ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଭାଇରାଲ ହେଲା ଓକିଲଙ୍କ ବିବାହ କାର୍ଡ

0

ଆଜିକାଲି ବାହାଘର ନିମନ୍ତ୍ରଣ କାର୍ଡକୁ ନେଇ ଲୋକେ ଅଧିକ ସମ୍ବେଦନଶୀଳ ହୋଇଯାଇଛନ୍ତି। କାର୍ଡର ଡିଜାଇନ,କଲର ଓ ଏହାର ଲେଖା କିଭଳି ଅଧିକ ସୁନ୍ଦର ଓ ଆକର୍ଷଣ କରିହେବ ସେ ନେଇ ସମସ୍ତେ ଚିନ୍ତା କରୁଛନ୍ତି । ହେଲେ ଏବେ ସୋସିଆଲ ମିଡିଆରେ ଏକ ବାହାଘର କାର୍ଡ ଭାଇରାଲ ହୋଇଛି । ଆସାମ ଗୌହାଟିର ଜଣେ ଓକିଲଙ୍କ ବିବାହ କାର୍ଡ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଯେଉଁଥିରେ ଏହି ଦମ୍ପତ୍ତି ‌ସେମାନଙ୍କର ବିଶେଷ ଦିନ ପାଇଁ ସମ୍ବିଧାନ ଥିମ ବିବାହ କାର୍ଡ ମୂଦ୍ରଣ କରିଛନ୍ତି ।

ଏହି ନିମନ୍ତ୍ରଣ କାର୍ଡ ଅଜୟ ଶର୍ମା ଓ ପୂଜା ଶର୍ମା ଛପାଇଛନ୍ତି । ଆସନ୍ତା ୨୮ ତାରିଖରେ ହେବାକୁ ଥିବା ଏହି ବାହାଘର କାର୍ଡରେ ଲେଖାଯାଇଛି , ‘ଇନ ଦ ବିୟୁଟିଫୁଲ କୋର୍ଟ ଅଫ ଲାଇଫ’ । ବିବାହ ନିମନ୍ତ୍ରଣରେ ଭାରତୀୟ ବିବାହର ନିୟମ ଓ ଅଧିକାର ବିଷୟରେ ଉଲ୍ଲେ୍‌ଖ କରାଯାଇଛି । ନିମନ୍ତ୍ରଣରେ ଆହୁରି ମଧ୍ୟ ଲେଖାଯାଇଛି ଯେ,ଯେତେବେଳେ ଆଇନଜୀବୀ ମାନେ ବାହା ହୁଅନ୍ତି, ସେମାନେ ହଁ କୁହନ୍ତି ନାହିଁ । ସେମାନେ କୁହନ୍ତି,ଆମେ ସର୍ତ୍ତାବଳୀ ଗ୍ରହଣ କରୁ । କାର୍ଡରେ ଲେଖାଯାଇଛି, ବିବାହର ଅଧିକାର ହେଉଛି ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଧାରଣ କରିବାର ଏକ ଉପାଦାନ । ତେଣୁ ମୋର ଏହି ମୌଳିକ ଅଧିକାରକୁ ୨୮ ନଭେମ୍ବରରେ ବ୍ୟବହାର କରିବାର ସମୟ ଆସିଛି ।

ତେବେ ସୋସିଆଲ ମିଡିଆରେ ଏହି କାର୍ଡଟି ଏତେ ମାତ୍ରାରେ ଭାଇରାଲ ହୋଇଛି ଯେ, ଲୋକଙ୍କର ବିଭିନ୍ନ କମେଣ୍ଟ ଆସିବାରେ ଲାଗିଛି । କିଛି ଜଣ ଏହି କାର୍ଡ ପଢିବା ପରେ ଥଟ୍ଟାରେ ଲେଖିଛନ୍ତି ଯେ,କ୍ଲାଟ ସିଲାବସର ଅଧା ପୂରଣ କରିଛନ୍ତି ।ସେହିଭଳି ଆଉ ଜଣେ କହିଛନ୍ତି , ବିବାହରେ ପଣ୍ଡିତଙ୍କ ସ୍ଥାନରେ ଜଣେ ବିଚାରପତି ବସନ୍ତୁ ।

Leave A Reply

Your email address will not be published.