ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ବୟସ ସୀମା ବଢିବା ନେଇ ବୈଠକରେ ହେଲା ନିଷ୍ପତ୍ତି

0

ଶନିବାର ବିସିସିଆଇର ବାର୍ଷିକ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ସହ ଆଇପିଏଲରେ ମେଗା ନିଲାମୀ ନେଇ ଆଲୋଚନା କରାଯାଇ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ମେମ୍ବର ଭାବେ ଓଡିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ପୁନଃ ମନୋନୀତ କରାଯାଇଛ । ଏହା ସହ ଗତକାଲି ବସିଥିବା ବୈଠକରେ ଅଫିସିଆଲ ଷ୍ଟାଫ୍‌ ମାନଙ୍କ ବୟସ ସୀମା ୬୦ରୁ ୬୫କୁ ବୃଦ୍ଧି କରାଯାଇଛି । ଅର୍ଥାତ ଫିଟ ରହିଲେ ୬୫ ବର୍ଷରେ ଅବସର ନେବେ ।

ତେବେ ବୟସ ସୀମା ୬୦ରୁ ୬୫ ବର୍ଷ ବଢିବା ପଛର କାରଣ ମଧ୍ୟ ରହିଛି । ସୂତ୍ରରୁ ଜଣାପଡିଛି ଯେ, ଅମ୍ପାୟାର ମାନଙ୍କ ପାଇଁ ଏହି ନିୟମ ଘୋଷଣା ହୋଇଛି । ଜାଣିଥିବେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ବିରାଟଙ୍କ ଆଉଟ ପାଇଁ ଥାର୍ଡ ଅମ୍ପାୟାରଙ୍କୁ ଟ୍ରୋଲ କରାଯାଉଛି । ଅମ୍ପାୟାରଙ୍କ କାମ ଉପରେ ପ୍ରଶ୍ନ କରାଯାଉଛି । ବିସିସିଆଇ ପାଖରେ ଏବେ ୧୪୩ ଜଣ ଅମ୍ପାୟାର ଅଛନ୍ତି । ବିସିସିଆଇ ଜଣେ ଅଭିଜ୍ଞ ଅମ୍ପାୟାରଙ୍କୁ ଖୋଜୁଛି । ସେଥିପାଇଁ ବିସିସିଆଇ ପାଖରେ ଥିବା କିଛି ପୁରୁଣା ଓ ଅଭିଜ୍ଞ ଅମ୍ପାୟାରଙ୍କ ବୟସ ସୀମା ବଢାଯାଇଛି ।

ମିଳିଥିବା ସୂଚନା ଅନୁସାରେ ବିସିସିଆଇରେ ଥିବା ୧୬ ଜଣ ଅମ୍ପାୟାରଙ୍କ ବୟସ ୫୫ରୁ ୬୦ ମଧ୍ୟରେ । ପ୍ରଥମେ ଏହା ୫୫ରୁ ୬୦ ଥିବା ବେଳେ ଏବେ ୬୦ରୁ ୬୫କୁ ବୃଦ୍ଧି କରାଯାଇଛି । ତେବେ ଅମ୍ପାୟାରଙ୍କ ସହ ଏହି ନିୟମ କୋଚିଂ ଷ୍ଟାଫ୍‌ଙ୍କ ପାଇଁ ମଧ୍ୟ ଲାଗୁ ହୋଇଛି । ତେବେ ବିସିସିଆଇକୁ ଆଗକୁ ଭଲ ଅମ୍ପାୟାର ପାଇବାକୁ ହେଲେ ଏବେଠୁ କିଛି କରିବାକୁ ପଡିବ ।

ତେବେ ଅମ୍ପାୟାରିଂ ଲାଇନରେ ଆସିବାକୁ ଯୁବପୀଢି ମନ ବଳାଉନାହାଁନ୍ତି । ଏବେ ବିସିସିଆଇର ଅନ୍ତର୍ଜାତୀୟ ପ୍ୟାନେଲରେ ୪ ଜଣ ଅମ୍ପାୟାର ଅଛନ୍ତି । ବିରେନ୍ଦ୍ର ଶର୍ମା,ଅନୀଲ ଚୌଧୁରୀ, ସମ୍ସମୁଦ୍ଦିନ ଓ ଅନନ୍ତ ପଦ୍ମନାଭନ । ଏବଂ ଆଇସିସିର ଏଲିଟ ପ୍ୟାନେଲରେ ଭାରତୀୟ ଭାବେ କେବଳ ନୀତିନ ମେନନ ରହିଛନ୍ତି ।

Leave A Reply

Your email address will not be published.