ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ନକଲି ସାମଗ୍ରୀକୁ ନେଇ ଖାଉଟି ଚିନ୍ତାରେ

0

ରୋଷେଇ ଘରେ ପଶିବା ମାତ୍ରେ ଯେଉଁ କେତୋଟି ସାମଗ୍ରୀ ଖୋଜା ପଡିଥାଏ ତାହା ଭିତରେ ରହିଥାଏ ଲୁଣ ,ହଳଦୀ, ମସଲା ,ଡାଲି ବା ଅନ୍ୟାନ୍ୟ କେତୋଟି ଜିନିଷ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ସବୁ ସାମଗ୍ରୀ ବି ନକଲି । ବଜାରରେ ଅସଲି ଭିଡ ଭିତରୁ କେଉଁଟା ଅସଲି କେଉଁଟା ନକଲି ଜାଣିବା ମୁସକିଲ୍ । ଜରି ଅସଲି ହେଲେ ତା ଭିତରେ ସାମଗ୍ରୀ ନକଲି ଏହାକୁ ନେଇ ଖାଉଟି ବି ଚିନ୍ତାରେ ।

ମସଲା,ହଳଦୀ,ଆଚାର ଏଭଳି ଅନେକ ଜିନିଷ ନକଲି ,ଅପମିଶ୍ରିତ ମିଳୁଥିବା ଖବର କଟକରୁ ଆସିବା ପରେ ଏବେ ମିଳିଛି ନକଲି ଡାଲି । କଟକ ମାଲଗୋଦାମ ଉପରେ କମିସନରେଟ ପୁଲିସ ଏବଂ କଟକ ମହାନଗର ନିଗମ ପକ୍ଷରୁ ଚଢାଉ କରାଯାଇଛି । ମାଲଗୋଦାମରେ ଥିବା ୨ଟି ଡାଲି ଗୋଦାମରେ ଚଢାଉ କରାଯାଇ ପାଖାପାଖି ୪୦ କ୍ୱି ।ଲ ଅପମିଶ୍ରିତ ଡାଲି ଜବତ କରାଯାଇଛି ।

ତେବେ ଏସବୁ ଗୋଦାମରେ ୧୯୬୧ ମସିହାରୁ ବ୍ୟାନ କରିଥିବା ଖେସରୀ ଡାଲିକୁ ହରଡ ଡାଲିରେ ମିଶାଇ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା । ଏହି ୨ ଗୋଦାମରୁ ଜବତ ହୋଇଥିବା ଡାଲିକୁ ସିଏମସି ଟିମ ପକ୍ଷରୁ ଭୁବନେଶ୍ୱରରେ ଥିବା ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଛି । ତେବେ ସବୁଠୁ ବଡ଼ କଥା ବ୍ୟାନ ହୋଇଥିବା ଖେସରୀ ଡାଲି ମାଲଗୋଦାମକୁ କିଭଳି ଆସିଲା ସେ ନେଇ ଖୋଳତାଡ ଆରମ୍ଭ ହୋଇଛି । ଚଢାଉ ପରେ ୨ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି ।

Leave A Reply

Your email address will not be published.