ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ବାତ୍ୟା ଦୁର୍ବଳ..ବର୍ଷା ପ୍ରବଳ

0

ଟଳିଛି ବାତ୍ୟା ଆଶଙ୍କା । ସମୂଦ୍ର ଭିତରେ ଦୁର୍ବଳ ହୋଇଛି ବାତ୍ୟା ‘ଜୱାଦ’ । ଫଳରେ ଏକ ବଡ଼ ଧରଣର ବିପଦ ଓଡିଶା ଉପକୂଳରୁ ଟଳିଯାଇଛି । ଆଜି ଅବପାତରେ ପରିଣତ ହେବ ବାତ୍ୟା ଜୱାଦ । ଗତକାଲି ସମୂଦ୍ର ଭିତରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଥିଲା । ଆଜି ମଧ୍ୟାହ୍ନରେ ପୁରୀ ନିକଟବର୍ତ୍ତୀ ଏହା ଅବପାତରେ ପରିଣତ ହେବ । କିନ୍ତୁ ଏହା ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି ।

ପୁରୀଠାରୁ ୨୭୦ କିଲୋମିଟର ଏବଂ ଗୋପାଳପୁରଠୁ ୨୦୦ କିମି ଦୂରରେ ରହିଛି ଜୱାଦ । ଏବେ ଘଣ୍ଟା କୁ ୧୧ କିମି ବେଗରେ ଗତି କରୁଛି ଜୱାଦ । ମଧ୍ୟାହ୍ନ ସୁଦ୍ଧା ଏହା ପୁରୀ ନିକଟବର୍ତ୍ତୀ ହେବ । ପୁରୀ ନିକଟ ଦେଇ ଏହା ପଶ୍ଚିମବଙ୍ଗ ମୁହାଁ ହେବ । ତେବେ ଏହା ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ଜାରିବ । ଉ ର ଓଡିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି।

ଗଞ୍ଜାମ, ପୁରୀ, ଜଗତିଂହପୁର, ଖୋର୍ଦ୍ଧା,କେନ୍ଦ୍ରାପଡା,ଭଦ୍ରକ, ସହ ଉପକୂଳ ଅ ଳରେ ପ୍ରବଳ ବର୍ଷା ହୋଇପାରେ । ଏହା ସହ ୩୦ରୁ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ମତ୍ସଜୀବୀ ମାନଙ୍କ ମଧ୍ୟ ସମୂଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଭୁବନେଶ୍ୱର ଓ କଟକରେ ଲଗାଣ ବର୍ଷା ସମ୍ଭାବନା ରହିଛି । ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ମଧ୍ୟ ଜମିପାରେ । ଏହାକୁ ଆଖି ଆଗରେ ରଖି ସରକାରୀ ସ୍ତରରେ ସବୁ ପ୍ରସ୍ତୁତି କରାଯାଇଛ । ବର୍ଷା ଯୋଗୁଁ ଅନେକ ଜିଲ୍ଳାରେ ଧାନ ଫସଲ ବ୍ୟାପକ କ୍ଷତି ଘଟିଛି । ବର୍ଷା ଓ ହାଲୁକା ପବନ ଲାଗି ରହିବା ଫଳରେ ପାଚିଲା ଧାନ ଗଛ ଗୁଡିକ ଶୋଇ ପଡିଛି । ଯେଉଁ ପାଚିଲା ଧାନଗୁଡିକ ପାଣିରେ ବୁଡିଯାଇଛି, ସେଗୁଡିକ ଗଜା ହୋଇଯିବା ସହ ପଚି ନଷ୍ଟ ହୋଇଯିବାର ସମ୍ଭାବନା ରହିଛି । ଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଦକ୍ଷିଣ ଓଡିଶାରେ ୫ ତାରିଖ ପର୍ଯ୍ୟନ୍ତ କୋହଲା ପାଗ ଲାଗି ରହିବ । ଏବଂ ଭୁବନେଶ୍ୱର ସମେତ ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୬ ତାରିଖ ପଯ୍ୟର୍ନ୍ତ କୋହଲା ପାଗ ଲାଗି ରହିବ । ଉପକୂଳ ଓଡିଶାରେ ୧୧ ଓ ୧୨ ତାରିଖରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ଓ ୧୦ରୁ ୧୧ ତାରିଖ ମଧ୍ୟରେ ଅନ୍ୟ ସ୍ଥାନରେ ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି । ଫଳରେ ଏହା ପରେ ରାଜ୍ୟରେ ଶୀତର ପ୍ରକୋପ ବଢିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ।

Leave A Reply

Your email address will not be published.