ପ୍ରମୁଖ ଖବର

ଗୃହପାଳିତ ପୋଷା ପ୍ରାଣୀଙ୍କ ଯତ୍ନ ନିମନ୍ତେ ସୋଆ ଆଇଭିଏସ୍‌ଏଏଚ୍‌ରେ ଖୋଲିଲା ସ୍ପା ଏବଂ ଗ୍ରୁମିଂ ସେଂଟର
ପିପିଲି: ଅଟୋକୁ ଧକ୍କା ଦେଲା ବାଇକ: ଜଣେ ମୃତ, ୪ ଆହତ
ପୁରୀରେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ବିହାର: ମାଲଗାଡ଼ି ଟ୍ରେନ ଲାଇନଚ୍ୟୁତ, ନଦୀକୁ ଖସିଲା ଅନେକ ବଗି

ନକଲି ସାମଗ୍ରୀକୁ ନେଇ ଖାଉଟି ଚିନ୍ତାରେ

0

ରୋଷେଇ ଘରେ ପଶିବା ମାତ୍ରେ ଯେଉଁ କେତୋଟି ସାମଗ୍ରୀ ଖୋଜା ପଡିଥାଏ ତାହା ଭିତରେ ରହିଥାଏ ଲୁଣ ,ହଳଦୀ, ମସଲା ,ଡାଲି ବା ଅନ୍ୟାନ୍ୟ କେତୋଟି ଜିନିଷ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ସବୁ ସାମଗ୍ରୀ ବି ନକଲି । ବଜାରରେ ଅସଲି ଭିଡ ଭିତରୁ କେଉଁଟା ଅସଲି କେଉଁଟା ନକଲି ଜାଣିବା ମୁସକିଲ୍ । ଜରି ଅସଲି ହେଲେ ତା ଭିତରେ ସାମଗ୍ରୀ ନକଲି ଏହାକୁ ନେଇ ଖାଉଟି ବି ଚିନ୍ତାରେ ।

ମସଲା,ହଳଦୀ,ଆଚାର ଏଭଳି ଅନେକ ଜିନିଷ ନକଲି ,ଅପମିଶ୍ରିତ ମିଳୁଥିବା ଖବର କଟକରୁ ଆସିବା ପରେ ଏବେ ମିଳିଛି ନକଲି ଡାଲି । କଟକ ମାଲଗୋଦାମ ଉପରେ କମିସନରେଟ ପୁଲିସ ଏବଂ କଟକ ମହାନଗର ନିଗମ ପକ୍ଷରୁ ଚଢାଉ କରାଯାଇଛି । ମାଲଗୋଦାମରେ ଥିବା ୨ଟି ଡାଲି ଗୋଦାମରେ ଚଢାଉ କରାଯାଇ ପାଖାପାଖି ୪୦ କ୍ୱି ।ଲ ଅପମିଶ୍ରିତ ଡାଲି ଜବତ କରାଯାଇଛି ।

ତେବେ ଏସବୁ ଗୋଦାମରେ ୧୯୬୧ ମସିହାରୁ ବ୍ୟାନ କରିଥିବା ଖେସରୀ ଡାଲିକୁ ହରଡ ଡାଲିରେ ମିଶାଇ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା । ଏହି ୨ ଗୋଦାମରୁ ଜବତ ହୋଇଥିବା ଡାଲିକୁ ସିଏମସି ଟିମ ପକ୍ଷରୁ ଭୁବନେଶ୍ୱରରେ ଥିବା ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଛି । ତେବେ ସବୁଠୁ ବଡ଼ କଥା ବ୍ୟାନ ହୋଇଥିବା ଖେସରୀ ଡାଲି ମାଲଗୋଦାମକୁ କିଭଳି ଆସିଲା ସେ ନେଇ ଖୋଳତାଡ ଆରମ୍ଭ ହୋଇଛି । ଚଢାଉ ପରେ ୨ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି ।

Leave A Reply

Your email address will not be published.