ବେଦନଶୀଳ ହୋଇଯାଇଛନ୍ତି। କାର୍ଡର ଡିଜାଇନ,କଲର ଓ ଏହାର ଲେଖା କିଭଳି ଅଧିକ ସୁନ୍ଦର ଓ ଆକର୍ଷଣ କରିହେବ ସେ ନେଇ ସମସ୍ତେ ଚିନ୍ତା କରୁଛନ୍ତି । ହେଲେ ଏବେ ସୋସିଆଲ ମିଡିଆରେ ଏକ ବାହାଘର କାର୍ଡ ଭାଇରାଲ ହୋଇଛି । ଆସାମ ଗୌହାଟିର ଜଣେ ଓକିଲଙ୍କ ବିବାହ କାର୍ଡ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଯେଉଁଥିରେ ଏହି ଦମ୍ପତ୍ତି ‌ସେମାନଙ୍କର ବିଶେଷ ଦିନ ପାଇଁ ସମ୍ବିଧାନ ଥିମ ବିବାହ କାର୍ଡ ମୂଦ୍ରଣ କରିଛନ୍ତି ।

ଏହି ନିମନ୍ତ୍ରଣ କାର୍ଡ ଅଜୟ ଶର୍ମା ଓ ପୂଜା ଶର୍ମା ଛପାଇଛନ୍ତି । ଆସନ୍ତା ୨୮ ତାରିଖରେ ହେବାକୁ ଥିବା ଏହି ବାହାଘର କାର୍ଡରେ ଲେଖାଯାଇଛି , ‘ଇନ ଦ ବିୟୁଟିଫୁଲ କୋର୍ଟ ଅଫ ଲାଇଫ’ । ବିବାହ ନିମନ୍ତ୍ରଣରେ ଭାରତୀୟ ବିବାହର ନିୟମ ଓ ଅଧିକାର ବିଷୟରେ ଉଲ୍ଲେ୍‌ଖ କରାଯାଇଛି । ନିମନ୍ତ୍ରଣରେ ଆହୁରି ମଧ୍ୟ ଲେଖାଯାଇଛି ଯେ,ଯେତେବେଳେ ଆଇନଜୀବୀ ମାନେ ବାହା ହୁଅନ୍ତି, ସେମାନେ ହଁ କୁହନ୍ତି ନାହିଁ । ସେମାନେ କୁହନ୍ତି,ଆମେ ସର୍ତ୍ତାବଳୀ ଗ୍ରହଣ କରୁ । କାର୍ଡରେ ଲେଖାଯାଇଛି, ବିବାହର ଅଧିକାର ହେଉଛି ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଧାରଣ କରିବାର ଏକ ଉପାଦାନ । ତେଣୁ ମୋର ଏହି ମୌଳିକ ଅଧିକାରକୁ ୨୮ ନଭେମ୍ବରରେ ବ୍ୟବହାର କରିବାର ସମୟ ଆସିଛି ।

ତେବେ ସୋସିଆଲ ମିଡିଆରେ ଏହି କାର୍ଡଟି ଏତେ ମାତ୍ରାରେ ଭାଇରାଲ ହୋଇଛି ଯେ, ଲୋକଙ୍କର ବିଭିନ୍ନ କମେଣ୍ଟ ଆସିବାରେ ଲାଗିଛି । କିଛି ଜଣ ଏହି କାର୍ଡ ପଢିବା ପରେ ଥଟ୍ଟାରେ ଲେଖିଛନ୍ତି ଯେ,କ୍ଲାଟ ସିଲାବସର ଅଧା ପୂରଣ କରିଛନ୍ତି ।ସେହିଭଳି ଆଉ ଜଣେ କହିଛନ୍ତି , ବିବାହରେ ପଣ୍ଡିତଙ୍କ ସ୍ଥାନରେ ଜଣେ ବିଚାରପତି ବସନ୍ତୁ ।

Leave A Reply

Your email address will not be published.