ପ୍ରମୁଖ ଖବର

ଫିଲିପାଇନ୍ସରେ ମିସେସ୍ ୟୁନିଭର୍ସ ଗ୍ଲୋବାଲ ବିଜେତା ହେଲେ ସମ୍ ହସ୍ପିଟାଲ କ୍ୟାମ୍ପସ-୨ର ମାନସିକ ରୋଗ ବିଶେଷଜ୍ଞ
ଦିଲ୍ଲୀରେ ଏନକାଉଣ୍ଟର: ୪ଗ୍ୟାଙ୍ଗଷ୍ଟାର ନିହତ
ଇଣ୍ଡି ମେଣ୍ଟରେ ହେଲା ବୁଝାମଣା, ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ପୀତବାସ ପଣ୍ଡା ହତ୍ୟା ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ
ଭୁବନେଶ୍ୱରରେ ହେବ ଆଇଆରସି ଅଧିବେଶନ: ଯୋଗଦେବେ ନୀତିନ ଗଡକରୀ

ଧୈର୍ଯ୍ୟର ସହ ଲଢିବା ପାଇଁ କହିଲେ ଧର୍ମେନ୍ଦ୍ର

0

କରୋନାର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ’କୁ ନେଇ ସାରା ବିଶ୍ୱରେ ଭୟ ଖେଳିଯାଇଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ନୂଆ ଭ୍ୟାରିଆଣ୍ଟ କୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଭୟଭୀତ ନହୋଇ ଧୈର୍ଯ୍ୟର ସହ ମୁକାବିଲା କରିବା ଏବଂ ସମସ୍ତଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।

କରୋନା ପାଇଁ ଆମେ ଯେତିକି ସଚେତନ ଅଛୁ,ସେତିକି ଯଥେଷ୍ଟ ନୁହେଁ । ସମସ୍ତେ ମାସ୍କ ପିନ୍ଧିବା ଏବଂ କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏବେ ଓଡିଶାରେ ୭୦ ଲକ୍ଷ ୫୯ ହଜାର ୨୧୫ ଟିକା ମହାଜୁଦ ଅଛି । ପ୍ରଧାନମନ୍ତ୍ରୀଙ୍କ ଥ୍ରୀ ଟି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦେବାକୁ ହେବ । ସମ୍ଭାବ୍ୟ ତୃତୀୟ ଲହର ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବାକୁ ସେ ନିବେଦନ କରିଛନ୍ତି।

ଦେଶରେ ୧୨୨ କୋଟି ୩୪ ଲକ୍ଷ ୮୧ ହଜାରରୁ ଅଧିକ ଲୋକ ଟିକା ନେଇସାରିଛନ୍ତି । ଭାରତ ଟିକାକରଣ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି । ତେଣୁ ପୂର୍ବଅପେକ୍ଷା ଅଧିକ ସଚେତନ ଏବଂ କୋଭିଡ ନିୟମ ମାନିଲେ ଲକଡାଉନ ଓ ଜୀବନ ଜୀବିକା ପ୍ରଭାବିତ ହେବାର ଆଶଙ୍କାକୁ ଏଡାଇଦେଇପାରିବା ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । କରୋନା ସହ ଲମ୍ବା ସମୟ ପର୍ଯ୍ୟନ୍ତ ଲଢେଇ କରିବାକୁ ହେବ ।ଏଥିପାଇଁ ସମସ୍ତେ ସଚେତନ ରୁହନ୍ତୁ । କରୋନାର ନୂଆ ପ୍ରଜାତି ଉପରେ ମଧ୍ୟ ନଜର ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ଭିଡିଓ ମାଧ୍ୟମରେ କହିଛନ୍ତି ।

Leave A Reply

Your email address will not be published.